ଭୁବନେଶ୍ୱର: ଏକା ସାଙ୍ଗରେ ଶପଥ ନେଲେ ଆଗପଛ ହୋଇ। ଉଭୟଙ୍କୁ ସଂଖ୍ୟା ଲୋକେ ଅଜାଡି ଦେଇଛନ୍ତି ସଂସଦ ଓ ବିଧାନସଭାରେ। କେନ୍ଦ୍ର ସରକାର ଇତିମଧ୍ୟରେ ନାବାଳିକା ଦୁଷ୍କର୍ମ ମାମଲାରେ ଫାଶୀ, ତିନି ତଲାକ ଓ କାଶ୍ମୀର ଭଳି ୩ଟି ଐତିହାସିକ ନିଷ୍ପତ୍ତି ନେଇସାରିଲେଣି। ରାଜ୍ୟ ସରକାର ପ୍ରଥମ ତିନି ମାସ ବିତିଗଲା। ଅଥଚ ଅଫିସର ନିଯୁକ୍ତି ସାରିପାରିଲାନି। କାହାକୁ ଆଜି ଏଠି ତ ଆଉ କାହାକୁ ସେଠି, ପୁଣି ବଦଳି ଏମିତି ଚାଲିଛି। ସଚିବାଳୟ ନାମ ପରିବର୍ତନ, କର୍ମଚାରୀ ଛଟେଇ କରି ସମସ୍ତେ ଚୁପ। ପୁରୀରେ କଣ କରିବେ ସେକଥା ନ କହି ଭଙ୍ଗାରୁଜା ଆରମ୍ଭ କରିଦେଲେଣି। ବିଧାନସଭାରେ ଏ ନେଇ କିଛି କହିଲେନି। ଏବେ ନବକଳେବର ଆଳରେ ପୁରୁଣା ଐତିହାସିକ କୀର୍ତିରାଜି ନଷ୍ଟ କରିଦେବାକୁ ଷଡଯନ୍ତ୍ର ଆରମ୍ଭ ହୋଇଗଲାଣି। ନା ପୁରୀ ଲୋକ ଜାଣିପାରୁଛନ୍ତି ନା ରାଜ୍ୟବାସୀ। ସବୁଠାରୁ ଆଲୋଡନ କରୁଥିବା କଥା ହେଲା, ସରକାର ନ୍ୟାୟମୂର୍ତି ବି ପି ଦାସ କମିଶନଙ୍କୁ ତାଙ୍କ କାମ ସାରିବାକୁ ବି ଦେଲେନି। କମିଶନ କଣ ସୁପାରିଶ କରିଛନ୍ତି ସେ କଥା ବ କହିଲେନି। ଅଥଚ ତାଙ୍କ ରିପୋର୍ଟ କାର୍ଯ୍ୟକାରୀ କରାଯାଉଥିବା କୁହାଯାଉଛି। ସେହିଭଳି ଯେଉଁ ଅଧିକାରୀଙ୍କୁ ନବକଳେବର ବେଳେ କାଢ଼ିଥିଲେ , ସରକାର ଅପଦସ୍ତ ହୋଇଥିଲେ, ସେ ପୁଣି ମନ୍ଦିର ପରିଚାଳନା କମିଟିର ଉପାଧ୍ୟକ୍ଷ କେମିତି ହେଲେ? ଏ ପ୍ରଶ୍ନ ଏବେ ରାଜ୍ୟବାସୀଙ୍କୁ ଆନ୍ଦୋଳିତ କରୁଛି। ଗୋଟିଏ ପଟେ ବିଜେଡି ଭିତରେ ଅସନ୍ତୋଷ କୁହୁଳୁଥିବା ବେଳେ ଅନ୍ୟପଟେ କାଳିଆ ଯୋଜନା ନେଇ ପ୍ରତିକ୍ରିୟା ଓ ଏଭଳି ନିଷ୍ପତି ବଡଧରଣର ବିଦ୍ରୋହ ପାଇଁ ଦାନା ଯୋଗାଉଥିବା ଚର୍ଚ୍ଚା ହେଲାଣି। ଏ ସବୁ କାହା ଇଙ୍ଗିତରେ ହେଉଛି, ତାହା ଏବେ ରାଜ୍ୟବାସୀଙ୍କ ସାମ୍ନାରେ ବଡ ପ୍ରଶ୍ନ ଭାବେ ଉଭା ହେଲାଣି।
ପ୍ରମୁଖ ଖବର
ଭୁବନେଶ୍ୱର ସ୍ଥିତ ଲାଇଫ୍ ହୋଟେଲରେ ‘ଗୋ-ହୋମଷ୍ଟେ’ ପୋର୍ଟାଲର ଶୁଭାରମ୍ଭ
ଇଂଲଣ୍ଡକୁ ପରାସ୍ତ କରି ଫାଇନାଲ୍ ରେ ଭାରତ
ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷ ଗୁରୁବାର ସନ୍ଧ୍ୟାରେ ନୂଆଦିଲ୍ଲୀରେ ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି
ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି
ରାଜ୍ୟସଭା ଆସନ ପାଇଁ ନାମାଙ୍କନ ଭରିଲେ ସ୍ଵାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟ
ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ସୁରେଶ ପୂଜାରୀ