ପ୍ରମୁଖ ଖବର

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ

ନିବିଡତାରୁ ମିଳିଲା ପ୍ରଥମ ଫାଇଦା

0

ଭୁବନେଶ୍ୱର:ବିଜେଡ଼ି-ବିଜେପି ନିବିଡ଼ତାର ଅାଜି ପ୍ରଥମ ଲାଭ ଓଡ଼ିଶାକୁ ମିଳିଛି । ଭୟଙ୍କର ସାମୁଦ୍ରିକ ଘୂର୍ଣ୍ଣିବାତ୍ୟା ଫନି କରିଥିବା ପ୍ରଳୟ ଜନିତ ବିପର୍ଯ୍ୟୟ ପୁନଃନିର୍ମାଣ ଲାଗି କେନ୍ଦ୍ର ସରକାର ଅାଜି ଓଡ଼ିଶାକୁ ବଡ ଭେଟି ଦେଇଛନ୍ତି । ଜାତୀୟ ବିପର୍ଯ୍ୟୟ ପାଣ୍ଠିରୁ ଫନି ପାଇଁ ୩୩୩୮କୋଟି ୨୨ଲକ୍ଷ ଟଙ୍କାର ଅତିରିକ୍ତ କେନ୍ଦ୍ରୀୟ ସହାୟତା ଘୋଷଣା କରାଯାଇଛି । କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଅାଯାଇଛି ।
ବିଶ୍ୱସ୍ତ ସୂତ୍ରରୁ ମିଳୁଥିବା ସୂଚନା ମୁତାବକ ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟେଲିଫୋନ କରି ଏ ସଂର୍ପକରେ ଜଣାଇଥିଲେ । ଓଡିଶାକୁ ମିଳିଥିବା ବିପର୍ଯ୍ୟୟ ସହାୟତା କ୍ଷେତ୍ରରେ ଏହା ସର୍ବକାଳୀନ ରେକର୍ଡ । ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମେ ୬ ତାରିଖରେ ଓଡିଶା ଗସ୍ତରେ ଅାସିଥିବା ବେଳେ ଏକ ହଜାର କୋଟି ଟଙ୍କାର ସହାୟତା ଘୋଷଣା କରିଥିଲେ । ଏପି୍ରଲ ୨୯ ତାରିଖରେ କେନ୍ଦ୍ର ସରକାର ୩୪୦ କୋଟି ୮୭ ଲକ୍ଷ ଟଙ୍କା ଏସ୍‍.ଡି.ଅାର୍‍.ଏଫ୍‍ ରୁ ଦେଇଥିଲେ । ପରବର୍ତ୍ତୀ ସମୟରେ କେନ୍ଦ୍ରୀୟ ପ୍ରତିନିଧି ଦଳ ଅାସି ସ୍ଥିତି ଅନୁଧ୍ୟାନ କରି ରିପୋର୍ଟ ଦେଇଥିଲେ ।
ଏଠାରେ ଉଲ୍ଲେଖଥାଉକି, କର୍ଣ୍ଣାଟକ ମରୁଡି ପାଇଁ ୧ହଜାର ୨୯କୋଟି ଓ ହିମାଚଳ ପ୍ରଦେଶ ପାଇଁ ୬୪ କୋଟି ୮୯ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି ।

Leave A Reply

Your email address will not be published.