ପ୍ରମୁଖ ଖବର

ପଞ୍ଚାୟତ ନିର୍ବାଚନ ପାଇଁ ବାଜିଲା ବିଗୁଲ, ମାର୍ଚ୍ଚ ୫ ପରେ ଘୋଷଣା ହୋଇପାରେ ତାରିଖ
ୟୁକ୍ରେନ୍‌ ଉପରେ ୩ ଦିନ ଆକ୍ରମଣ ବନ୍ଦ: ପୁଟିନଙ୍କ ନିର୍ଦ୍ଦେଶ
ଶିକ୍ଷକଙ୍କ ସମସ୍ୟା ଶୀଘ୍ର ସମାଧାନ ହେବ: ଉଚ୍ଚଶିକ୍ଷା ମନ୍ତ୍ରୀ
ଟ୍ରକ୍‌ ପଛରେ ପିଟିହେଲା କାର୍‌, ୮ ଛାତ୍ରଙ୍କ ମୃତ୍ୟୁ
ଶିକ୍ଷକ କେବଳ ପାଠ ପଢ଼ାନ୍ତି ନାହିଁ, ଭବିଷ୍ୟତ ଗଢ଼ନ୍ତି: ରାଷ୍ଟ୍ରପତି ମୁର୍ମୁ

ନିବିଡତାରୁ ମିଳିଲା ପ୍ରଥମ ଫାଇଦା

0

ଭୁବନେଶ୍ୱର:ବିଜେଡ଼ି-ବିଜେପି ନିବିଡ଼ତାର ଅାଜି ପ୍ରଥମ ଲାଭ ଓଡ଼ିଶାକୁ ମିଳିଛି । ଭୟଙ୍କର ସାମୁଦ୍ରିକ ଘୂର୍ଣ୍ଣିବାତ୍ୟା ଫନି କରିଥିବା ପ୍ରଳୟ ଜନିତ ବିପର୍ଯ୍ୟୟ ପୁନଃନିର୍ମାଣ ଲାଗି କେନ୍ଦ୍ର ସରକାର ଅାଜି ଓଡ଼ିଶାକୁ ବଡ ଭେଟି ଦେଇଛନ୍ତି । ଜାତୀୟ ବିପର୍ଯ୍ୟୟ ପାଣ୍ଠିରୁ ଫନି ପାଇଁ ୩୩୩୮କୋଟି ୨୨ଲକ୍ଷ ଟଙ୍କାର ଅତିରିକ୍ତ କେନ୍ଦ୍ରୀୟ ସହାୟତା ଘୋଷଣା କରାଯାଇଛି । କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଅାଯାଇଛି ।
ବିଶ୍ୱସ୍ତ ସୂତ୍ରରୁ ମିଳୁଥିବା ସୂଚନା ମୁତାବକ ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟେଲିଫୋନ କରି ଏ ସଂର୍ପକରେ ଜଣାଇଥିଲେ । ଓଡିଶାକୁ ମିଳିଥିବା ବିପର୍ଯ୍ୟୟ ସହାୟତା କ୍ଷେତ୍ରରେ ଏହା ସର୍ବକାଳୀନ ରେକର୍ଡ । ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମେ ୬ ତାରିଖରେ ଓଡିଶା ଗସ୍ତରେ ଅାସିଥିବା ବେଳେ ଏକ ହଜାର କୋଟି ଟଙ୍କାର ସହାୟତା ଘୋଷଣା କରିଥିଲେ । ଏପି୍ରଲ ୨୯ ତାରିଖରେ କେନ୍ଦ୍ର ସରକାର ୩୪୦ କୋଟି ୮୭ ଲକ୍ଷ ଟଙ୍କା ଏସ୍‍.ଡି.ଅାର୍‍.ଏଫ୍‍ ରୁ ଦେଇଥିଲେ । ପରବର୍ତ୍ତୀ ସମୟରେ କେନ୍ଦ୍ରୀୟ ପ୍ରତିନିଧି ଦଳ ଅାସି ସ୍ଥିତି ଅନୁଧ୍ୟାନ କରି ରିପୋର୍ଟ ଦେଇଥିଲେ ।
ଏଠାରେ ଉଲ୍ଲେଖଥାଉକି, କର୍ଣ୍ଣାଟକ ମରୁଡି ପାଇଁ ୧ହଜାର ୨୯କୋଟି ଓ ହିମାଚଳ ପ୍ରଦେଶ ପାଇଁ ୬୪ କୋଟି ୮୯ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି ।

Leave A Reply

Your email address will not be published.