ପ୍ରମୁଖ ଖବର

୭୫ ବର୍ଷରେ ଭେଟେରାନ ଅଭିନେତା ନାନା ପାଟେକରଙ୍କ ପରଲୋକ
ସାଉଦିର ଦୁଇ ବିମାନବନ୍ଦରରେ ହୁତି ଆକ୍ରମଣ, ୩ ମୃତ; ୩୬ ଆହତ
ଏଆଇ ନିୟନ୍ତ୍ରଣ ପାଇଁ ମାସକରେ ଆସିବ ପରାମର୍ଶପତ୍ର
କ୍ୟାନସର ଔଷଧ ଦାମରେ ବଡ଼ ହ୍ରାସ, ୩୦%ରେ ଅଟକିବ ଟ୍ରେଡ୍‌ ମାର୍ଜିନ୍‌
ପାଟନାରେ ତେଜସ୍ୱୀଙ୍କ ସମେତ ୩ ନେତା ଅଟକ
ତିର୍ତ୍ତୋଲରେ ବାଣ ବିସ୍ଫୋରଣ: ବାପ-ପୁଅ ମୃତ, ଶିକ୍ଷକ ଗୁରୁତର
ସାହିତ୍ୟରେ ନୋବେଲ ପାଇଁ ଆନ୍ନେ କାରସନ ମନୋନୀତ
ଜିଏସ୍‌ଟି ନିୟମରେ ବଡ଼ ପରିବର୍ତ୍ତନ, ଛୋଟ ବ୍ୟବସାୟୀଙ୍କୁ ମିଳିବ ଆଶ୍ୱସ୍ତି

ବଳ ବଢାଇବେ କଂଗ୍ରେସ କର୍ମୀ

0

ନୂଆ ସଦସ୍ୟ ତାଲିକାରେ ବିଜେପି ଆଡକୁ କିଛି ଢଳିଛନ୍ତି
ଗାଁ ଗଣ୍ଡାରେ କଂଗ୍ରେସ କର୍ମୀଙ୍କୁ ନ ଆଣିଲେ ବିଜେଡିକୁ ବିପଦ
ସୁଧୁରୁନି ହାତ ଦଳ, ନିର୍ବାଚନ ପରେ ନେତାଙ୍କ ମନ ଘରିନି

ଭୁବନେଶ୍ୱର: ନିର୍ବାଚନ ପୂର୍ବରୁ ଅନେକ ଛାମୁଆ ଓ ପ୍ରଭାବଶାଳୀ ନେତା ଦଳ ଡିଆଁ କରିଥିଲେ । କିଏ ବିଜେଡିକୁ ଗଲା, ଆଉ କିଏ ବିଜେପିକୁ । ଏପରିକି ତତ୍କାଳୀନ କଂଗ୍ରେସ କାର୍ଯ୍ୟକାରୀ ସଭାପତି ନବ କିଶୋର ଦାସ ଏବେ ବିଜେଡି ସରକାରରେ ମନ୍ତ୍ରୀ । ନେତାଙ୍କ ସହିତ ଅନେକ କର୍ମୀ ମଧ୍ୟ ଦଳବଦଳ କରିଛନ୍ତି । ଏହା ସତ୍ତ୍ୱେ ଅନେକ ପ୍ରଭାବୀ ନେତା ଏବେ ବି କଂଗ୍ରେସରେ ଅଛନ୍ତି, ଯେଉଁମାନେ ପରାଜିତ ହୋଇଛନ୍ତି ସତ, ମାତ୍ର ତାଙ୍କର ଦବଦବା ରହିଛି ।

ଅନ୍ୟପକ୍ଷରେ ନିର୍ବାଚନ ପରବର୍ତୀ ସ୍ଥିତିରେ ବି କଂଗ୍ରେସ ସୁଧୁରିବାର ନାଁ ଧରୁନାହିଁ । ଏପରିସ୍ଥଳେ ଏହି ନେତାମାନଙ୍କର ଭାଗ୍ୟ କଣ ହେବ । ଏମାନେ କଂଗ୍ରେସକୁ ପୁଣି ଥରେ ମୁଖ୍ୟ ସ୍ରୋତକୁ ଆଣିବେ ନା ସୁବିଧା ସୁଯୋଗ ଦେଖି ଅନ୍ୟ ଦଳକୁ ଡିଆଁ ମାରିବେ, ତାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଚାଲିଛି । କାରଣ, ଏହି ନେତାମାନେ କଂଗ୍ରେସ ଛାଡି ଯଦି ବିଜେଡିକୁ ସମ୍ପୂର୍ଣ୍ଣ ଆଉଜି ଯାଆନ୍ତି, ତେବେ ବିଜେପି ଏକ ନମ୍ୱର ସ୍ଥାନକୁ ଆସିବାକୁ ବିଳମ୍ୱ ହୋଇପାରେ । କିନ୍ତୁ ଯଦି ବିଜେପିକୁ ଯିବେ, ତେବେ ବିଜେଡିକୁ ଯେ କୌଣସି ମୁହୂର୍ତରେ ବଡ଼ ଧରଣର ଧକ୍କା ଲାଗିବା ସମ୍ଭାବନାକୁ ଏଡାଇ ଦେଇ ହେବ ନାହିଁ ।

ରାଜନୈତିକ ମହଲର କହିବା କଥା ହେଉଛି, ବିଜେପି ସଭ୍ୟ ସଂଗ୍ରହ ତାଲିକାକୁ ବ୍ୟବଚ୍ଛେଦ କଲେ, କେତେ କଂଗ୍ରେସ କର୍ମୀ ଦଳକୁ ମୁହଁ ମୋଡିଲେ, କେତେ ବିଜେଡି କର୍ମୀ ସରକାର ପ୍ରତି ବିମୁଖ ହୋଇ ବିଜେପି ପ୍ରତି ଆକର୍ଷିତ ହେଲେ, ସର୍ବୋପରି ବିଜେପି କର୍ମୀ ପରିବର୍ତିତ ରାଜନୈତିକ ଘଟଣା କ୍ରମରେ ନିଜ ଦଳ ପ୍ରତି ବିମୁଖ ହୋଇଛନ୍ତି କି ନାହିଁ, ତାହା ଜଣାପଡିବ ।

ସମାନ୍ତରାଳ ଭାବେ ବିଜେଡି ଯେତେବେଳେ ଏବେ ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ କରୁଛି, ସେଥିରେ ଦଳକୁ ଭୋଟ ଦେଇଥିବା ପ୍ରତି ଲୋକଙ୍କୁ ସାଙ୍ଗରେ ନେବା ପାଇଁ ଚାହିଁବା ସ୍ୱାଭାବିକ । ଦଳକୁ ଗତ ନିର୍ବାଚନରେ ପାଖାପାଖି ୧.୧୯ କୋଟି ଭୋଟ ମିଳିଛି । ଏଥିରୁ ଅନ୍ତତଃ ୧ କୋଟି ଭୋଟରଙ୍କୁ ଦଳ ଯଦି ନିଜ ସହିତ ନ ବାନ୍ଧି ପାରିଲା, ତେବେ ପୌର ନିର୍ବାଚନ ମୁକାବିଲା କରିବା ବିଜେଡି ମୁଖିଆ ନବୀନ ପଟ୍ଟନାୟକଙ୍କ ପାଇଁ କାଠିକର ପାଠ ହେବ । କେବଳ ସେତିକି ନୁହେଁ, ମୁୂଳ କଂଗ୍ରେସ କର୍ମୀଙ୍କୁ ଯଦି ବିଜେଡି ଏବେ ନିଜ ସହିତ ନିଜ ସହିତ ସାମିଲ କରି ରାଜନୈତିକ କାର୍ଯ୍ୟକ୍ରମ ଭିତରକୁ ନ ଆଣିଲା, ପ୍ରାକ୍‍ ନିର୍ବାଚନୀ ରଣନୀତିରେ ସେମାନେ ବିଜେପି ଆଡକୁ ମୁହାଁଇବା ସ୍ୱାଭାବିକ ।

Leave A Reply

Your email address will not be published.