ପ୍ରମୁଖ ଖବର

ସରକାରୀ ବାସଭବନ ନ ଛାଡିବା ନେଇ ସ୍ପଷ୍ଟିକରଣ ରଖିଲେ ପୂର୍ବତନ ସିଜେଆଇ ଚନ୍ଦ୍ରଚୂଡ
ପ୍ରବଳ ବର୍ଷା ଯୋଗୁଁ ବନ୍ଦ ହେଲା କେଦାରନାଥ ଯାତ୍ରା
ହସ୍ପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ
ପ୍ରକାଶ ପାଇଲା ଯୁକ୍ତ ଦୁଇ ପ୍ରଥମ ମେଧା ତାଲିକା, ଆଗରେ ରେଭେନ୍ସା
ବିଜେପି ରାଜ୍ୟ ସଭାପତି ହେବେ ମନମୋହନ, ଭରିଲେ ନାମାଙ୍କନ
ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ମାଓବାଦୀ ନେତା ସୋଡ଼ି କନ୍ନା ନିହତ

ଓଏଏସ, ଆଇଏ ଏସ କେବେ?

0

ଭୁବନେଶ୍ୱର: ଜଣେ କି ଦୁଇ ଜଣ ନୁହେଁ, ପୁଣି ୧୬ଜଣ ସରକାରୀ ଅଧିକାରୀଙ୍କୁ ରାଜ୍ୟସରକାର ଆଜି ଚାକିରିରୁ ବିଦା କରିଛନ୍ତି। ଏଥିରେ ଯନ୍ତ୍ରୀ, ପ୍ରଧାନଶିକ୍ଷକ, ଅମିନ ପ୍ରମୁଖ ଅଛନ୍ତି। ଏଥିସହ ପ୍ରଶାସନରେ ଶୂନ୍ୟ ସହନଶୀଳତା ନୀତି ଆଧାରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୋଟିଏ ମାସରେ ୩୭ ଜଣଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ନେଲେଣି। ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ମୋ ସରକାର କାର୍ଯ୍ୟକ୍ରମ ପରେ ଏହି ସଂଖ୍ୟା ଆହୁରି ବଢିବା ସମ୍ଭାବନାକୁ ଏଡାଇ ଦିଆଯାଇପାରିବନି। ରାଜ୍ୟ ସରକାରଙ୍କ ଦୁର୍ନୀତି ବିରୋଧୀ ମନୋଭାବକୁ ନେଇ କର୍ମଚାରୀଙ୍କ ମଧ୍ୟରେ କୋକୁଆଭୟ ସୃଷ୍ଟି ହୋଇଥିଲା ବେଳେ ସାଧାରଣରେ ଗ୍ରହଣୀୟତା ବଢୁଛି। ସମାନ୍ତରାଳ ଭାବେ ଏ ପ୍ରଶ୍ନ ବି ଉଠୁଛି ଯେ କେବଳ ଏଇମାନେ କଣ ଦୁର୍ନୀତି କରିଛନ୍ତି ନା ଦଣ୍ଡିତ ହୋଇଛନ୍ତି? କାହିଁକି ଓ କେଉଁ ପରିସ୍ଥିତିରେ ଓଡ଼ିଶା ପ୍ରଶାସନିକ, ଅର୍ଥ ସେବା ବାବୁ ମାନେ ଏ ପରିଧି ଭିତରେ ରହୁନାହାନ୍ତି। କୌଣସି ଭାରତୀୟ ପ୍ରଶାସନିକ ସେବା ଅଧିଲାରୀ କଣ ଦୁର୍ନୀତି କରୁନାହାନ୍ତି? କାହିଁକି ସେମାନଙ୍କ ବିରୋଧରେ ସରକାର କାର୍ଯ୍ୟାନୁଷ୍ଠାନ ନେଇ ନାହାନ୍ତି। ଭିଜିଲାନ୍ସ ଭଳି ବେଶୀ ସଂଖ୍ୟାରେ ତଳିଆ ଓ ଅଧିକ ବରିଷ୍ଠଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉଛି ।

ରାଜନୈତିକ ମହଲର କହିବା, ସରକାର ଅଧିକ ଦୁର୍ନୀତିଗ୍ରସ୍ତ ବାବୁଙ୍କୁ କାଢ଼ିଲେ ସରକାର ପ୍ରତି ବିଶ୍ୱାସ ଆସିବ। ତଳିଆ କର୍ମଚାରୀ ଡରିବେ। ଅନ୍ୟଥା ସେମାନଙ୍କ ମନରେ ବିଦ୍ରୋହ ଦାନାବାନ୍ଧିବ ଓ ସେମାନେ ସରକାର ବିରୋଧରେ ମାତିବେ ।

ଏଠାରେ ପ୍ରକାଶ ଥାଉକି, ବିନୋଦ କୁମାର ଙ୍କ ଭଳି ଅଧିକାରୀଙ୍କ ବିରୋଧରେ ଦୁର୍ନୀତି ରହିଛି। ତାଙ୍କୁ ଛାଡି ଅନ୍ୟ ବାବୁ ବି ବିପଦମୁକ୍ତ ନୁହନ୍ତି ।

Leave A Reply

Your email address will not be published.