ପ୍ରମୁଖ ଖବର

ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ମନ୍ତ୍ରୀ
ୟୁନିଟ୍-୧ ହାଟରେ ଲାଗିବ ଅତ୍ୟାଧୁନିକ ଫାୟାର ଫାଇଟିଂ ସିଷ୍ଟମ, ଅଗ୍ନିକାଣ୍ଡ ରୋକିବାକୁ ବିଏମସିର ମେଗା ପ୍ଲାନ
ଆଇଏସ୍‌ଆଇ ସହ ଲିଙ୍କ୍‌: ଦିଲ୍ଲୀରେ ଆଉ ୫ ଆତଙ୍କବାଦୀ ଗିରଫ
ପ୍ରବଳ ଖରା ପାଇଁ ଖୋର୍ଦ୍ଧାରେ ୧୯ରୁ ୨୫ ଜୁନ୍ ପର୍ଯ୍ୟନ୍ତ ସକାଳୁଆ ସ୍କୁଲ
ଦୀର୍ଘକାଳୀନ ଅନୁପସ୍ଥିତ ଡାକ୍ତରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ଡେଲାଙ୍ଗ ଫରେଷ୍ଟର୍
ବିଜେପି ନେତାଙ୍କ ସହ ୩ ଜଣଙ୍କୁ ଜୀଅନ୍ତା ପୋଡ଼ିଦେଲେ ଦୁର୍ବୃତ୍ତ

ଓଏଏସ, ଆଇଏ ଏସ କେବେ?

0

ଭୁବନେଶ୍ୱର: ଜଣେ କି ଦୁଇ ଜଣ ନୁହେଁ, ପୁଣି ୧୬ଜଣ ସରକାରୀ ଅଧିକାରୀଙ୍କୁ ରାଜ୍ୟସରକାର ଆଜି ଚାକିରିରୁ ବିଦା କରିଛନ୍ତି। ଏଥିରେ ଯନ୍ତ୍ରୀ, ପ୍ରଧାନଶିକ୍ଷକ, ଅମିନ ପ୍ରମୁଖ ଅଛନ୍ତି। ଏଥିସହ ପ୍ରଶାସନରେ ଶୂନ୍ୟ ସହନଶୀଳତା ନୀତି ଆଧାରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୋଟିଏ ମାସରେ ୩୭ ଜଣଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ନେଲେଣି। ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ମୋ ସରକାର କାର୍ଯ୍ୟକ୍ରମ ପରେ ଏହି ସଂଖ୍ୟା ଆହୁରି ବଢିବା ସମ୍ଭାବନାକୁ ଏଡାଇ ଦିଆଯାଇପାରିବନି। ରାଜ୍ୟ ସରକାରଙ୍କ ଦୁର୍ନୀତି ବିରୋଧୀ ମନୋଭାବକୁ ନେଇ କର୍ମଚାରୀଙ୍କ ମଧ୍ୟରେ କୋକୁଆଭୟ ସୃଷ୍ଟି ହୋଇଥିଲା ବେଳେ ସାଧାରଣରେ ଗ୍ରହଣୀୟତା ବଢୁଛି। ସମାନ୍ତରାଳ ଭାବେ ଏ ପ୍ରଶ୍ନ ବି ଉଠୁଛି ଯେ କେବଳ ଏଇମାନେ କଣ ଦୁର୍ନୀତି କରିଛନ୍ତି ନା ଦଣ୍ଡିତ ହୋଇଛନ୍ତି? କାହିଁକି ଓ କେଉଁ ପରିସ୍ଥିତିରେ ଓଡ଼ିଶା ପ୍ରଶାସନିକ, ଅର୍ଥ ସେବା ବାବୁ ମାନେ ଏ ପରିଧି ଭିତରେ ରହୁନାହାନ୍ତି। କୌଣସି ଭାରତୀୟ ପ୍ରଶାସନିକ ସେବା ଅଧିଲାରୀ କଣ ଦୁର୍ନୀତି କରୁନାହାନ୍ତି? କାହିଁକି ସେମାନଙ୍କ ବିରୋଧରେ ସରକାର କାର୍ଯ୍ୟାନୁଷ୍ଠାନ ନେଇ ନାହାନ୍ତି। ଭିଜିଲାନ୍ସ ଭଳି ବେଶୀ ସଂଖ୍ୟାରେ ତଳିଆ ଓ ଅଧିକ ବରିଷ୍ଠଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉଛି ।

ରାଜନୈତିକ ମହଲର କହିବା, ସରକାର ଅଧିକ ଦୁର୍ନୀତିଗ୍ରସ୍ତ ବାବୁଙ୍କୁ କାଢ଼ିଲେ ସରକାର ପ୍ରତି ବିଶ୍ୱାସ ଆସିବ। ତଳିଆ କର୍ମଚାରୀ ଡରିବେ। ଅନ୍ୟଥା ସେମାନଙ୍କ ମନରେ ବିଦ୍ରୋହ ଦାନାବାନ୍ଧିବ ଓ ସେମାନେ ସରକାର ବିରୋଧରେ ମାତିବେ ।

ଏଠାରେ ପ୍ରକାଶ ଥାଉକି, ବିନୋଦ କୁମାର ଙ୍କ ଭଳି ଅଧିକାରୀଙ୍କ ବିରୋଧରେ ଦୁର୍ନୀତି ରହିଛି। ତାଙ୍କୁ ଛାଡି ଅନ୍ୟ ବାବୁ ବି ବିପଦମୁକ୍ତ ନୁହନ୍ତି ।

Leave A Reply

Your email address will not be published.