ପ୍ରମୁଖ ଖବର

ପେପର ଲିକ୍ ମାମଲାରେ କଠୋର ପଦକ୍ଷେପ: ଫାଷ୍ଟ ଟ୍ରାକ୍ କୋର୍ଟ ଗଠନ ଘୋଷଣା କଲେ ପ୍ରଧାନମନ୍ତ୍ରୀ
ଗଜପତି ଜିଲ୍ଲାର ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଅଳିଆ ଗଦାରେ ପୁଳା ପୁଳା ନିରାମୟ ଔଷଧ
ମହାନଦୀ ଜଳ ବିବାଦ: ସମାଧାନ ପାଇଁ CWCକୁ ମଧ୍ୟସ୍ଥତା ନିର୍ଦ୍ଦେଶ, ଗଠନ ହେବ ଯୁଗ୍ମ କମିଟି
ଜନ୍ତର ମନ୍ତର ଅଞ୍ଚଳରେ ଇଣ୍ଟରନେଟ୍ ବନ୍ଦ, ସୁରକ୍ଷା କଡ଼ାକଡ଼ି
ସିଏମଓରୁ ଫାଇଲ ଗାଏବ ମାମଲା: ଅବସରପ୍ରାପ୍ତ ଆଇଏଏସ ଉପେନ୍ଦ୍ର ବେହେରା ଓ ରାଜେଶ ବର୍ମାଙ୍କୁ ପୁଣି ନୋଟିସ
ଦେଶରେ ବର୍ଷାର ତାଣ୍ଡବ: ୧୨୦ ମୃତ, ବନ୍ୟା-ଭୂସ୍ଖଳନରେ ଜନଜୀବନ ଅସ୍ତବ୍ୟସ୍ତ
ଶ୍ରୀମନ୍ଦିର ପାଇଁ ଆଉ ଏକ ବଡ଼ ସଫଳତା, ୫ଟି ନୂଆ ଟ୍ରେଡ୍ ମାର୍କକୁ ମିଳିଲା ଅନୁମୋଦନ
ଉତ୍ତରାଖଣ୍ଡରେ ପୁଣି ପେପର ଲିକ୍, ଦୁଇଟି ଇଞ୍ଜିନିୟରିଂ ପରୀକ୍ଷା ବାତିଲ
ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର: ୫% ବଢ଼ିଲା ମହଙ୍ଗା ଭତ୍ତା

ମହାନଦୀ ପ୍ରସଙ୍ଗରେ ବଡକଥା କହିଲା ଛତିଶଗଡ

0
  • ଆଲୋଚନା ପାଇଁ ସରକାର ପ୍ରସ୍ତୁତ ବୋଲି କହିଲେ ଛତିଶଗଡ ଗୃହ ମନ୍ତ୍ରୀ ତାମ୍ରଧ୍ବଜ
  • ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି

ଭବନେଶ୍ବର: ମହାନଦୀନ ଜଳ ବିବାଦ ମାମଲା ଏବେ ଟ୍ରିବ୍ୟୁନାଲର ବିଚାରାଧୀନ ରହିଛି। ଉଭୟ ଛତିଶଗଡ ଓ ଓଡ଼ିଶା ସରକାର ମୁହାଁମୁହିଁ ସ୍ଥିତିରେ ଅଛନ୍ତି। ଏମିତି ସମୟରେ ଆଜି ଛତିଶଗଡ ସରକାରଙ୍କ ଗୃହ ମନ୍ତ୍ରୀ ତାମ୍ରଧ୍ବଜ ସାହୁ ଏକ ବଡ ବୟାନ ଦେଇଛନ୍ତି। ଭୁବନେଶ୍ବର ପହଞ୍ଚିବା ପରେ ତାମ୍ରଧ୍ବଜ ଗଣମାଧ୍ୟମକୁ କହିଛନ୍ତି ଯେ ମହାନଦୀ ଜଳ ବିବାଦ ମାମଲାର ସମାଧାନ ଆଲୋଚନା ମାଧ୍ୟମରେ ସମ୍ଭବ। ଏଥିପାଇଁ ତାଙ୍କ ସରକାର ପ୍ରସ୍ତୁତ ଅଛନ୍ତି। ଦୁଇପକ୍ଷ ବସି ଏ ଦିଗରେ ଆଲୋଟନା କରିପାରିବେ। କଂଗ୍ରେସ ସରକାର ଏଥିପାଇଁ ତତ୍ପର ଅଛନ୍ତି।

ଶ୍ରୀ ସାହୁ ଆହୁରି କହିଛନ୍ତି ଯେ ମହାନଦୀ ଜଳବିବାଦ ମାମଲାର ସମାଧାନ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କର ଏକ ବଡ଼ ଭୂମିକା ରହିଛି। ହେଲେ ପୂର୍ବ ସରକାର ଭଳି ତାଙ୍କ ସରକାର ସେତିକି ଅସହଯୋଗ କରୁଛୁ ବୋଲି କହିବା ଠିକ୍ ହେବ ନାହିଁ। ରାଜ୍ୟ ସରକାରଙ୍କ ମତ ଏହା ଉପରେ ଜଣାପଡିନାହିଁ।

ଶ୍ରୀ ସାହୁ ଏହି ଗସ୍ତ କାଳରେ ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିବେ। ପରେ ରାଜ୍ୟ କଂଗ୍ରେସ ନେତାମାନଙ୍କ ସହ ଆଲୋଚନା କରିବେ। ସେ ଓବିସି ସେଲ୍ ଦାୟିତ୍ବରେ ଥିବାରୁ କଂଗ୍ରେସ ନେତାମାନଙ୍କ ସହ ଆଲୋଚନା କରି ଏହି ସଂଗଠନ ବୃଦ୍ଧି କରିବା ଦିଗରେ ମତ ରଖିବେ।

ମହାନଦୀ ମହାବିବାଦ ମାମଲାକୁ ନେଇ ଗତ କିଛି ବର୍ଷଧରି ଛତିଶଗଡ-କେନ୍ଦ୍ର ସରକାରଙ୍କ ସହିତ ଓଡ଼ିଶା ମୁହାଁମୁହିଁ ସ୍ଥିତିରେ ରହିଛି। ଓଡ଼ିଶା ସରକାରଙ୍କ ଆବେଦନ ଆଧାରରେ ଏହି ପ୍ରସଙ୍ଗରେ ଟ୍ରିବ୍ୟୁନାଲ ଗଠନ କରିବାକୁ ନିର୍ଦେଶ ଦେଇଥିଲେ କେନ୍ଦ୍ର ସରକାର। ହେଲେ ମହାନଦୀ ଉପରେ ଛତିଶଗଡ ସରକାର ପ୍ରକଳ୍ପ ନିର୍ମାଣ ବନ୍ଦ କରିବା ଲାଗି ରଖିଥିବା ନିର୍ଦେଶ ଉପରେ ଏଯାଏ ଓଡ଼ିଶାକୁ ନ୍ୟାୟ ମିଳିନାହିଁ। ଇତିମଧ୍ୟରେ ଛତିଶଗଡରେ କଂଗ୍ରେସ ସରକାର ଶାସନ କ୍ଷମତାକୁ ଆସିଛନ୍ତି।

Leave A Reply

Your email address will not be published.