ପ୍ରମୁଖ ଖବର

ବିମାନରେ ପାୱାର ବ୍ୟାଙ୍କ ନେବା ମନା
ବିନା ଅନୁମୋଦନରେ ୟୁନିଟ୍ ନିର୍ମାଣ, ପାରାଦୀପ ଆଇଓସିଏଲ୍‌କୁ ସରକାରଙ୍କ ନୋଟିସ୍
ରେଳ କର୍ମଚାରୀଙ୍କୁ ୧୭,୯୫୧ ଟଙ୍କା ବୋନସ୍‌, କ୍ୟାବିନେଟ୍‌ର ମଞ୍ଜୁରି
୨୦୨୯ରେ ବିରୋଧୀଙ୍କ ପରାଜୟ ସୁନିଶ୍ଚିତ: ଅମିତ ଶାହା
ମମତା ବାନାର୍ଜୀଙ୍କୁ ଛୁରିରେ ଆକ୍ରମଣ ଉଦ୍ୟମ, ମହିଳା ଅଟକ
ବୋମା ଧମକ ପରେ ଜୟପୁରରେ ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ
ବିହାରରେ ଡଙ୍ଗା ବୁଡ଼ି ଚାଲିଗଲା ୧୧ ଜୀବନ

ସେନା ହାତରେ ଆମେରିକା ବନ୍ଧୁକ

0
  • ଆତଙ୍କବାଦ ମୁକାବିଲା ପାଇଁ ଭାରତର ବଡ଼ ନିଷ୍ପତ୍ତି
  • ସେନାରେ ସାମିଲ ହେଲା ଏସଆଇଜି ୭୧୬ ନୂଆ ରାଇଫଲ୍ସ
  • କାଶ୍ମୀରରେ ମୁତୟନ ସୈନିକଙ୍କ ହାତରେ ଧରାଇଦେଲେ
  • ୭୨ହଜାର କିଣାଯିବ, ଏବେ ୧୦ହଜାର ଆସିଛି
  • ଋଷ-ଭାରତ ଯୌଥ ଉଦ୍ୟୋଗରେ ଏକ ୨୦୩ ରାଇଫଲ୍ସ ଉତ୍ପାଦନ ହେବ

ନୂଆଦିଲ୍ଲୀ: କାଶ୍ମୀରରେ ଆତଙ୍କବାଦ ମୁକାବିଲା ତଥା ପାକ୍ ସେନାର ପ୍ରତିରୋଧ ପାଇଁ ଭାରତୀୟ ସେନା ପ୍ରସ୍ତୁତି ଆରମ୍ଭ କରିଛି। କାଶ୍ମୀରରେ ମୁତୟନ ଭାରତୀୟ ସେନାଙ୍କ ହାତରେ ଅତ୍ୟାଧୁନିକ ନୂଆ ଆମେରିକା ରାଇଫଲ୍ସ ଧରାଇ ଦେଇଛନ୍ତି ସରକାର। କେବଳ ସେତିକି ନୁହେଁ, ସ୍ନିପର୍ ରାଇଫଲ୍ସ ପାଇଁ ୨୧ଲକ୍ଷ ଗୁଳି ବରାଦ କିଣିବାକୁ ବରାଦ ଦିଆଯାଇଛି।

ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ୧୦ ହଜାର ଏସଆଇଜି ୭୧୬ ଆମେରିକାର ନୂଆ ରାଇଫଲ୍ସ ଭାରତୀୟ ସେନାରେ ଇତିମଧ୍ୟରେ ସାମିଲ କରାଯାଇଛି। ଉତ୍ତରଭାଗରେ ନିୟୋଜିତ ସେନା ସାଧାରଣତଃ କାଶ୍ପୀର ଆତଙ୍କବାଦର ମୁକାବିଲା କରିଥାଏ। ଏହା ସହିତ ପଶିଆସୁଥିବା ଆତଙ୍କବାଦୀ ଏବଂ ପାକ୍ ଅଧିକୃତ କାଶ୍ମୀରରେ ସେମାନଙ୍କ ପ୍ରଶିକ୍ଷଣସ୍ଥଳ ଉପରେ ନଜର ରଖି ପ୍ରତିରୋଧ ବା ମୁକାବିଲା କରିଥାଏ।

ଭାରତ ସରକାର ଏହି ଭାଗରେ ମୁତୟନ ସେନାକୁ ଅଧିକ ସଶକ୍ତ କରିବାକୁ ବିଚାର କରି ପାଖାପାଖି ୭୦୦ କୋଟି ଟଙ୍କା ବିନିମୟରେ ୭୨୦୦୦ ଏଭଳି ରାଇଫଲ୍ସ କିଣିବା ଲାଗି ଚୁକ୍ତିବଦ୍ଧ ହୋଇଛନ୍ତି। ଆମେରିକା ସେନାକୁ ଏଭଳି ବନ୍ଧୁକ ଯୋଗାଉଥିବା କଂପାନି ବର୍ଷକ ମଧ୍ୟରେ ଏହି ରାଇଫଲ୍ସ ପ୍ରଦାନ କରିବ। ଏମଧ୍ୟରୁ ୬୬ହଜାର ବନ୍ଧୁକ ସେନା ହାତରେ ଧରାଇ ଦେବେ ସରକାର। ବାକି ୨ ହଜାର ନୌସେନା ଓ ଅନ୍ୟ ୪ ହଜାର ବାୟୁସେନାକୁ ଦିଆଯିବ।

ଭାରତ ସେନା ହାତରେ ପୂର୍ବରୁ ଥିବା୫.୫୬x୪୫ ଏମ୍ ଏମ୍ ଇନସାସ୍ ରାଇଫଲ୍ସ ବଦଳାଇ ଏହି ନୂୁଆ ରାଇଫଲ୍ସ ଦେବାକୁ ସ୍ଥିର ହୋଇଛି। ଏମିତିରେ ବି ଭାରତ-ଋଷ ଯୌଥ ଉଦ୍ୟୋଗ ଜରିଆରେ ଆଉ ୭ଲକ୍ଷ ଏକେ-୨୦୩ ରାଇଫଲ୍ସ ଉତ୍ପାଦନ ହେବାକୁ ଯାଉଛି, ଯାହା ଭାରତ ସେନାକୁ ଯିବ।

Leave A Reply

Your email address will not be published.