ପ୍ରମୁଖ ଖବର

୭୫ ବର୍ଷରେ ଭେଟେରାନ ଅଭିନେତା ନାନା ପାଟେକରଙ୍କ ପରଲୋକ
ସାଉଦିର ଦୁଇ ବିମାନବନ୍ଦରରେ ହୁତି ଆକ୍ରମଣ, ୩ ମୃତ; ୩୬ ଆହତ
ଏଆଇ ନିୟନ୍ତ୍ରଣ ପାଇଁ ମାସକରେ ଆସିବ ପରାମର୍ଶପତ୍ର
କ୍ୟାନସର ଔଷଧ ଦାମରେ ବଡ଼ ହ୍ରାସ, ୩୦%ରେ ଅଟକିବ ଟ୍ରେଡ୍‌ ମାର୍ଜିନ୍‌
ପାଟନାରେ ତେଜସ୍ୱୀଙ୍କ ସମେତ ୩ ନେତା ଅଟକ
ତିର୍ତ୍ତୋଲରେ ବାଣ ବିସ୍ଫୋରଣ: ବାପ-ପୁଅ ମୃତ, ଶିକ୍ଷକ ଗୁରୁତର
ସାହିତ୍ୟରେ ନୋବେଲ ପାଇଁ ଆନ୍ନେ କାରସନ ମନୋନୀତ
ଜିଏସ୍‌ଟି ନିୟମରେ ବଡ଼ ପରିବର୍ତ୍ତନ, ଛୋଟ ବ୍ୟବସାୟୀଙ୍କୁ ମିଳିବ ଆଶ୍ୱସ୍ତି

ସିଏଏ ହିଂସା, ଓଡ଼ିଶାରୁ ଗଲା ଭିନ୍ନ ବାର୍ତା

0

ଭୁବନେଶ୍ବର: ରାଜଧାନୀ ଦିଲ୍ଲୀ ସମେତ ଦେଶର ବିଭିନ୍ନ ଭାଗରେ ନାଗରିକତା ସଂଶୋଧନ ଆଇନ ବିରୋଧରେ ଜନ ଅସନ୍ତୋଷ ବଢିବାରେ ଲାଗିଛି। ଏହି ଘଟଣାରେ କେନ୍ଦ୍ର ସରକାର ଗିରଫ ଦାରି ଆରମ୍ଭ କରିଛନ୍ତି ଓ ଏକାଧିକ ଲୋକ ପ୍ରାଣ ହରାଇଛନ୍ତି। ଆଜି ଦିଲ୍ଲୀରେ ପୁଲିସ ଫ୍ଲାଗ୍ ମାର୍ଚ କରିଛି। ଉତ୍ତର ପୂର୍ବ ଦିଲ୍ଲୀ ଅନ୍ତର୍ଗତ ୧୨ଟି ସ୍ଥାନରେ ୧୪୪ ଧାରା ଜାରିି କରାଯାଇଛି। ଠିକ୍ ଏମିତି ସମୟରେ ଓଡ଼ିଶାରେ ଏକ ଭିନ୍ନ ଚିତ୍ର ଦେଖିବାକୁ ମିଳିଛି। ନାଗରିକତା ସଂଶୋଧନ ଆଇନ ସପକ୍ଷରେ ଆଜି ଏଠାରେ ଏକ ରାଲି କରାଯାଇଛି।

ଭୁବନେଶ୍ବର ରାମମନ୍ଦିର ଛକରୁ ମାଷ୍ଟର କ୍ୟାଣ୍ଟିନ୍ ଯାଏ ଏହି ରାଲି ହୋଇଥିଲା। ଶହ ଶହ ଲୋକ ସିଏଏ ସପକ୍ଷରେ ସ୍ଲୋଗାନ ଦେବା ସହିତ ମତ ମନ୍ତବ୍ୟ ଦେବା ଆରମ୍ଭ କରିଛନ୍ତି। କହିଛନ୍ତି, ଏହି ଆଇନକୁ ବିରୋଧ କରୁଥିବା ଲୋକଙ୍କୁ ଜବାବ ଦିଆଯିବ। ଏଥିରେ ଯୁବବର୍ଗ ଓ କିଛି ସମାଜସେବୀ ସାମିଲ ଥିବା ଦେଖାଯାଇଛି।

ପୂର୍ବରୁ ଓଡ଼ିଶା ଶାସନ କରୁଥିବା ଦଳ ବିଜେଡି ଏହି ଆଇନକୁ ସମର୍ଥନ ଦେଇଛି। ସଂସଦର ଉଭୟ ଗୃହରେ ଏହାକୁ ଦଳ ସମର୍ଥନ ଦେଇଥିଲା ଓ ସାଂସଦମାନେ ମତ ରଖିଥିଲେ। ତେବେ ଏନଆରସିକୁ କୌଣସି ପରିସ୍ଥିତିରେ ସମର୍ଥନ କରାଯାଇପାରିବ ନାହିଁ ବୋଲି ବିଜେଡି ମୁଖିଆ ନବୀନ ପଟ୍ଟନାୟକ ସ୍ପଷ୍ଟ କରିଛନ୍ତି। ଏଣୁ ଓଡ଼ିଶାରେ ଏଭଳି ରାଲିକୁ ନେଇ କୌଣସି ବିପଜ୍ଜନକ ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା କ୍ଷୀଣ। ପୂର୍ବରୁ ବାମଦଳ ଓ କଂଗ୍ରେସ ଏହା ବିରୋଧରେ ରାଜନୈତିକ କାର୍ଯ୍ୟକ୍ରମ କରିସାରିଛନ୍ତି।

ଏପରିସ୍ଥଳେ ଆଜିର ଏହି ସମର୍ଥନ ରାଲି ଲାଗି ସାରା ଭାରତକୁ ଓଡ଼ିଶାରୁ ଭିନ୍ନ ବାର୍ତା ଦେଇଛି। ପ୍ରକାଶଥାଉକି, ଆଜି ମାୟାବତୀ କହିଛନ୍ତି, ସିଏଏ ବିରୋଧୀ ରାଜନୈତିକ କାର୍ଯ୍ୟକ୍ରମ ଜାରି ରହିବ। ଉତ୍ତରପ୍ରଦେଶକତୁ କର୍ଣ୍ଣାଟକ ପର୍ଯ୍ୟନ୍ତ ଏହି ପ୍ରସଙ୍ଗକୁୁ ନେଇ ହିଂସା ଜାରି ରହିଛି। ଅହମଦାବାଦରେ ମଧ୍ୟ ପୁଲିସ ଲାଠିମାଡ କରିଛି। ଲକ୍ଷ୍ନୌରେ ଜଣେ ଓ ମେଙ୍ଗାଲୁରରେ ଦୁଇ ଜଣ ପ୍ରାଣ ହରାଇଛନ୍ତି। ଗତକାଲି ବିଭିନ୍ନ ସ୍ଥାନକୁ ଯାତ୍ରା କରିବାରୁ ଥିବା ଇଣ୍ଡିଗୋର ୨୦ଟି ବିମାନ ବାତିଲ ହୋଇଛି। ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ପରିସ୍ଥିତିର ସମୀକ୍ଷା କରିଥିଲେ।

Leave A Reply

Your email address will not be published.