ପ୍ରମୁଖ ଖବର

କେନ୍ଦୁପତ୍ର ତୋଳାଳିଙ୍କୁ ରାଜ୍ୟ ସରକାରଙ୍କ ବଡ଼ ଉପହାର; ବୋନସ ଓ ମୂଲ୍ୟବୃଦ୍ଧିକୁ ମଞ୍ଜୁରି
ଜୁଲାଇ ୧୭ରେ ଗଡ଼ିବ ଦେଶର ପ୍ରଥମ ହାଇଡ୍ରୋଜେନ୍ ଟ୍ରେନ୍, ଶୁଭାରମ୍ଭ କରିବେ ମୋଦୀ
ଓସିସିଏଲ୍ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ୨୩ କୋଠରୀର ଲଜ୍ ସହ ୮ ପ୍ଲଟ୍ ଠାବ
ଓସିସିଏଲ୍ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ୨୩ କୋଠରୀର ଲଜ୍ ସହ ୮ ପ୍ଲଟ୍ ଠାବ
ଆନ୍ଧ୍ରରେ ୨ କୋଭିଡ୍ ମୃତ୍ୟୁ ପରେ ଓଡ଼ିଶା ସୀମାରେ ହାଇଆଲର୍ଟ
ରୋଡ୍ ରୋଲର ଚଳାଇ ୪୭୨ କୋଟି ଟଙ୍କାର ନିଶାଦ୍ରବ୍ୟ ନଷ୍ଟ କଲେ ହିମନ୍ତ ବିଶ୍ୱ ସର୍ମା

ଥରୁଛି ସାରା ଓଡ଼ିଶା, ଆଉ ତିନି ଦିନ

0

ଭୁବନେଶ୍ବର: ସାରା ଓଡ଼ିଶାରେ ଶୀତର ପ୍ରକୋପ ଜାରି ରହିଛି। ପାଣିପାଗ ବିଜ୍ଞାନୀମାନେ ପୂର୍ବାନୁମାନ କରିଛନ୍ତି ଯେ ଆସନ୍ତା ତିନି ଚାରିଦିନ ପର୍ଯ୍ୟନ୍ତ ରାଜ୍ୟରେ ଶୀତ ବଢିବ, ନିସ୍ତାର ନାହିଁ। ଏବର୍ଷ ଡିସେମ୍ବର ଉଷ୍ଣମାସ ଭାବେ ପରିଗଣିତ ହୋଇ ଆସୁଛି। ଏହି ଶୀତ ଲୋକଙ୍କ ଭିତରେ ଆନନ୍ଦ ଆଣିଛି। କନ୍ଧମାଳରେ ପାରଦ ଖସିଛି। ଫୁଲବାଣୀରେ ୯ ଡିଗ୍ରି ସେଲସିୟସ ଓ ଦାରିଙ୍ଗିବାଡିରେ ୮.୫ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଛି।

ସାର୍ଥକ ମିଶ୍ରଙ୍କ ପୂର୍ବାନୁମାନ କହୁଛି, ଆସନ୍ତା ୪୮ ଘଣ୍ଟା ମଧ୍ୟରେ ରାଜ୍ୟରେ ଥଣ୍ଡାର ପ୍ରକୋପ ଜାରି ରହିବ। ରାତି ତାପମାତ୍ରା ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୨-୩° ଯାଏ କମ ରହିବ। ରାଜ୍ୟକୁ ଉତ୍ତର ଦିଗରୁ ପ୍ରବାହିତ ହେଉଥିବା ବାୟୁ ଓ ମେଘମୁକ୍ତ ଆକାଶ ତାପମାତ୍ରା କମାଇବାରେ ସହାୟକ ହେଉଛି। ଯାହାଫଳରେ ଶୀତ ବଢୁଛି। ଏହିପରି ଶୀତ ଆସନ୍ତା 72 ଘଣ୍ଟା ଯାଏ ଅନୁଭୂତ ହେବ l ପରେ ଶୀତ ସାମାନ୍ୟ କମିପାରେ କିନ୍ତୁ ୨୩-୨୪ ତାରିଖ ଯାଏ ଶୀତ ଅନୁଭୂତ ହେବ, ଆଗାମୀ ୪୮ ଘଣ୍ଟା ମଧ୍ୟରେ ରାଜ୍ୟର କିଛି ଅଂଚଳରେ ହାଲ୍କାରୁ ମଧ୍ୟମ କୁହୁଡି ଅନୁଭୂତ ହେବ। ରାଜ୍ୟର ସମସ୍ତ ଅଂଚଳରେ ଶୀତର ପ୍ରଭାବ ଅଧିକ ରହିବ। ଏବେ ରାଜ୍ୟରେ ପାଣିପାଗ ମୁଖ୍ୟତଃ ଶୁଖିଲା ରହିବ। ସେହିପରି ୨୬-୨୭ତାରିଖ ବେଳକୁ ରାଜ୍ୟର କିଛି ଅଂଚଳରେ ହାଲ୍କା ବର୍ଷା ଆଶଙ୍କା ରହିଛି।

Leave A Reply

Your email address will not be published.