ପ୍ରମୁଖ ଖବର

ରାଜ୍ୟ ମହିଳା କର୍ମଚାରୀମାନଙ୍କ ଅତିରିକ୍ତ ସାମୟିକ ଛୁଟି ଆଉ ୨ଦିନ ବଢ଼ିଲା
ବାତ୍ୟା ପାଇଁ ୨୩ରୁ ୨୫ କଲେଜ ଓ ବିଶ୍ୱବିଦ୍ୟାଳୟ ଛୁଟି
ବାତ୍ୟା ପାଇଁ ୧୭୮ଟି ଟ୍ରେନ ବାତିଲ
ଅବସରପ୍ରାପ୍ତ ଆଇପିଏସ୍‌ ଲଳିତ ଦାସ ହେଲେ ଓଏସ୍‌ଏସ୍‌ଏସ୍‌ସି ଅଧ୍ୟକ୍ଷ
ନିର୍ଦୋଷ ସାବ୍ୟସ୍ତ ହେଲେ ସେବି ଅଧ୍ୟକ୍ଷ ମାଧବୀ ବୁଚ
ଲାଞ୍ଚ ନେଇ ନିଲମ୍ବିତ ହେଲେ ବରଗଡ଼ ଧନୁଯାତ୍ରାରେ କଂସ ମହାରାଜ
ସମ୍ଭାବ୍ୟ ବାତ୍ୟା: ୧୪ ଜିଲ୍ଲାରେ ବନ୍ଦ ରହିବ ସବୁ ଐତିହ୍ୟ ସ୍ଥଳୀ
ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ନନ୍ଦନକାନନ କର୍ତ୍ତୃପକ୍ଷ ଆଗୁଆ ସଜାଗ
ବୈତରଣୀ ବେସିନ୍ ମୁଖ୍ୟଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ଆନ୍ଧ୍ର ମୁହଁମୋଡିଲାଣି, ଓଡ଼ିଶା ଆଖେଇଛି

0
  • ଅସଲ ଖେଳ ଖେଳୁଛନ୍ତି ନରେନ୍ଦ୍ର ମୋଦୀ-ଅମିତ ଶାହ
  • ଜଗନଙ୍କ କାନ୍ଧରେ ଲାଉ ହୋଇ ଟିଡିପିକୁ ରୋକୁଛନ୍ତି
  • ଓଡ଼ିଶାରେ ବିଳମ୍ବ କରି ବିଜେଡିକୁ ଅପଦସ୍ତ କରୁଛନ୍ତି

ଭୁବନେଶ୍ବର: ଆନ୍ଧ୍ରପ୍ରଦେଶ ସରକାର ତାଙ୍କ ରାଜ୍ୟରେ ଆଉ ବିଧାନ ପରିଷଦ ରଖିବାକୁ ଚାହୁଁନାହାନ୍ତି। ଏ ସଂକ୍ରାନ୍ତ ଏକ ବୈଧାନିକ ସଂକଳ୍ପପତ୍ର ସୋମବାର ରାଜ୍ୟ ବିଧାନସଭାରେ ଅନୁମୋଦିତ ହୋଇଥିଲା। ଟିଡିପି ଗୃହ ବର୍ଜନ କରିଥିବା ପରିପ୍ରେକ୍ଷୀରେ ୧୩୩-୦ରେ ଏହା ଗୃହର ଅନୁମୋଦନ ଲାଭ କରିଥିଲା। ଏହି ସଂକଳ୍ପ ଆଧାରରେ କେନ୍ଦ୍ର ସରକାର ଆଗକୁ ବିଲ୍ ଆଗତ କରିବେ ଓ ଏ ସଂକ୍ରାନ୍ତ ଆଇନ ଉଚ୍ଛେଦ ହେବ, ଏହା ହେଉଛି ବ୍ୟବସ୍ଥା।

ଆନ୍ଧ୍ର ସରକାରଙ୍କ ଯୁକ୍ତି ହେଉଛି, ବିଧାନସଭାରେ ବିଲ୍ ଗୃହୀତ ହେବା ପରେ ପରିଷଦ ଏହାକୁ ଅଟକାଇ ରଖୁଛି। ଯେଉଁ ପରିଷଦ ରାଜ୍ୟ ବିକାଶ ରାସ୍ତାରେ କଣ୍ଟା, ସେଭଳି ଗୃହ ରଖିବାର କୌଣସି କାରଣ ନାହିଁ। ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡିଙ୍କ ଏଭଳି ମତ ପଛର ବଡ଼ ରାଜନୈତିକ କାରଣଟି ହେଲା, ଆନ୍ଧ୍ର ବିଧାନସଭା ତାଙ୍କ ନିୟନ୍ତ୍ରଣରେ ଥିଲେ ହେଁ, ଆଜି ବି ସଂଖ୍ୟା ଦୃଷ୍ଟିରୁ ପରିଷଦ ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ଅଧୀନରେ ରହିଛି। କାରଣ ପରିଷଦରେ ତାଙ୍କ ଦଳର ସଭ୍ୟ ଅଧିକ ଅଛନ୍ତି। ସଂପ୍ରତି ଆନ୍ଧ୍ରରୁ ଚନ୍ଦ୍ରବାବୁ ନାଇଡୁଙ୍କୁ ସବୁଦିନ ପାଇଁ କ୍ଷମତାଚ୍ୟୁତ କରିବା ପାଇଁ ବିଜେପି ଜଗନଙ୍କୁ ସାମ୍ନାରେ ରଖିଥିବା କାରଣରୁ ଏହି ସଂକଳ୍ପ ସଂସଦରେ ପାରିତ ହେବାର ସମ୍ଭାବନାକୁ ଏଡାଇ ଦେଇ ହେଉନାହିଁ। କିନ୍ତୁ ଗଣତନ୍ତ୍ରରେ ଭାରସାମ୍ୟ ରଖିବା ଲାଗି ଏଭଳି ଏକ ସଦନର ପ୍ରାସଙ୍ଗକିତାକୁ ମଧ୍ୟ ଉଣା ମନେ କରିବା ଉଚିତ୍ ନୁହେଁ।

ଏହି ପ୍ରସଙ୍ଗଟି ଓଡ଼ିଶା ପାଇଁ ବି ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ଯେଉଁ କାରଣ ଲାଗି ଆନ୍ଧ୍ରରେ ବିଧାନ ପରିଷଦ ଉଚ୍ଛେଦ ଲାଗି କେନ୍ଦ୍ର ପରୋକ୍ଷରେ ଆନ୍ଧ୍ର ସରକାରଙ୍କୁ ସମର୍ଥନ ଦେଇପାରେ ବୋଲି ଆଶଙ୍କା କରାଯାଉଛି, ସେହି କାରଣ ଲାଗି ଓଡ଼ିଶା ବିଧାନ ପରିଷଦ ବିଲ୍ ସଂସଦକୁ ଆସିବାରେ ବିଳମ୍ବ ହେଉଛି। କେନ୍ଦ୍ର ସରକାର ଏକଥା ଭଲ ଭାବେ ବୁଝିଛନ୍ତି ଯେ ପରିଷଦ ବିଜେପି ରାସ୍ତାରେ କଣ୍ଟା ହେବ। ବିଜେଡି ଏହାକୁ ଆୟୁଧ କରି ପଦ୍ମ ଦଳିଆଙ୍କୁ ଶାସନ ଗାଦିରୁ ଆଉ କେଇ ବର୍ଷ ପର୍ଯ୍ୟନ୍ତ ଦୂରେଇ ରଖିବ।

ବିଧାନ ପରିଷଦ ଜରିଆରେ କେବଳ ବିଜେଡି ଅସନ୍ତୁଷ୍ଟଙ୍କୁ ଥଇଥାନ କରିବ ତା ନୁହେଁ, ସମାଜର କିଛି ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ସେ ସାଙ୍ଗରେ ରଖିବାରେ ସମର୍ଥ ହେବ, ଯାହା ସରକାର ପ୍ରତି ବୁଦ୍ଧିଜୀବୀ ମହଲରେ ଅନୁକୂଳ ବାତାବରଣ ସୃଷ୍ଟି କରିପାରେ। ଏବେ କଂଗ୍ରେସ ଓଡ଼ିଶାରେ ଶୋଚନୀୟ ସ୍ଥିତିରେ ଥିବା କାରଣରୁ ଏହା ବିଜେପି ଗତିରୋଧ କରିବା ସମ୍ଭାବନାକୁ ଏଡାଇ ଦେଇନପାରେ। କେବଳ ସେତିକି ନୁହେଁ, ଯଦି ବିଜେପି କଳ କୌଶଳ ପ୍ରୟୋଗ କରି ବିଧାନସଭା ହାତେଇ ନିଏ, ତଥାପି ବି ବିଜେଡିି ତାଙ୍କୁ ପରିଷଦରେ ପାଖାପାଖି ଅଢେଇ ବର୍ଷ ପର୍ଯ୍ୟନ୍ତ ରାଜ୍ୟରେ ଅଟକାଇ ରଖିବାରେ ସମର୍ଥ ହେବ, ଯାହା ଏବେ ଆନ୍ଧ୍ରରେ ହେଉଛି।

ଏଣୁ ରାଜ୍ୟ ସରକାର ଯେତେ ଚାପ କୌଶଳ ପ୍ରୟୋଗ କଲେ ବି ବିଜେପି ଓଡ଼ିଶା ବିଧାନ ପରିଷଦ ବିଲ୍ ସଂସଦରେ ଆଣିବା ଲାଗି ଆଗ୍ରହ ଦେଖାଉନାହିଁ। ଗତ ଅଧିବେଶନରେ ବିଜେଡି ସାଂସଦମାନେ ଖୋଲାଖୋଲି ଏ ପ୍ରସଙ୍ଗରେ ଅମିତ ଶାହଙ୍କ ସହିତ ଆଲୋଚନା କରିଥିଲେ। ହେଲେ ଶ୍ରୀ ଶାହ ଏହାକୁ ବଜେଟ୍ ଅଧିବେଶନ ଯାଏ ଟାଳିଦେଲେ। ଏହି ଅଧିବେଶନର ଗୁରୁତ୍ବ ହେଉଛି, ଥରେ ଅର୍ଥ ସଂକ୍ରାନ୍ତ ବିଲ୍ ସଂସଦୀୟ ବ୍ୟବସ୍ଥାରେ ଗୃହରେ ଅନୁମୋଦନ ଅପେକ୍ଷାରେ ଥିବା ବେଳେ ଆଉ କୌଣସି ବିଲ୍ ସଂସଦକୁ ପାରିତ ପାଇଁ ଆସିପାରିବ ନାହିଁ। ଅର୍ଥାତ୍ ବଜେଟ୍ ସଂସଦର ଅନୁମୋଦନ ହେବା ପରେ ଯାଇ ଏ ସଂକ୍ରାନ୍ତ ବିଲ୍ ଗୃହକୁ ଆସିପାରେ। ଏଣୁ ବଜେଟ୍ ଅଧିବେଶନରେ ଏଭଳି ଏକ ବିଲ୍ ସଂସଦକୁ ଆସି ତତ୍କାଳ ପାରିତ ହେବା ସମ୍ଭାବନା କମ୍ ରହିଛି। ଏହାଦ୍ବାରା ବିଜେଡି ତାର ଆଶାୟୀ ନେତାଙ୍କୁ ଝୁଲାଇ ରଖିବା ଲାଗି ପୁଣି କିଛି ଗୋଟାଏ ଉପାୟ କରିବାକୁ ପଡିପାରେ। ଅନ୍ୟଥା ସେମାନେ ମୁହଁ ଏପଟ ସେପଟ କରିପାରନ୍ତି, ଯାହା ଉଭୟ ପୌର ଓ ପଞ୍ଚାୟତ ନିର୍ବାଚନ ପାଇଁ ମହଙ୍ଗା ପଡିପାରେ ଗତଥର ଭଳି।

ଗୋଟିଏ ଧାଡିରେ କହିବାକୁ ଗଲେ, ଆନ୍ଧ୍ର ସମୀକରଣ ବିଜେପି ସପକ୍ଷରେ ଯାଉଛି, ଓଡ଼ିଶା କ୍ଷେତ୍ରରେ ବି।

Leave A Reply

Your email address will not be published.