ପ୍ରମୁଖ ଖବର

ଡିପିଡିପି ଆଇନକୁ ଚ୍ୟାଲେଞ୍ଜ, କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ୍
ବାତ୍ୟା ‘ଅର୍ଣ୍ଣବ’ ପାଇଁ ୨ ଦିନ ଘୁଞ୍ଚିଲା ଓସିଏସ୍‌ ମୁଖ୍ୟ ପରୀକ୍ଷା
ଗୌହାଟୀ ହୋଟେଲରେ ଗୁଳିକାଣ୍ଡ, ୫ ମୃତ; ଜଣେ ଗିରଫ
‘ଗରିବଙ୍କୁ ମତଦାନ ଅଧିକାରରୁ ବଞ୍ଚିତ କରାଯାଉଛି’, ନିର୍ବାଚନ ଆୟୋଗକୁ ଘେରିଲେ ରାହୁଲ ଗାନ୍ଧୀ
କଂଗ୍ରେସର ଭାଷା ଓ ଆଚରଣ ରାଜନୈତିକ ପତନର ସଙ୍କେତ: ଶିବରାଜ
ଟୋଲ୍‌ ପ୍ଲାଜା ପାଖରେ ରହୁଥିଲେ ବର୍ଷକୁ ମାତ୍ର ୧,୫୦୦ ଟଙ୍କାରେ ପାସ୍‌!

ସୈନିକଙ୍କୁ ଜୀବନବ୍ୟାପୀ ମାଗଣା ରେଳଯାତ୍ରା

0

ନଭେମ୍ବର ୧ରୁ ଅନଲାଇନ୍ ବୁକିଂ
ନୂଆଦିଲ୍ଲୀ: ବୀରତା ପ୍ରଦର୍ଶନ କରି ଦେଶର ସମ୍ମାନ ବଢ଼ାଇଥିବା ସୈନିକ ଏବଂ ସେମାନଙ୍କ ଯୋଗ୍ୟ ପରିବାର ସଦସ୍ୟଙ୍କ ପାଇଁ କେନ୍ଦ୍ର ସରକାର ରେଳଯାତ୍ରାରେ ବଡ଼ ସୁବିଧା ଘୋଷଣା କରିଛନ୍ତି। ସେନା ପଦକ, ନୌସେନା ପଦକ ଏବଂ ବାୟୁସେନା ପଦକ ପ୍ରାପ୍ତ ସୈନିକଙ୍କୁ ଜୀବନବ୍ୟାପୀ ମାଗଣା ରେଳଯାତ୍ରା ସୁବିଧା ମିଳିବ। ଜଣେ ଯୋଗ୍ୟ ସାଥୀ ମଧ୍ୟ ସେମାନଙ୍କ ସହ ମାଗଣାରେ ଯାତ୍ରା କରିପାରିବେ।

ଏହି ସୁବିଧା ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ଡିଜିଟାଲ ବ୍ୟବସ୍ଥା ବିକଶିତ କରିଛି। ଯୋଗ୍ୟ ହିତାଧିକାରୀଙ୍କୁ ପ୍ରଥମେ ଭାରତୀୟ ରେଳବାଇ ରିହାତି କାର୍ଡ ପୋର୍ଟାଲରେ ଅନଲାଇନ୍ ପଞ୍ଜୀକରଣ କରିବାକୁ ପଡ଼ିବ। ଯାଞ୍ଚ ପ୍ରକ୍ରିୟା ଶେଷ ହେବା ପରେ ଅନଲାଇନ୍ ଇ-ପାସ୍ ପ୍ରଦାନ କରାଯିବ। ଏହି ଇ-ପାସ୍ ବ୍ୟବହାର କରି ଆଇଆରସିଟିସି ୱେବସାଇଟରେ ଟିକେଟ୍ ବୁକ୍ କରାଯାଇପାରିବ। ନଭେମ୍ବର ୧, ୨୦୨୬ରୁ ଟିକେଟ୍ ବୁକିଂ ଆରମ୍ଭ ହେବ।
ପଦକପ୍ରାପ୍ତ ସୈନିକମାନେ ପ୍ରଥମ ଶ୍ରେଣୀ, ଦ୍ୱିତୀୟ ଏସି ଏବଂ ଏସି ଚେୟାର କାର୍‌ରେ ମାଗଣାରେ ଯାତ୍ରା କରିପାରିବେ। ଯୋଗ୍ୟ ପରିବାର ସଦସ୍ୟମାନେ ମଧ୍ୟ ଏହି ସୁବିଧାର ଅନ୍ତର୍ଭୁକ୍ତ ହେବେ।

ଏପର୍ଯ୍ୟନ୍ତ ପରମବୀର ଚକ୍ର, ମହାବୀର ଚକ୍ର, ବୀର ଚକ୍ର, ଅଶୋକ ଚକ୍ର, କୀର୍ତ୍ତି ଚକ୍ର ଓ ଶୌର୍ଯ୍ୟ ଚକ୍ର ବିଜେତାଙ୍କୁ ଏହି ସୁବିଧା ମିଳୁଥିଲା। ଏବେ ଏହି ତାଲିକାରେ ସେନା ପଦକ, ନୌସେନା ପଦକ ଓ ବାୟୁସେନା ପଦକକୁ ମଧ୍ୟ ସାମିଲ କରାଯାଇଛି।

Leave A Reply

Your email address will not be published.