ପ୍ରମୁଖ ଖବର

ଆସନ୍ତାକାଲି ଓଡ଼ିଶା ବନ୍ଦ, ବସ୍‌ ଚାଲିବ; ଅଟୋ ବନ୍ଦ
ରସାୟନ ବିଜ୍ଞାନରେ କାଗନ ଓ ସୋଆଇଙ୍କୁ ନୋବେଲ୍
ଦିଲ୍ଲୀର ନ୍ୟୁ ସୀମାପୁରୀ ଅଞ୍ଚଳରେ ୫ ମହଲା କୋଠା ଭୁଶୁଡ଼ି ପଡ଼ିଛି
ନୌସେନାର ଶକ୍ତି ବଢ଼ିବ, ବ୍ରହ୍ମୋସ୍ ପାଇଁ ୬୬୧ କୋଟିର ଚୁକ୍ତି
ରେପୋ ହାର ୦.୨୫% ବଢ଼ିଲା, ମହଙ୍ଗା ହେବ ଋଣ
ଓଡ଼ିଶାରେ ଆଇଏଏସ୍‌-ଓଏଏସ୍‌ ଅଦଳବଦଳ, ବଦଳିଲେ ଦୁଇ ଜିଲ୍ଲାପାଳ
ଏସିବିସିଙ୍କ ସାମାଜିକ-ରାଜନୈତିକ ସ୍ଥିତି ଅନୁଧ୍ୟାନ ପାଇଁ କମିଶନ
ମିଥୁନ ଚକ୍ରବର୍ତ୍ତୀଙ୍କୁ ବଡ଼ ଦାୟିତ୍ୱ, ମିଳିଲା କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା

ସୈନିକଙ୍କୁ ଜୀବନବ୍ୟାପୀ ମାଗଣା ରେଳଯାତ୍ରା

0

ନଭେମ୍ବର ୧ରୁ ଅନଲାଇନ୍ ବୁକିଂ
ନୂଆଦିଲ୍ଲୀ: ବୀରତା ପ୍ରଦର୍ଶନ କରି ଦେଶର ସମ୍ମାନ ବଢ଼ାଇଥିବା ସୈନିକ ଏବଂ ସେମାନଙ୍କ ଯୋଗ୍ୟ ପରିବାର ସଦସ୍ୟଙ୍କ ପାଇଁ କେନ୍ଦ୍ର ସରକାର ରେଳଯାତ୍ରାରେ ବଡ଼ ସୁବିଧା ଘୋଷଣା କରିଛନ୍ତି। ସେନା ପଦକ, ନୌସେନା ପଦକ ଏବଂ ବାୟୁସେନା ପଦକ ପ୍ରାପ୍ତ ସୈନିକଙ୍କୁ ଜୀବନବ୍ୟାପୀ ମାଗଣା ରେଳଯାତ୍ରା ସୁବିଧା ମିଳିବ। ଜଣେ ଯୋଗ୍ୟ ସାଥୀ ମଧ୍ୟ ସେମାନଙ୍କ ସହ ମାଗଣାରେ ଯାତ୍ରା କରିପାରିବେ।

ଏହି ସୁବିଧା ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ଡିଜିଟାଲ ବ୍ୟବସ୍ଥା ବିକଶିତ କରିଛି। ଯୋଗ୍ୟ ହିତାଧିକାରୀଙ୍କୁ ପ୍ରଥମେ ଭାରତୀୟ ରେଳବାଇ ରିହାତି କାର୍ଡ ପୋର୍ଟାଲରେ ଅନଲାଇନ୍ ପଞ୍ଜୀକରଣ କରିବାକୁ ପଡ଼ିବ। ଯାଞ୍ଚ ପ୍ରକ୍ରିୟା ଶେଷ ହେବା ପରେ ଅନଲାଇନ୍ ଇ-ପାସ୍ ପ୍ରଦାନ କରାଯିବ। ଏହି ଇ-ପାସ୍ ବ୍ୟବହାର କରି ଆଇଆରସିଟିସି ୱେବସାଇଟରେ ଟିକେଟ୍ ବୁକ୍ କରାଯାଇପାରିବ। ନଭେମ୍ବର ୧, ୨୦୨୬ରୁ ଟିକେଟ୍ ବୁକିଂ ଆରମ୍ଭ ହେବ।
ପଦକପ୍ରାପ୍ତ ସୈନିକମାନେ ପ୍ରଥମ ଶ୍ରେଣୀ, ଦ୍ୱିତୀୟ ଏସି ଏବଂ ଏସି ଚେୟାର କାର୍‌ରେ ମାଗଣାରେ ଯାତ୍ରା କରିପାରିବେ। ଯୋଗ୍ୟ ପରିବାର ସଦସ୍ୟମାନେ ମଧ୍ୟ ଏହି ସୁବିଧାର ଅନ୍ତର୍ଭୁକ୍ତ ହେବେ।

ଏପର୍ଯ୍ୟନ୍ତ ପରମବୀର ଚକ୍ର, ମହାବୀର ଚକ୍ର, ବୀର ଚକ୍ର, ଅଶୋକ ଚକ୍ର, କୀର୍ତ୍ତି ଚକ୍ର ଓ ଶୌର୍ଯ୍ୟ ଚକ୍ର ବିଜେତାଙ୍କୁ ଏହି ସୁବିଧା ମିଳୁଥିଲା। ଏବେ ଏହି ତାଲିକାରେ ସେନା ପଦକ, ନୌସେନା ପଦକ ଓ ବାୟୁସେନା ପଦକକୁ ମଧ୍ୟ ସାମିଲ କରାଯାଇଛି।

Leave A Reply

Your email address will not be published.