ପ୍ରମୁଖ ଖବର

୭୫ ବର୍ଷରେ ଭେଟେରାନ ଅଭିନେତା ନାନା ପାଟେକରଙ୍କ ପରଲୋକ
ସାଉଦିର ଦୁଇ ବିମାନବନ୍ଦରରେ ହୁତି ଆକ୍ରମଣ, ୩ ମୃତ; ୩୬ ଆହତ
ଏଆଇ ନିୟନ୍ତ୍ରଣ ପାଇଁ ମାସକରେ ଆସିବ ପରାମର୍ଶପତ୍ର
କ୍ୟାନସର ଔଷଧ ଦାମରେ ବଡ଼ ହ୍ରାସ, ୩୦%ରେ ଅଟକିବ ଟ୍ରେଡ୍‌ ମାର୍ଜିନ୍‌
ପାଟନାରେ ତେଜସ୍ୱୀଙ୍କ ସମେତ ୩ ନେତା ଅଟକ
ତିର୍ତ୍ତୋଲରେ ବାଣ ବିସ୍ଫୋରଣ: ବାପ-ପୁଅ ମୃତ, ଶିକ୍ଷକ ଗୁରୁତର
ସାହିତ୍ୟରେ ନୋବେଲ ପାଇଁ ଆନ୍ନେ କାରସନ ମନୋନୀତ
ଜିଏସ୍‌ଟି ନିୟମରେ ବଡ଼ ପରିବର୍ତ୍ତନ, ଛୋଟ ବ୍ୟବସାୟୀଙ୍କୁ ମିଳିବ ଆଶ୍ୱସ୍ତି

ତଥ୍ୟ ମାଗିଲେ, ମୃତ୍ୟୁଦଣ୍ଡ!

0
  • କନ୍ଧମାଳର ଅଭିମନ୍ୟୁଙ୍କ ପରେ କେନ୍ଦ୍ରାପଡାର ରଂଜନଙ୍କୁ ହତ୍ୟା
  • ସୂଚନା ଅଧିକାର ବଳରେ ଦୁର୍ନୀତିଗ୍ରସ୍ତଙ୍କ ମୁଖା ଖୋଲୁଥିଲେ
  • ଶ୍ବାସରୁଦ୍ଧ କରି ଶୁକ୍ରବାର ରାତିରେ ମାରିଦେଇଥିବା ସନ୍ଦେବ

ଭୁବନେଶ୍ବର: ଉପା ସରକାର ସମୟରେ ଲୋକଙ୍କ ହାତକୁ ଆସିଥିବା ବଡ଼ ଅସ୍ତ୍ରକୁ ପ୍ରଭାବହୀନ କରିବା ଲାଗି ମାଫିଆ ଗୋଷ୍ଠୀ ଅତ୍ୟନ୍ତ ଚରମ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି। ମନମୋହନ ସିଂହ ସରକାର ଲୋକଙ୍କ ହାତରେ ଧରାଇଥିବା ସୂଚନା ଅଧିକାର ଆଇନର ବାଟ ଓଗାଳିବା ଲାଗି ଷଡ଼ଯନ୍ତ୍ର ଆରମ୍ଭ ହୋଇଛି। କନ୍ଧମାଳ ପରେ କେନ୍ଦ୍ରାପଡା ଜିଲ୍ଲାରେ ଜଣେ ସୂଚନା ଅଧିକାର କର୍ମୀଙ୍କୁ ହତ୍ୟା କରାଯାଇଥିବା ନେଇ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଲାଣି। ଗତକାଲି ରାତିରେ କେନ୍ଦ୍ରାପଡା ମାର୍ଶାଘାଇ ଅଞ୍ଚଳର ରଂଜନ ଦାସଙ୍କୁ କେତେକ ଦୁର୍ବୃତ୍ତ ଶ୍ବାସରୁଦ୍ଧ କରି ମାରିଦେଇଛନ୍ତି। ସ୍ଥାନୀୟ ବେରୁଆଁ ଛକ ନିକଟରେ ତାଙ୍କ ବାଇକ ସହ ତାଙ୍କୁ ଫିଙ୍ଗି ଦିଆଯାଇଛି।

ଏହି ଘଟଣାକୁ ନେଇ କେନ୍ଦ୍ରାପଡାରେ ଆଲୋଡନ ସୃଷ୍ଟି ହୋଇଛି। ସମଗ୍ର ରାଜ୍ୟରେ ମଧ୍ୟ ହଇଚଇ ହେଲାଣି। କାରଣ ରଂଜନ ଦାସ ଗତ କିଛି ବର୍ଷ ହେଲାଣି ଦୁର୍ନୀତି ବିରୋଧରେ ସ୍ବର ଉତ୍ତୋଳନ କରି ଆସୁଥିଲେ। ବିଶେଷକରି ଯେଉଁମାନେ ସ୍ବଚ୍ଚଳ ବର୍ଗର ଲୋକ ହୋଇ ବି ଇନ୍ଦିରା ଆବାସ, ମୋ କୁଡିଆ ଯୋଜନା ଆଦି ସରକାରୀ ଯୋଜନାର ଲାଭ ଉଠାଇଥିଲେ, ସେ ସଂପର୍କରେ ତଥ୍ୟ ମାଗି ଅକଳରେ ପକାଇଥିଲେ ନେତା ଓ ଦୁର୍ନୀତିଗ୍ରସ୍ତଙ୍କୁ। ନିଜେ ଧାରଣାରେ ବସି ସରକାରଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ହୋଇଥିଲେ। ଶେଷରେ ତାଙ୍କୁ ଗତକାଲି ରାତିରେ ମାଫିଆ ଗୋଷ୍ଠୀ ମୃତ୍ୟୁ ଦଣ୍ଡ ଦେଇଛନ୍ତି। ଏହି ଘଟଣାରେ ରାଜନୈତିକ ସଂପୃକ୍ତିକୁ ଏଡାଇ ଦେଇ ହେଉନାହିଁ।

ପୂର୍ବରୁ କନ୍ଧମାଳରେ ଅଭିମନ୍ୟୁ ପଣ୍ଡା ନାମକ ଜଣେ ସୂଚନା ଅଧିକାର କର୍ମୀଙ୍କୁ ମାଫିଆ ମୃତ୍ୟୁଦଣ୍ଡ ଦେଇଥିଲେ। ସୂଚନା ଅଧିକାର ଦିବସରେ ଦୁର୍ବୃତ୍ତମାନଙ୍କର ଏଭଳି କାଣ୍ଡ ସମଗ୍ର ରାଜ୍ୟକୁ ଦୋହଲାଇ ଦେଇଥିଲା। ପୁଲିସ ଏହି ଅପରାଧୀଙ୍କୁ ଗିରଫ କରିବାକୁ ସକ୍ଷମ ହୋଇଛି ସତ, ମାତ୍ର କିଛି ଦିନ ବ୍ୟବଧାନରେ ଏହି ଦୁଇଟି ଘଟଣା ଆତଙ୍କ ଖେଳାଇ ଦେଲାଣି।

Leave A Reply

Your email address will not be published.