ପ୍ରମୁଖ ଖବର

ସେପ୍ଟେମ୍ବର ୨୧ରେ ଶପଥ ଗ୍ରହଣ କରିବେ ଅତିଶୀ, ସ୍ପଷ୍ଟ କଲା ଆପ୍‌
ଅତିଶୀଙ୍କ ମନ୍ତ୍ରିମଣ୍ଡଳର ନୂଆ ମୁହଁ ହେବେ ମୁକେଶ ଅହଲୱାଟ
ରାଜ୍ୟର ସବୁ ଜିଲ୍ଲାରେ ହେବ ମେଡିକାଲ କଲେଜ, ସୂଚନା ଦେଲେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ
ସମ୍ବଲପୁରୀ ଗାୟିକା ରୁକ୍‌ସନା ବାନୋଙ୍କ ସନ୍ଦେହଜନକ ମୃତ୍ୟୁ

ବର୍ଷ ପାଞ୍ଚଟାରେ ପ୍ରଭାବ କମିଗଲା କାହିଁକି?

0
  • ଜୁଏଲଙ୍କୁ ନେଇ ରାଜ୍ୟ ରାଜନୀତିରେ ଆରମ୍ଭ ହେଲାଣି ଭିନ୍ନ ଚର୍ଚ୍ଚା
  • କେନ୍ଦ୍ରୀୟ ନେତାଙ୍କ ଶୁଭ ଦୃଷ୍ଟିରେ ଆଉ ସମ୍ଭବତଃ ନାହାନ୍ତି

ଭୁବନେଶ୍ବର: ସାଂସଦ ଜୁଏଲ ଓରାମ ବିଜେପି କେନ୍ଦ୍ରୀୟ ନେତୃତ୍ବର ଆସ୍ଥା ହରାଇଲେ କି? ଗତ ସରକାର ସମୟରେ କେନ୍ଦ୍ରମନ୍ତ୍ରୀ ଥିବା ଜୁଏଲ ଓରାମ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏ ଇଂନିସରେ କାହିଁକି କେନ୍ଦ୍ରର ଶୁଭ ଦୃଷ୍ଟିରେ ନାହାନ୍ତି?

ଏମିତି କିଛି ପ୍ରଶ୍ନ ଏବେ ରାଜ୍ଯ ରାଜନୈତିକ ମହଲକୁ ଆନ୍ଦୋଳିତ କରୁଛି। ନିକଟରେ ଜୁଏଲଙ୍କ ଝିଅ ବାହାଘରକୁ ନିରେଖି ଦେଖିବା ପରେ ଏହି ପ୍ରସଙ୍ଗଟି ପୁଣି ଥରେ ତାଜା ହୋଇ ଉଠିଛି। ଜୁଏଲଙ୍କ ଝିଅ ବାହାଘରରେ ଓଡ଼ିଶାର ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କିମ୍ବା ପ୍ରତାପ ଷଡଙ୍ଗୀଙ୍କ ଉପସ୍ଥିତି ତ ଦେଖିବାକୁ ମିଳିନଥିଲା, କେନ୍ଦ୍ରର ଶୀର୍ଷସ୍ତରର କୌଣସି ନେତା ଯୋଗଦେଇନଥିଲେ। ଦୁଇଜଣ ରାଜ୍ୟପାଳଙ୍କ ବ୍ୟତୀତ ସେଭଳି କୌଣସି ଆକର୍ଷଣୀୟ ବ୍ୟକ୍ତିତ୍ବଙ୍କର ଉପସ୍ଥିତି ନଥିଲା।

ଜୁଏଲ ହେଉଛନ୍ତି, ସେଇ ଭାଗ୍ୟଶାଳୀ ନେତା, ଯିଏ ବାଜପେୟୀ ସରକାରରେ ଆଦିବାସୀ ବିଭାଗର ମନ୍ତ୍ରୀ ଥିଲେ। ମୋଦୀ ସରକାରର ପ୍ରଥମ ଇଂନିସରେ ବି। କିନ୍ତୁ ଗତ ସରକାର ସମୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଥମାର୍ଧରେ ଜଣେ ରାଷ୍ଟ୍ରମନ୍ତ୍ରୀ ଓ ପରେ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଯେଭଳି ରାଜ୍ୟ ରାଜନୀତିରେ ପ୍ରଭାବ ରଖିବାରେ ସମର୍ଥ ହୋଇଥିଲେ, ସେଭଳି ଯୋଗଦାନ ନ ଥିଲା ଜୁଏଲଙ୍କର। କେବଳ ସେତିକି ନୁହେଁ, ଓଡ଼ିଶାର ଏକ ବଡ଼ ଭାଗ ଭୋଟର ଆଦିବାସୀ ବର୍ଗର ହୋଇଥିଲେ ହେଁ, ଜୁଏଲ ନିଜକୁ ସେମାନଙ୍କର ନେତା ଭାବେ ପରିଗଣିତ କରିପାରିନଥିଲେ।

ମୋଦୀଙ୍କ ଦ୍ବିତୀୟ ଇଂନିସରେ ଓଡ଼ିଶାରୁ ଦୁଇଜଣ ମନ୍ତ୍ରୀ ସ୍ଥାନ ପାଇଲେ। ହେଲେ କେନ୍ଦ୍ରର ଆସ୍ଥା ବଜାୟ ରଖିବାରେ ସମର୍ଥ ହେଲେ ଧର୍ମେନ୍ଦ୍ର। ଜୁଏଲଙ୍କ ସ୍ଥାନରେ ପ୍ରତାପ ଷଡଙ୍ଗୀଙ୍କ ଭଳି ପ୍ରଥମ ଥରିଆ ସାଂସଦଙ୍କୁ କେନ୍ଦ୍ରରେ ମନ୍ତ୍ରୀ ପଦ ମିଳିଲା। ସବୁଠାରୁ କୌତୂହଳ କଥା ହେଲା, ରାଜ୍ୟ ବିଜେପି ସଭାପତି ଚୟନ ବେଳେ ମଧ୍ୟ ଜୁଏଲଙ୍କ ନାମ ଚର୍ଚ୍ଚାକୁ ଆସିଥିଲା। ଧର୍ମେନ୍ଦ୍ରଙ୍କ ବିରୋଧୀ ଗୋଷ୍ଠୀ ଜୁଏଲଙ୍କୁ ଆଗରେ ରଖି ଏହି ଗୋଟିଚାଳନା କରିଥିଲେ। କିନ୍ତୁ ଉପସଭାପତି ଅର୍ଥାତ୍ ଧର୍ମେନ୍ଦ୍ରଙ୍କ ଅନୁଗତ ସମୀର ମହାନ୍ତିଙ୍କୁ ପଦୋନ୍ନତି ଦିଆଯାଇ ସଭାପତି ପଦ ମିଳିଲା ସିନା, କିନ୍ତୁ ଜୁଏଲଙ୍କ ଭଳି ଜଣେ ଅଭିଜ୍ଞ ନେତାଙ୍କ ଉପରେ ବି କେନ୍ଦ୍ରୀୟ ନେତୃତ୍ବ ଭରସା କରିପାରିଲେନି।

ଏସବୁକୁ ନେଇ ଚର୍ଚ୍ଚା ଆଲୋଚନା ଜାରି ବେଳେ ରାଉରକେଲାରେ ଅନୁଷ୍ଠିତ ଜୁଏଲଙ୍କ ପାରିବାରିକ ଉତ୍ସବ ଅନେକ ରହସ୍ୟ ଉପରୁ ପରଦା ଉଠାଇଛି। ଏକଥା ସତ ଯେ ଏବେ ସଂସଦ ଅଧିବେଶନ ଜାରି ରହିଛି। କେନ୍ଦ୍ରୀୟ ନେତୃତ୍ବ ନ ଆସିବା ପଛରେ ଏହାକୁ ଏକ କାରଣ ବୋଲି କୁହାଯାଇପାରେ। କିନ୍ତୁ ବର୍ତମାନ ସମୟରେ ବିମାନରେ ଏକାଧିକ ମନ୍ତ୍ରୀ ଚାରି ପାଞ୍ଚଟ ଘଣ୍ଟା ଭିତରେ ଆସି ଫେରି ପାରୁଛନ୍ତି। ଏବେ ପୁଣି ଝାରସୁଗୁଡାରୁ ସିଧା ବିମାନ ଚାଲିଲାଣି। ସ୍ବତନ୍ତ୍ର ବିମାନରେ ବି ଆସିପାରିଥାନ୍ତେ। ମାତ୍ର ଏମିତି କିଛି ହେଲାନି।

ଜୁଏଲଙ୍କ ପ୍ରଥମ ଇଂନିସ କାର୍ଯ୍ୟ କେନ୍ଦ୍ର ନେତୃତ୍ବର ପସନ୍ଦରେ ଗଲାନି କି? ଧର୍ମେନ୍ଦ୍ରଙ୍କ ପ୍ରଭାବ ଆଗରେ ଅଭିଜ୍ଞ ଜୁଏଲ ପ୍ରଭାବହୀନ ହୋଇଯାଉଛନ୍ତି କି? ନା ଆଉ କିଛି ଗୁଢ ରହସ୍ୟ ରହିଛି, ତା ଉପରୁ ଖୁବ୍ ଶୀଘ୍ର ପରଦା ଉଠିପାରେ।

Leave A Reply

Your email address will not be published.