ପ୍ରମୁଖ ଖବର

ଫିଫା ବିଶ୍ୱକପ୍ ଫାଇନାଲ୍ ପାଇଁ କେରଳରେ ଶିକ୍ଷାନୁଷ୍ଠାନ ଛୁଟି; ଫୁଟବଲ୍ ପ୍ରେମୀ ଛାତ୍ରଛାତ୍ରୀଙ୍କ ପାଇଁ ସରକାରଙ୍କ ବଡ଼ ନିଷ୍ପତ୍ତି
୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ତାମିଲ ସିନେମାର ଜଲୱା; ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ ବିଜୟ
ଜମ୍ମୁ-କାଶ୍ମୀରରେ ଭୟଙ୍କର ଆକସ୍ମିକ ବନ୍ୟା: ୧୬ ମୃତ, ଅନେକ ନିଖୋଜ
ମାତୃଭାଷା ସହ ଆଉ ଗୋଟିଏ ଭାରତୀୟ ଭାଷା ଶିଖିବାକୁ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ କଲେ ଅମିତ ଶାହ
୧୬ ବର୍ଷରୁ କମ୍ ବୟସ୍କଙ୍କ ପାଇଁ ସୋସିଆଲ ମିଡିଆରେ କଟକଣା ଆଣିପାରନ୍ତି କେନ୍ଦ୍ର ସରକାର
୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର: ଶ୍ରେଷ୍ଠ ଓଡ଼ିଆ ଫିଚର ଫିଲ୍ମ ସମ୍ମାନ ଜିତିଲା ‘ଲହରୀ’
ଜମ୍ମୁ-କାଶ୍ମୀରରେ ବାଦଲଫଟା ବର୍ଷା ଓ ଆକସ୍ମିକ ବନ୍ୟା: ୧୭ ମୃତ, ହାଇ ଆଲର୍ଟ ଜାରି
ଶ୍ରୀମନ୍ଦିରରେ ପୁଣି ଆରମ୍ଭ ହେବ ରତ୍ନଭଣ୍ଡାର ଅଳଙ୍କାର ଗଣତି ଓ ଥ୍ରୀଡି ସ୍କାନିଂ

ଇଣ୍ଡିଗୋ ବିମାନକୁ ବୋମା ଧମକ

0

ମୁମ୍ବାଇ: ପୁଣି ବିମାନରେ ବୋମା ଧମକ। ଇଣ୍ଡିଗୋ ଫ୍ଳାଇଟରେ ବୋମା ଧମକ ମିଳିଛି। କୁଏତରୁ ହାଇଦ୍ରାବାଦ ଆସୁଥିବା ବିମାନରେ ବୋମା ରହିଥିବା ନେଇ ଦିଲ୍ଲୀ ଏୟାପୋର୍ଟକୁ ଇମେଲ ଆସିଥିଲା। ପରେ ମୁମ୍ବାଇରେ ବିମାନର ଜରୁରୀ ଅବତରଣ କରାଯାଇଛି।

ଏନେଇ ଇଣ୍ଡିଗୋ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇନି। ବିଳିମ୍ବିତ ରାତି ୧ଟା ୫୬ ମିନିଟରେ କିଏତରୁ ବିମାନ ଛାଡିଥିଲା। ପରେ ସକାଳ ୮ଟା ୧୦ ମିନିଟରେ ମୁମ୍ବାଇରେ ଜରୁରୀ ଅବତରଣ କରିଛି। ସୁରକ୍ଷା ଏଜେନ୍ସି ତୁରନ୍ତ ପ୍ରତିକ୍ରିୟା ପ୍ରକାଶ କରି ମୁମ୍ବାଇ ବିମାନବନ୍ଦରରେ ହାଇ ଆଲର୍ଟ ଜାରି କରିଛି। ଯାତ୍ରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ଏବଂ ଏହି ଘଟଣାର ତଦନ୍ତ କରାଯାଉଛି।
ବିମାନବନ୍ଦର କର୍ତ୍ତୃପକ୍ଷ ଏହି ବିପଦକୁ ବହୁତ ଗମ୍ଭୀର ବୋଲି ବିବେଚନା କରିଛନ୍ତି। ମୁମ୍ବାଇ ବିମାନବନ୍ଦରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସ୍ୱତନ୍ତ୍ର ସୁରକ୍ଷା ଦଳ ଏବଂ ଜରୁରୀକାଳୀନ ପ୍ରତିକ୍ରିୟାକାରୀ ପ୍ରସ୍ତୁତ ଅଛନ୍ତି। ଅଧିକାରୀମାନେ ପରିସ୍ଥିତି ଉପରେ କଡ଼ା ନଜର ରଖିଛନ୍ତି।

Leave A Reply

Your email address will not be published.