ପ୍ରମୁଖ ଖବର

ୟୁପିଆଇ ପେମେଣ୍ଟରେ ଲାଗିପାରେ ଚାର୍ଜ, ସଂସଦରେ ସଂଶୋଧନ ବିଲ୍
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
ପୋଲିସ ଅଫିସ୍‌ରେ ଆଉ ଚାର୍ଜ ହେବନି ଇଭି, ବିଦ୍ୟୁତ ଅପବ୍ୟବହାର ରୋକିବାକୁ କଡ଼ା ନିର୍ଦ୍ଦେଶ
ତ୍ରିଷାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଉଦୟନିଧି ଷ୍ଟାଲିନ ଗିରଫ
ଯୌନ ନିର୍ଯାତନା ମାମଲା: ଫେରାର ପୂର୍ବତନ ଆଇଆଇସି ସୁଜିତ ଦାସଙ୍କ ଆତ୍ମସମର୍ପଣ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କ ପାଇଁ ମାସିକ ଭତ୍ତା ଘୋଷଣା, ଜାଣନ୍ତୁ କିଏ ପାଇବେ ଓ କିଏ ପାଇବେନି
ବରିଷ୍ଠ ଓଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ, ଜାରି ହେଲା ନୂଆ ନିଯୁକ୍ତି ତାଲିକା
‘ପ୍ରେସିଡେଣ୍ଟ ସ୍ପେଶାଲ’ ଟ୍ରେନରେ ବ୍ରହ୍ମପୁର ପହଞ୍ଚିଲେ ରାଷ୍ଟ୍ରପତି, ଭବ୍ୟ ସ୍ୱାଗତ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କୁ ମାସିକ ଭତ୍ତା, ପିଜିଙ୍କୁ ୧୦ ହଜାର ଓ ପିଏଚ୍‌ଡି ଗବେଷକଙ୍କୁ ୧୫ ହଜାର ଟଙ୍କା
ସୁପ୍ରିମକୋର୍ଟରେ ବଢ଼ିବ ବିଚାରପତି ସଂଖ୍ୟା, ଲୋକସଭାରେ ବିଲ୍‌ ଗୃହୀତ
ପେଟ୍ରୋଲ-ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ ଟ୍ୟାକ୍ସ
ବିହାରରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବିଜୟ, ବାଙ୍କିପୁରରେ ଭାଙ୍ଗିଲା ବିଜେପିର ୩୧ ବର୍ଷର ଦୁର୍ଗ
ୟୁନେସ୍କୋ ଅମୂର୍ତ୍ତ ଐତିହ୍ୟ ତାଲିକାରେ ରଥଯାତ୍ରା ସାମିଲ ପାଇଁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ଜବାବ ମାଗିବେ ଜଗା ସହ ଜନତା!

0

ଭୁବନେଶ୍ୱର: ଗୋଟିଏ ପଟେ କରୋନାକୁ ସର୍ତକ ସୁଚନା ଜାରି କରିଛନ୍ତି ରାଜ୍ଯ ସରକାର। ରାଜ୍ୟ ବିପର୍ଯ୍ୟୟ ଭାବେ ଘୋଷଣା କରାଯାଇଛି। ୩୧ ତାରିଖ ଯାଏ ସ୍କୁଲ, କଲେଜ, ଜିମ୍, ସେଣ୍ଟର ସୁଇମିଂପୁଲ୍ ବନ୍ଦ କରିବା ନେଇ ନିର୍ଦ୍ଦେଶ ନାମା ଜାରି କରାଯାଇଛି। କେବଳ ସ୍କୁଲ ଓ କଲେଜରେ ପରୀକ୍ଷା ହେବ କିନ୍ତୁ କ୍ଲାସ ହେବ ନାହିଁ। ବିଧାନସଭା ବଜେଟ୍ ଅଧିବେଶନ ବି ଅଟକିଯାଇଛି ୩୦ ତାରିଖ ଯାଏ।

ଅନ୍ୟପଟେ ବିରୋଧୀ ଏହି ପ୍ରସଙ୍ଗକୁ ନେଇ ଭୀଷଣ କ୍ଷୁବ୍ଘ। ଶୁକ୍ରବାର ବିଧାନସଭାରେ ବିରୋଧୀ ଦଳ ନେତା ଏହି ପ୍ରସଙ୍ଗରେ ଅସନ୍ତୋଷ ଢାଳିଥିଲେ। ଆଜି ଦଳୀୟ ରାଜ୍ଯ କାର୍ଯ୍ୟାଳୟରେ ପ୍ରସଙ୍ଗଟିକୁ ଶାଣିତ କରି ସରକାରଙ୍କ ବିରୋଧରେ ଗର୍ଜନ ତର୍ଜନ କରିଛନ୍ତି। ଅଭିଯୋଗ କରିଛନ୍ତି, ୟେସ ବ୍ୟାଙ୍କ ପ୍ରସଙ୍ଗକୁ ଲୋକଙ୍କ ନଜରରୁ ହଟାଇବା ପାଇଁ ଏ ହେଉଛି ରାଜ୍ଯ ସରକାରଙ୍କର ଏକ ଚାଲ୍।

ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କ ସାମ୍ବାଦିକ ସମ୍ମିଳନୀ କରିଛନ୍ତି, କରୋନା ଆଳରେ ଗୃହ ବନ୍ଦ କରିବା କେତେଦୂର ଯୁକ୍ତିଯୁକ୍ତ ସେ ନେଇ ସରକାର ସ୍ପଷ୍ଟ କରିବା ଦରକାର। ମୁଖ୍ୟମନ୍ତ୍ରୀ ଯେଭଳି ଭାଵରେ ଗୃହ ଵନ୍ଦ କଲେ, ତା ପଛରେ ରହିଛି ୟେସ ବ୍ୟାଙ୍କରେ ଜଗନ୍ନାଥଙ୍କ ଟଙ୍କା କେଳେଙ୍କାରୀ। କାଳେ ସରକାରଙ୍କ ଚରିତ୍ର ପଦାରେ ପଡିଯିଵ, ସେ ଭୟରେ ସରକାର ବିଧାନସଭାକୁ ତରବରିଆ ବନ୍ଦ କରିଦେଇଛନ୍ତି। ନିଜର ଦାଗବିହୀନ ମୁଖ୍ୟମନ୍ତ୍ରୀ ଛବିକୁ ବଜାୟ ରଖିବାକୁ କରୋନାର ଆଳ ନେଇ ଜନମାନସରେ ବିଭ୍ରାନ୍ତି ସୃଷ୍ଟି କରିଛନ୍ତି ନବୀନ ବୋଲି ବିଜେପି କହିଛି। ଧାର୍ଯ୍ୟ ସମୟ ଭିତରେ ୟେସ ବ୍ୟାଙ୍କରୁ ଟଙ୍କା ନ ଆସିଲେ ଅପଵାଦ ଓ ଅପଦସ୍ତକୁ ଏଡାଇଵାକୁ କରୋନା ଆଳରେ ଗୃହ ବନ୍ଦ କରିବା ପ୍ରୟାସକୁ ଲୋକ ବରଦାସ୍ତ କରିବେନି।

ଆସନ୍ତା ୧୯ ରେ ଜଗନ୍ନାଥଙ୍କ ଜମା ରାଶିର କିଭଳି ଉଠାଣ ହେବ? ଏହି ପ୍ରଶ୍ନବାଣରୁ ରକ୍ଷା ପାଇବାକୁ ବିଧାନସଭା ବନ୍ଦ ଭଳି ନିଷ୍ପତ୍ତି ନେଵାକୁ ବାଧ୍ୟ ହୋଇଛନ୍ତି ସରକାର ବୋଲି କହିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ। ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ କହିଛନ୍ତି, କେବଳ ଶ୍ରୀଜଗନ୍ନାଥଙ୍କର ନୁହେଁ, କେଉଁ ବିଭାଗରେ କେତେ ଟଙ୍କା ଘରୋଇ ବ୍ୟାଙ୍କରେ ଜମା ଅଛି,ଅର୍ଥମନ୍ତ୍ରୀ ଶ୍ବେତପତ୍ର ଜାରି କରନ୍ତୁ।

Leave A Reply

Your email address will not be published.