ପ୍ରମୁଖ ଖବର

ବର୍ଷକୁ ୨ ଥର ହେବ ସିବିଏସଇ ଦଶମ ପରୀକ୍ଷା
ଡାଇରିଆ କଟକଣା ପରେ ଆଜିଠୁ ଯାଜପୁରରେ ଖୋଲିଲା ସ୍କୁଲ
ରାଜସ୍ୱ ସେବା ପାଇଁ ଇ-ରେଜିଷ୍ଟ୍ରେସନ ଆପ୍‌ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ
ବାହାଘର ଦିନକ ପୂର୍ବରୁ ଦୁର୍ଘଟଣାରେ ଚାଲିଗଲା ବରର ଜୀବନ
ବରିଷ୍ଠ ଅଭିନେତା ତଥା ନିର୍ଦ୍ଦେଶକ ନାରାୟଣ ପତିଙ୍କ ପରଲୋକ
ବାସହୀନଙ୍କୁ ଚିହ୍ନଟ କରିବାକୁ ସରକାରଙ୍କ ପକ୍ଷରୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
ଲଞ୍ଚ ହେଲା ଆକ୍ସିଅମ-୪: ମହାକାଶ ଅଭିମୁଖେ ଶୁଭାଂଶୁ

ଜବାବ ମାଗିବେ ଜଗା ସହ ଜନତା!

0

ଭୁବନେଶ୍ୱର: ଗୋଟିଏ ପଟେ କରୋନାକୁ ସର୍ତକ ସୁଚନା ଜାରି କରିଛନ୍ତି ରାଜ୍ଯ ସରକାର। ରାଜ୍ୟ ବିପର୍ଯ୍ୟୟ ଭାବେ ଘୋଷଣା କରାଯାଇଛି। ୩୧ ତାରିଖ ଯାଏ ସ୍କୁଲ, କଲେଜ, ଜିମ୍, ସେଣ୍ଟର ସୁଇମିଂପୁଲ୍ ବନ୍ଦ କରିବା ନେଇ ନିର୍ଦ୍ଦେଶ ନାମା ଜାରି କରାଯାଇଛି। କେବଳ ସ୍କୁଲ ଓ କଲେଜରେ ପରୀକ୍ଷା ହେବ କିନ୍ତୁ କ୍ଲାସ ହେବ ନାହିଁ। ବିଧାନସଭା ବଜେଟ୍ ଅଧିବେଶନ ବି ଅଟକିଯାଇଛି ୩୦ ତାରିଖ ଯାଏ।

ଅନ୍ୟପଟେ ବିରୋଧୀ ଏହି ପ୍ରସଙ୍ଗକୁ ନେଇ ଭୀଷଣ କ୍ଷୁବ୍ଘ। ଶୁକ୍ରବାର ବିଧାନସଭାରେ ବିରୋଧୀ ଦଳ ନେତା ଏହି ପ୍ରସଙ୍ଗରେ ଅସନ୍ତୋଷ ଢାଳିଥିଲେ। ଆଜି ଦଳୀୟ ରାଜ୍ଯ କାର୍ଯ୍ୟାଳୟରେ ପ୍ରସଙ୍ଗଟିକୁ ଶାଣିତ କରି ସରକାରଙ୍କ ବିରୋଧରେ ଗର୍ଜନ ତର୍ଜନ କରିଛନ୍ତି। ଅଭିଯୋଗ କରିଛନ୍ତି, ୟେସ ବ୍ୟାଙ୍କ ପ୍ରସଙ୍ଗକୁ ଲୋକଙ୍କ ନଜରରୁ ହଟାଇବା ପାଇଁ ଏ ହେଉଛି ରାଜ୍ଯ ସରକାରଙ୍କର ଏକ ଚାଲ୍।

ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କ ସାମ୍ବାଦିକ ସମ୍ମିଳନୀ କରିଛନ୍ତି, କରୋନା ଆଳରେ ଗୃହ ବନ୍ଦ କରିବା କେତେଦୂର ଯୁକ୍ତିଯୁକ୍ତ ସେ ନେଇ ସରକାର ସ୍ପଷ୍ଟ କରିବା ଦରକାର। ମୁଖ୍ୟମନ୍ତ୍ରୀ ଯେଭଳି ଭାଵରେ ଗୃହ ଵନ୍ଦ କଲେ, ତା ପଛରେ ରହିଛି ୟେସ ବ୍ୟାଙ୍କରେ ଜଗନ୍ନାଥଙ୍କ ଟଙ୍କା କେଳେଙ୍କାରୀ। କାଳେ ସରକାରଙ୍କ ଚରିତ୍ର ପଦାରେ ପଡିଯିଵ, ସେ ଭୟରେ ସରକାର ବିଧାନସଭାକୁ ତରବରିଆ ବନ୍ଦ କରିଦେଇଛନ୍ତି। ନିଜର ଦାଗବିହୀନ ମୁଖ୍ୟମନ୍ତ୍ରୀ ଛବିକୁ ବଜାୟ ରଖିବାକୁ କରୋନାର ଆଳ ନେଇ ଜନମାନସରେ ବିଭ୍ରାନ୍ତି ସୃଷ୍ଟି କରିଛନ୍ତି ନବୀନ ବୋଲି ବିଜେପି କହିଛି। ଧାର୍ଯ୍ୟ ସମୟ ଭିତରେ ୟେସ ବ୍ୟାଙ୍କରୁ ଟଙ୍କା ନ ଆସିଲେ ଅପଵାଦ ଓ ଅପଦସ୍ତକୁ ଏଡାଇଵାକୁ କରୋନା ଆଳରେ ଗୃହ ବନ୍ଦ କରିବା ପ୍ରୟାସକୁ ଲୋକ ବରଦାସ୍ତ କରିବେନି।

ଆସନ୍ତା ୧୯ ରେ ଜଗନ୍ନାଥଙ୍କ ଜମା ରାଶିର କିଭଳି ଉଠାଣ ହେବ? ଏହି ପ୍ରଶ୍ନବାଣରୁ ରକ୍ଷା ପାଇବାକୁ ବିଧାନସଭା ବନ୍ଦ ଭଳି ନିଷ୍ପତ୍ତି ନେଵାକୁ ବାଧ୍ୟ ହୋଇଛନ୍ତି ସରକାର ବୋଲି କହିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ। ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ କହିଛନ୍ତି, କେବଳ ଶ୍ରୀଜଗନ୍ନାଥଙ୍କର ନୁହେଁ, କେଉଁ ବିଭାଗରେ କେତେ ଟଙ୍କା ଘରୋଇ ବ୍ୟାଙ୍କରେ ଜମା ଅଛି,ଅର୍ଥମନ୍ତ୍ରୀ ଶ୍ବେତପତ୍ର ଜାରି କରନ୍ତୁ।

Leave A Reply

Your email address will not be published.