ପ୍ରମୁଖ ଖବର

ଇ-୨୦ ଇନ୍ଧନ ନେଇ ନିତିନ ଗଡ଼କରୀଙ୍କ ସ୍ପଷ୍ଟୀକରଣ
ରାଜ୍ୟସଭାରେ ପାରିତ ହେଲା ‘ବନ୍ଦେ ମାତରମ୍’ ସୁରକ୍ଷା ବିଲ୍, ଅପମାନ କଲେ ୩ ବର୍ଷ ପର୍ଯ୍ୟନ୍ତ ଜେଲ୍
ବନ୍ୟା ପ୍ରଭାବିତ ଜିଲ୍ଲାରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ
ଓଟିଆଣ୍ଡଏଏସ୍ କ୍ୟାଡର୍‌ରେ ରଦବଦଳ, ୧୯୮ ଅଧିକାରୀଙ୍କୁ ନୂଆ ଦାୟିତ୍ୱ
ଓଡ଼ିଶାରେ ବନ୍ୟା: ୬ ଜିଲ୍ଲାର ୨ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ, ୪ ମୃତ
କୋଇଲା ବ୍ଲକ ମାମଲାରେ ମନମୋହନ ସିଂଙ୍କୁ ସୁପ୍ରିମକୋର୍ଟଙ୍କ କ୍ଲିନ୍‌ଚିଟ୍
ଲୋକସଭାରେ ପାରିତ ହେଲା ସାର୍ବଜନୀନ ପରୀକ୍ଷା ସଂଶୋଧନ ବିଲ୍, ୨୦୨୬

୧୬ ତାରିଖ କାର୍ଯ୍ୟକାରିଣୀରେ କଣ ହେବ?

0

ଭୁବନେଶ୍ବର: ବିଜେଡି ରାଜନୀତିରେ ଏକ ବଡ଼ ପରିବର୍ତନର ଆଭାସ ମିଳୁଛି। ଦଳର ସାଂଗଠନିକ ପୁନର୍ବିନ୍ୟାସ ପ୍ରକ୍ରିୟା ପୂର୍ବରୁ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବାକୁ ଯାଉଛନ୍ତି ଶୀର୍ଷ ନେତୃତ୍ବ। ଏ ସଂକ୍ରାନ୍ତ ପ୍ରାରମ୍ଭିକ ନକ୍ସା ପ୍ରସ୍ତୁତି ପରେ ଆସନ୍ତା ୧୬ ତାରିଖ ଦିନ ଦଳର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଡକାଯାଇଛି। ସେଦିନ ରାଜ୍ୟ ସଭାପତିଙ୍କୁ ଦଳ ନବୀନ ପଟ୍ଟନାୟକଙ୍କୁ ଆହୁରି ଅଧିକ କ୍ଷମତା ଅଜାଡି ଦେବ, ଯାହା ଦ୍ବାରା ସେ ବିଜେଡିକୁ ସଶକ୍ତ କରିବା ଲାଗି ଯେତେବେଳେ ଯେଉଁ ନିଷ୍ପତ୍ତି ଚାହିଁବେ ନେଇପାରିବେ।

ଦଳର ଶୀର୍ଷସ୍ତରରୁ ମିଳୁଥିବା ସୂଚନା ଅନୁସାରେ, ଆସନ୍ତା ୧୬ ତାରିଖ କାର୍ଯ୍ୟକାରିଣୀ ବୈଠକରେ ସମ୍ବିଧାନରେ ସାମାନ୍ୟ ପରିବର୍ତନ ଲାଗି ସହମତି ଅଣାଯିବ। ପୂର୍ବରୁ ଥିବା ଉପସଭାପତି ଓ ସାଧାରଣ ସଂପାଦକ ପଦବି ଥିଲା। ଏହି ସଂଖ୍ୟା ବଢିବା ସମ୍ଭାବନା ଅଧିକ ରହିଛି। ଆହୁରି କିଛି ନୂଆ ପଦବି ସୃଷ୍ଟି ହେବା ସମ୍ଭାବନାକୁ ବି ଏଡାଇ ଦିଆଯାଇପାରିବ ନାହିଁ।

କେବଳ ସେତିକି ନୁହେଁ, ଦଳ ସଂପର୍କରେ ଠୋସ୍ ନିଷ୍ପତ୍ତି ନେବା ଲାଗି କିଛି ପଦବି କ୍ଷେତ୍ରରେ କ୍ଷମତା ବୃଦ୍ଧି ହୋଇପାରେ। ସାଂଗଠନିକ ସଂପାଦକ ଭଳି ନୂଆ ପଦବି ସୃଷ୍ଟି କରାଯାଇଥିବାରୁ, ସେ କ୍ଷେତ୍ରରେ ସଂପୃକ୍ତ ପଦବିଧାରୀଙ୍କର କ୍ଷମତା ନିର୍ଦିଷ୍ଟ ଭାବେ କଣ ହେବ, ତାହା ନେତୃତ୍ବ ସ୍ଥିର କରିବେ। ପୂର୍ବରୁ ମାର୍ଚ୍ଚ ୫ ତାରିଖ ଦିନ ମୁଖ୍ୟମନ୍ତ୍ରୀ ପ୍ରଣବ ପ୍ରକାଶ ଦାସଙ୍କୁ ସାଂଗଠନିକ ସଂପାଦକ କରି ତାଙ୍କୁ ନିଜ ପରେ ସର୍ବୋଚ୍ଚ ସାଂଗଠନିକ କ୍ଷମତା ଦେଇଛନ୍ତି। ଏବେ ଦେଖିବାକୁ ହେବ ଯେ ନୂଆ ଟିମରେ ବବିଙ୍କ ଭୂମିକା କେତେ ରହିବ?

ମାର୍ଚ୍ଚ ୨୬ ତାରିଖରୁ ନିର୍ବାଚନ ସରିଲାଣି। ଇତିମଧ୍ୟରେ ଦୁଇ ସପ୍ତାହ ବିତିଗଲାଣି, କିନ୍ତୁ ନେତୃତ୍ବ ସାଂଗଠନିକ କର୍ମକର୍ତା ନିଯୁକ୍ତି ଦେଇନାହାନ୍ତି। ଏହି ଟିମ୍ କିଭଳି ହେବ ଓ ଏଥିରେ କାହାକୁ କି କି କ୍ଷମତା ଦିଆଯିବ ତାହାକୁ ଏବେ ସମସ୍ତଙ୍କର ଲକ୍ଷ୍ୟ ରହିଛି। ବିଶେଷକରି ଏଥିରେ ବିଜୁ ସହଯୋଗୀ ଓ ନବୀନଙ୍କ ସହଯୋଗୀଙ୍କ ମଧ୍ୟରେ କେତେ ପ୍ରତିଶତ ଆସନ ବଣ୍ଟୁଆରା ହେବ ତାହା ଉପରେ ରାଜନୈତିକ ମହଲ ନଜର ରଖିଛନ୍ତି। କାରଣ ଏହି ଫର୍ମୁଲା ହିଁ ଅସଲରେ ବିଜେଡିର ଗତି ସଂପର୍କରେ ଏକ ବଡ଼ ଆଭାସ ଦେବ।

ବିଜେଡି ରାଜ୍ୟ ସଭାପତି ବବିଙ୍କୁ କ୍ଷମତା ଦେବା ପରେ ଦଳରେ ଯେଉଁ କିଛି ଅସନ୍ତୋଷର ସଙ୍କେତ ମିଳୁଛି, ତାହା ମଧ୍ୟ ଏହା ସହିତ ପରିସମାପ୍ତି ଘଟିଯାଇପାରେ। ଏଥିପାଇଁ ଗୋଟିଏ ଗୋଷ୍ଠୀ ବିଭିନ୍ନ ବର୍ଗ ସହିତ ଆଲୋଚନା ଆରମ୍ଭ କରିଛନ୍ତି। ଏହି ପ୍ରକ୍ରିୟା ଶେଷ ହେବା ପରେ ସଂଗଠନର ରୂପରେଖ ପ୍ରସ୍ତୁତ ହେବ ବୋଲି ଦଳର ଜଣେ ବରିଷ୍ଠ ନେତା କହିଛନ୍ତି।

Leave A Reply

Your email address will not be published.