ପ୍ରମୁଖ ଖବର

ଆଜି ସଂସଦରେ ୨୦୨୫-୨୬ ବର୍ଷର ପୂର୍ଣ୍ଣାଙ୍ଗ ଆର୍ଥିକ ବଜେଟ ଉପସ୍ଥାପିତ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
ମଧ୍ୟବିତ୍ତଙ୍କୁ ବଡ ଆଶ୍ଵସ୍ତି : ୧୨ ଲକ୍ଷ ପର୍ଯ୍ୟନ୍ତ ଆୟକର ଛାଡ
କେନ୍ଦ୍ର ବଜେଟରେ ରେଳ ମନ୍ତ୍ରଣାଳୟ ପାଇଁ ୨.୫୫ ଲକ୍ଷ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ସେଥିମଧ୍ୟରୁ ୩,୪୪୫ କୋଟି ଟଙ୍କା ରାଜସ୍ବ ଓ ୨,୫୨,୦୦୦ କୋଟି ଟଙ୍କା ପୁଞ୍ଜି ବ୍ୟୟରେ ଖର୍ଚ୍ଚ ହେବ
ବଜେଟରେ ଆମାଜନ୍, ଫ୍ଲିପକାର୍ଟ, ଜୋମାଟୋ ଆଉ ସ୍ୱିଗି ଡେଲିଭରୀ କରୁଥିବା ଲୋକଙ୍କ ପାଇଁ ମୋଦୀ ସରକାର ଖୁବଶୀଘ୍ର ୧ କୋଟି କର୍ମଚାରୀଙ୍କୁ ପରିଚୟ ପ୍ରଦାନ କରିବେ, ଏହାସହିତ ଇ-ଶ୍ରମ ପୋର୍ଟାଲରେ ମଧ୍ୟ ସେମାନଙ୍କର ପଞ୍ଜୀକରଣ କରାଯିବ
ଟ୍ୟାକ୍ସ ଛାଡ ଘୋଷଣା ପରେ ଅର୍ଥମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ଆଇଏଏସ୍ ସତ୍ୟବ୍ରତ ରାଉତ ବିଧାନସଭାର ନୂଆ ସଚିବ
ସୁରକ୍ଷାକର୍ମୀଙ୍କୁ ଏନକାଉଣ୍ଟରରେ ୮ନକ୍ସଲ ନିପାତ
ଜୀବିକା ମିଶନ ଇସି ସଦସ୍ଯଙ୍କ ରିଷ୍ଟ୍ରକ୍ଚରିଙ୍ଗ୍ ଵନ୍ଦ କରି ସ୍ଥାୟୀ ନିଯୁକ୍ତି ଦେଵା ଦାବିରେ ” ନିଖିଳ ଓଡ଼ିଶା ଜୀବିକା ମିଶନ ଇସି ସଂଘ” ପକ୍ଷରୁ ବିଶାଳ ବିକ୍ଷୋଭ
ଦାବି ପୂରଣ ପାଇଁ ୧୩ଫେଵୃଆରୀରୁ ବିଧାନସଭା ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ଗଣ ଧାରଣା।
ଭଦ୍ରକ ୧୬ ନମ୍ବର ଜାତୀୟ ରାଜପଥ ମଇତାପୁର ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ

ଘୋଷଣାପତ୍ର ଦେଲେ ଯାଇ ଜଗା ଦର୍ଶନ

0

ଭୁବନେଶ୍ବର: ଗତ ମେ’ ମାସ ୩ ତାରିଖ ଦିନ ଭୀଷଣ ସାମୁଦ୍ରିକ ବାତ୍ୟା ଫନି ପୁରୀକୁ ଧ୍ବସ୍ତ ବିଧ୍ବସ୍ତ କରିଦେଇଥିଲା। ଏହି ବିପର୍ଯ୍ୟୟ ପୁରୀ ବାସୀଙ୍କୁ ଗଭୀର ଭାବେ ମର୍ମାହତ କରିଦେଇଥିଲା। ସେମାନଙ୍କର ଆର୍ଥିକ ସ୍ଥିତିକୁ ଦୋହଲାଇ ଦେଇଥିଲା। ବର୍ଷେ ପୂରିନି, ପୁଣି ଏକ ବିପର୍ଯ୍ୟୟ ଆଶଙ୍କା ସୃଷ୍ଟି ହେଲାଣି। ଯାହା ଫନି ଠାରୁ ମଧ୍ୟ ଆହୁରି ଭୀଷଣ ହୋଇପାରେ। ପୁରାଣ ସମୟରେ ରାକ୍ଷସ (ଆତଙ୍କ ସୃଷ୍ଟି କରୁଥିବା ଏକ ଚରିତ୍ର)ମାନେ ଦେବତାଙ୍କ ସେବା ପୂଜା ଓ ରାସ୍ତାରେ କଣ୍ଟା ସାଜୁଥିଲେ। ଏବେ କରୋନା ସେହିଭଳି ଏକ ବିପଜ୍ଜନକ ସ୍ଥିତି ସୃଷ୍ଟି କରିଛି। ସାଧାରଣ ଲୋକଙ୍କ ଜୀବନକୁ ଦୁର୍ବିସହ କରିଦେଇଥିବା କରୋନା ଏବେ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ପାଚେରି ସୃଷ୍ଟି କଲାଣି। କରୋନା ବିପର୍ଯ୍ୟୟକୁ ଆଖି ଆଗରେ ରଖି ଶ୍ରୀମନ୍ଦିର ପ୍ରଶାସନ ଆଜି ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି।

ଶ୍ରୀମନ୍ଦିର ଛତିଶା ନିଯୋଗର ଏକ ଜରୁରୀ ବୈଠକ ଡକାଯାଇଥିଲା। ଯେଉଁଥିରେ ସ୍ଥିର ହୋଇଛି, ମାରାତ୍ମକ କରୋନା ଭାଇରସର ବିସ୍ତାରକୁ ରୋକିବା ଲାଗି ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ତୀର୍ଥଯାତ୍ରୀ ଏବଂ ସେବାୟତଙ୍କ ପାଇଁ କିଛି ପ୍ରତିବନ୍ଧକ ଲାଗିବ। ଭକ୍ତମାନେ ଭଗବାନଙ୍କ ଦର୍ଶନ ପାଇଁ ଯିବା ବେଳେ ଏବେ ଗୋଟିଏ ଫର୍ମ ପୂରଣ କରିବାକୁ ପଡିବ, ଯେଉଁଥିରେ ସେମାନେ ଗ୍ୟାରେଣ୍ଟି ଦେବେ ଯେ ସେମାନେ ଥଣ୍ଡାରେ ଆକ୍ରାନ୍ତ ନୁହଁନ୍ତି, ତାଙ୍କ ପରିବାରର କେହି ବିଦେଶ ଯାଇନାହାନ୍ତି, ଗତ ୧୫ ଦିନ ମଧ୍ୟରେ ସେମାନେ ଜ୍ବରରେ ଆକ୍ରାନ୍ତ ହୋଇନଥିଲେ। ଏତିକିରେ ଏହା ସୀମିତ ନୁହେଁ, ନା ସେମାନେ ଅରୁଣ ସ୍ତମ୍ଭ ଛୁଇଁପାରିବେ ନା ଏକାଠି ଆନନ୍ଦ ବଜାରରେ ସେମାନଙ୍କୁ ଖାଇବାକୁ ମିଳିବ। ଗରୁଡ ସ୍ତମ୍ଭକୁ ବି ସେମାନେ କୁଣ୍ଢାଇବେ ନାହିଁ କି ଛୁଇଁବେ ନାହିଁ। ମନ୍ଦିର ପରିସରରେ କୌଣସି ଠାରେ ଭକ୍ତ ଭିଡ଼ ଲଗାଇପାରିବେ ନାହିଁ।

ଶ୍ରୀମନ୍ଦିର ପରିଦର୍ଶନ ସମୟରେ ରୁଣ୍ଡ ଦୋଇ ଦର୍ଶନ ଉପରେ ବି କଟକଣା ଲାଗିବ। ବରଂ ଧାଡି କରି ଅଳ୍ପ ସଂଖ୍ୟାରେ ଭକ୍ତ ଦର୍ଶନ କରିବେ। ସେମାନଙ୍କ ମଧ୍ୟରେ ଯଥେଷ୍ଟ ବ୍ୟବଧାନ ରହିବ। ମାତ୍ର ଭିତର କାଠ ଦର୍ଶନକୁ ପ୍ରଶାସନ ବନ୍ଦ କରିନାହିଁ। ହେଲେ ସଂକୀର୍ତ୍ତନ ଆଦି ହୋଇପାରିବ ନାହିଁ। କୌଣସି ପରିସ୍ଥିତିରେ ମନ୍ଦିର ଭିତରେ ଏହାକୁ ଅନୁମତି ଦିଆଯାଇପାରିବ ନାହିଁ। ଶ୍ରୀମନ୍ଦିର ପ୍ରଶାସନର ସମସ୍ତ କର୍ମଚାରୀଙ୍କୁ ମାସ୍କ ପିନ୍ଧିବା ପାଇଁ ପ୍ରଶାସନ ନିର୍ଦେଶ ଦେଇଛି। ତେବେ ପୂଜାପଣ୍ଡା ଓ ସେବାୟତ ପିନ୍ଧିବେ କି ନାହିଁ, ତାହା ସେମାନଙ୍କ ଉପରେ ନିର୍ଭର କରିବ। ଏ କ୍ଷେତ୍ରରେ ବାଧ୍ୟବାଧ୍ୟକତା ରହିବ ନାହିଁ। କିନ୍ତୁ ଶ୍ରୀମନ୍ଦିର ପ୍ରଶାସନ ମାସ୍କ ଯୋଗାଇ ଦେବ। ବାରମ୍ବାର ସେବାୟତମାନେ ହାତ ଧୋଇବେ ଓ ଭକ୍ତଙ୍କ ଆଖିରେ କର୍ପୂର ଲଗାଇବେନି।

ମନ୍ଦିର ବାହାରେ ଏକ ଡାକ୍ତରୀ ଟିମ୍ କ୍ୟାମ୍ପ କରି ରହିବାକୁ ନିର୍ଦେଶ ଦିଆଯାଇଛି। ସେହିଭଳି ଭକ୍ତମାନଙ୍କୁ ଶ୍ରୀମନ୍ଦିର ପ୍ରଶାସନ ଅନୁରୋଧ କରିଛି କି ସେମାନେ ମହାପ୍ରସାଦ ନେଇ ଘରକୁ ନେଇକି ଯିବେ। ବିଭିନ୍ନ ସମୟରେ ପ୍ରଶାସନ ଏହାକୁ ଯାଞ୍ଚ କରିବ ଓ ଆବଶ୍ୟକ ପଦକ୍ଷେପ ନେବ। ଏପ୍ରିଲ ପହିଲା ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ ବୋଲି ସୂଚନା ମିଳିଛି।

Leave A Reply

Your email address will not be published.