ପ୍ରମୁଖ ଖବର

ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଅକ୍ଟୋବର ୨୪ ଓ ୨୫ରେ ଓଡ଼ିଶା ହାଇକୋର୍ଟ ବନ୍ଦ ରହିବ, ଏଥି ପାଇଁ ନଭେମ୍ବର ୩୦ ଓ ଡିସେମ୍ବର ୭ରେ ହାଇକୋର୍ଟ ଖୋଲା ରହିବ
ବାତ୍ୟା ପାଇଁ ଓଏଏସ୍ ପ୍ରିଲିମ୍‌ ପରୀକ୍ଷା ସ୍ଥଗିତ
ହବିଷ୍ୟାଳିଙ୍କ ପାଇଁ ୨୪ ଓ ୨୫ ତାରିଖରେ ବନ୍ଦ ରହିପାରେ ମହାପ୍ରଭୁଙ୍କ ଦର୍ଶନ:ଜିଲ୍ଲାପାଳ
ବାତ୍ୟା ପାଇଁ ବ୍ୟାପକ ଟ୍ରେନ୍‌ ବାତିଲ ଘୋଷଣା କଲା ରେଲୱେ
ବାତ୍ୟା ପ୍ରଭାବିତ ଜିଲାରେ ବନ୍ଦ ରହିବ ମଦ ଦୋକାନ ; ନଗର ଉନ୍ନୟନ ମନ୍ତ୍ରୀ
୬ଟି ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ
ବାତ୍ୟା ‘ଦାନା’ ପାଇଁ ନନ୍ଦନକାନନ ବନ୍ଦ
ୱାୟନାଡ ପାଇଁ ନାମାଙ୍କନ ଦାଖଲ କଲେ ପ୍ରିୟଙ୍କା ଗାନ୍ଧି
ଗ୍ୟାଙ୍ଗଷ୍ଟର ଛୋଟା ରାଜନଙ୍କୁ ମିଳିଲା ଜାମିନ

କରୋନା ପଜିଟିଭ୍ ବଢାଇଲା ସତର୍କତା

0

ଭୁବନେଶ୍ବର: ମାରାତ୍ମକ କରୋନା ନିଜର କାୟା ବିସ୍ତାର କରି ଚାଲିଥିବାବେଳେ ଓଡ଼ିଶାରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଆଜି ଭୁବନେଶ୍ବର ଅଞ୍ଚଳର ଜଣେ ୩୩ ବର୍ଷୀୟ ଯୁବକଙ୍କଠାରେ ଏହି ମାରାତ୍ମକ ଭୂତାଣୁ ଚିହ୍ନଟ ହୋଇଥିବା ସୂଚନା ମିଳିଛି। ତାଙ୍କୁ କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଚିକିତ୍ସା କରାଯାଉଛି। ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ଆଜି ଗଣମାଧ୍ୟମକୁ ଏ ସଂପର୍କରେ ସୂଚନା ଦେଇଛନ୍ତି। ଗତ ୧୪ ତାରିଖରେ ସଂପୃକ୍ତ ଯୁବକ ହସ୍ପିଟାଲରେ ଭର୍ତ୍ତି ହେବା ପରେ ତାଙ୍କ ସ୍ବାବ୍‌ ନମୁନା ପରୀକ୍ଷା‌ ପାଇଁ ପଠାଯାଇଥିଲା। ରବିବାର ସନ୍ଧ୍ୟାରେ ତାଙ୍କ ‌ରିପୋର୍ଟ‌ ଆସିବା ପରେ ଯୁବକ ଜଣକ କରୋନା (କୋଭିଡ୍‌-୧୯) ଭୂତାଣୁ ଦ୍ବାରା ଆକ୍ରାନ୍ତ ହୋଇଥିବାର  ସ୍ପଷ୍ଟ ହୋଇଥିଲା।

ଖବର ଅନୁସାରେ, ଉକ୍ତ ଯୁବକ ଜଣକ ୬ ତାରିଖରେ  ଇଟାଲିରୁ ଦିଲ୍ଲୀକୁ ଫେରିଥିଲେ। ଦିଲ୍ଲୀରେ କ୍ବାରେଣ୍ଟିନ୍‌ରେ କିଛିଦିନ ରହିବା ପରେ ୧୨ ତାରିଖ ଦିନ ଟ୍ରେନ୍ ଯୋଗେ ଭୁବନେଶ୍ବର ଆସିଥିଲେ। ଥଣ୍ଡା ଜ୍ବର ନ ଛାଡିବାରୁ କ୍ୟାପିଟାଲ୍‌ ହସ୍ପିଟାଲ୍‌ ଆସିଥିଲେ। ସମ୍ପୃକ୍ତ ଯୁବକଙ୍କ ପରିବାରକୁ ମଧ୍ୟ ନିରୀକ୍ଷଣରେ ରଖାଯାଇଥିବା ଜଣାପଡିଛି ଓ ଵର୍ତମାନ ତାଙ୍କର ଓ ତାଙ୍କ ପରିବାରର ସ୍ବାସ୍ଥ୍ୟ ସମ୍ପୂର୍ଣ୍ଣ ଠିକ୍ ଥିବା ସୂଚନା ମିଳିଛି।

ଇତିମଧ୍ୟରେ ରାଜ୍ୟ ସରକାର କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ କରିଛନ୍ତି। ଦିଲ୍ଲୀରୁ ଭୁବନେଶ୍ୱର ଆସିବା ସମୟରେ ଟ୍ରେନରେ ଓ ଯାହା ଯାହା ସହିତ ସଂସ୍ପର୍ଶରେ ଆସିଛନ୍ତି ସେମାନଙ୍କୁ ଖୋଜାଯାଉଛି। ସେମାନଙ୍କୁ ମଧ୍ୟ ଆଇସୋଲେସନରେ ରଖାଯିବ।

ଏପଟେ ସରକାର ଆଜି ସ୍କୁଲକୁ ସମ୍ପୂର୍ଣ ଛୁଟି ଘୋଷଣା କରିଛନ୍ତି। ପ୍ରଥମ ଠାରୁ ନବମ ବାର୍ଷିକ ପରୀକ୍ଷା ବାତିଲ କରାଯାଇଛି। କିନ୍ତୁ ଯୁକ୍ତ ଦୁଇ ପରୀକ୍ଷା ଓ ମୂଲ୍ୟାୟନ ଓ ଦଶମ ଶ୍ରେଣୀ ମୂଲ୍ୟାୟନ ଚାଲୁ ରହିବ। ସେହିଭଳି ଶିକ୍ଷକ ସ୍କୁଲ ଆସିବେନି। ହେଲେ ସ୍ୱତନ୍ତ୍ର ନିର୍ଦେଶ ପାଇଁ ଫୋନ ଖୋଲା ରଖିବେ।

କୋରନା ନେଇ ପରିବହନ ବିଭାଗର ମଧ୍ୟ ସ୍ବତନ୍ତ୍ର ଗାଇଡ଼ଲାଇନ ଜାରି କରାଯାଇଛି। ଯେତିକି ସଂଖ୍ୟକ ସିଟ ଅଛି, ତା ଠାରୁ ସେମାନେ ଅଧିକ ଲୋକଙ୍କୁ ବସରେ ନେଇପାରିବେ ନାହିଁ। ବସରେ ଓଭରଲୋଡିଂ ନ କରିବାକୁ ନିର୍ଦ୍ଦେଶ ରହିଛି। ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି, ବସର ଡ୍ରାଇଭରଙ୍କ ଠୁ ନେଇ ସମସ୍ତ କର୍ମଚାରୀ ମାସ୍କ ପିନ୍ଧିବା ନିତାନ୍ତ ଆବଶ୍ୟକ । କର୍ମଚାରୀ ମାନେ ସ୍ୱଛତାକୁ ପ୍ରାଧାନ୍ୟ ଦେବାକୁ ପରିବହନ ବିଭାଗର ପରାମର୍ଶ ଦେଇଛି।

ଆଜିଠାରୁ ଉତ୍କଳ ବିଶ୍ୱବିଦ୍ୟାଳୟ ହଷ୍ଟେଲକୁ ବନ୍ଦ ନିର୍ଦେଶ ଦିଆଯାଇଛି। ୨୪ ଘଣ୍ଟା ମଧ୍ୟରେ ହଷ୍ଟେଲ ଖାଲି ପାଇଁ ନିର୍ଦେଶ ଦିଆଯାଇଛି। କରୋନା ଭାଇରସ କାରଣରୁ ଉତ୍କଳ ବିଶ୍ୱବିଦ୍ୟାଳୟର ହଷ୍ଟେଲ ଓ ମେସଗୁଡିକୁ  ବନ୍ଦ କରିବା ନେଇ ରେସିଡେଣ୍ଟସ  କମିଟି ମିଟିଙ୍ଗରେ ନିଷ୍ପତ୍ତି ନିଆଯାଇଥିବା ସୂଚନା ଦେଇଛନ୍ତି ଅଧକ୍ଷା  ସବିତା ଆଚାର୍ଯ୍ୟ। ଯେଉଁ ବିଭାଗ ଗୁଡିକର ମିଡ଼ ସେମିଷ୍ଟାର ରହିଛି, ସେ ସଂପର୍କରେ ୩୧ ମାର୍ଚ୍ଚ ପରେ ନିଷ୍ପତ୍ତି ନିଆଯିବ।

ରାଜ୍ୟ ନିର୍ବାଚନ କମିସନ ମଧ୍ୟ ପଞ୍ଚାୟତ ଉପନିର୍ବାଚନ ସ୍ଥଗିତ ରଖିଛନ୍ତି। ଆସନ୍ତା ୨୪ ତାରିଖ ଦିନ ୨୦ଟି ଜିଲ୍ଲା ଅନ୍ତର୍ଗତ ୨ଟି ଜିଲ୍ଲା ପରିଷଦ ସଭ୍ୟ, ୬ଟି ସରପଞ୍ଚ, ୮ଟି ସମିତି ସଭ୍ୟ ଓ ୮୪ଟି ଵାର୍ଡ ମେମ୍ବର ପାଇଁ ନିର୍ବାଚନ ହେବାର ଥିଲା। ପରବର୍ତୀ ସମୟରେ ଏ ନେଇ କମିସନ ପୁଣି ତାରିଖ ଧାର୍ଯ୍ୟ କରିବେ।

କରୋନା ଭାଇରସକୁ ରୋକିବା ଲାଗି ଆଜି ପିପିଲି ଟୋଲଗେଟ୍ ନିକଟରେ ବ୍ୟାପକ ଯାଞ୍ଚ ଚାଲିଛି। ଅନ୍ୟ ସବୁ ଜିଲ୍ଲାରେ କରୋନା ସଚେତନତା ସହିତ ମଲ୍ ଆଦି ବନ୍ଦ ଉପରେ ଗୁରୁତ୍ବ ଦିଆଯାଉଛି। ରାୟଗଡା, ଗଞ୍ଜାମ ପରେ ଯାଜପୁର, ଢେଙ୍କାନାଳରେ ପ୍ରଶାସନ କଡ଼ା ପଦକ୍ଷେପ ନେଇଛନ୍ତି।

Leave A Reply

Your email address will not be published.