ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ୟୁଏଇ ଗସ୍ତର ପ୍ରଥମ ଦିନରେ ଓଡ଼ିଶାରେ ନିବେଶ ଓ ବାଣିଜ୍ୟିକ ସହଯୋଗ ବୃଦ୍ଧି ନେଇ ଏକାଧିକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା
ଭୋଟର ତାଲିକାରେ ନାମର ବନାନ ତ୍ରୁଟି; ଭାରତ ରତ୍ନ ବୈଜ୍ଞାନିକ ସିଏନଆର ରାଓଙ୍କୁ ନୋଟିସ୍‌
ଫାୟାର ସେଫ୍ଟି ନିୟମ ଭାଙ୍ଗିଲେ ବନ୍ଦ ହେବ କୋଚିଂ ସେଣ୍ଟର; ସେପ୍ଟେମ୍ବର ୧୫ରୁ ସ୍ୱତନ୍ତ୍ର ଯାଞ୍ଚ
ଇରାନ-ଆମେରିକା ମୁହାଁମୁହିଁ; ଖାର୍ଗ ଦ୍ୱୀପ ନିକଟରେ ୫ ତୈଳ ଟ୍ୟାଙ୍କର ଧ୍ୱଂସ
୧୧ରେ ମୋଦୀ-ପୁଟିନ୍‌ ଦ୍ୱିପାକ୍ଷିକ ଆଲୋଚନା
୭ଟି ହାଇ-ଡେନ୍ସିଟି ରେଳ କରିଡୋରକୁ ଫୋର୍‌-ଲେନ୍‌ କରିବାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର, ୩ ଦିନ ଯାଏଁ ବର୍ଷା ସମ୍ଭାବନା
ସମ୍ ରେ ପଂଚମ ମଲ୍‌ଟିପଲ୍ କ୍ୟାଡାଭେରିକ୍ ଅର୍ଗାନ୍ ରିଟ୍ରିଭାଲ୍‌

ଶେଷରେ ନବୀନ ଛାଡିଲେ ଅମୋଘ ଅସ୍ତ୍ର

0

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ଦେଶବାସୀଙ୍କ ସାମ୍ନାରେ ଏକ ବଡ଼ ଘୋଷଣା କରିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଆଉ ଏକ ମାଷ୍ଟରକାର୍ଡ ଖୋଳିଛନ୍ତି। କରୋନା ମୁକାବିଲା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ରାଜ୍ୟବାସୀଙ୍କ ସାମ୍ନାରେ ପୂର୍ବରୁ ତାଙ୍କ ଉପଦେଶକୁ ଏକାଧିକବାର ମାନିଥିବା କାରଣରୁ କୃତଜ୍ଞତା ଜ୍ଞାପନ କରିବା ସହିତ ଆଉ ଏକ ନୂଆ ପ୍ରତିଶ୍ରୁତି ମାଗିଛନ୍ତି। ମୋ ଜୀବନ ନାମରେ ନୂଆ କାର୍ଯ୍ୟକ୍ରମ ହାତକୁ ନେଇ ପରିବାରର ମୁଖିଆ ଓ ସମସ୍ତଙ୍କୁ ଶପଥ ପାଠ କରାଇ ଘରୁ ନ ବାହାରିବା ଉପରେ କଟକଣା ଲଗାଇବାକୁ ନିବେଦନ କରିଛନ୍ତି।

ଏକ ଭିଡିଓ ଜାରି କରି ନବୀନ କହିଛନ୍ତି ଯେ କରୋନା ଭାଇରସ୍ ସଂପର୍କରେ ସମସ୍ତେ ଜାଣିସାରିବେଣି। ଏହି ଭୂତାଣୁ ବହୁ ଦୂରରେ ଥିଲା। ଆମେରିକା, ୟୁରୋପରେ ଥିଲା। ପରେ ଇରାନ ଆସିଲା ଓ ଦିଲ୍ଲୀରେ ବି ପହଞ୍ଚିଲା। ଏବେ ଏହା ଏବେ ଘର ପାଖରେ ପହଞ୍ଚିଛି। ଆମ ନିଜର ଭଲ ପାଇଁ, ଆମ ପରିବାରର ଭଲ ପାଇଁ ଆମର ଦାୟିତ୍ବ ହେଉଛି,ଏହି ଭୂତାଣୁକୁ ଘରେ ପଶିବାକୁ ଦେବା ନାହିଁ। ସେଥିପାଇଁ ଏହି ଲକ୍ ଡାଉନ୍। ନବୀନ କହିଛନ୍ତି, ମୁଁ ମୋର ଗତ ୨୦ବର୍ଷର ସେବା ମଧ୍ୟରେ ରାଜ୍ୟବାସୀଙ୍କୁ ଅନେକ ଅନୁରୋଧ ରଖିଛି। ଆପଣମାନେ ସମସ୍ତ ଅନୁରୋଧକୁ ପାଳନ କରିଛନ୍ତି। ସେଥିପାଇଁ ମୁଁ ଆପଣଙ୍କ ନିକଟରେ ଋଣୀ। ଆଜି ଆପଣମାନଙ୍କ ନିକଟରେ ଯେଉଁ ନିବେଦନ ରଖୁଛି, ତାହା ହେଉଛି, ସବୁଠାରୁ ଗୁରୁତ୍ବପୂର୍ଣ୍ଣ। ଆଜି ମୁଁ ମୋ ଜୀବନ କାର୍ଯ୍ୟକ୍ରମ ରଖୁଛି। ଏହା ହେଉଛି, ଆପଣ ଓ ଆପଣଙ୍କ ପରିବାରର ସୁରକ୍ଷା ପାଇଁ ଉଦ୍ଦିଷ୍ଟ। କରୋନା ଭାଇରସ୍ ଆପଣଙ୍କ ଘରକୁ ଆସିବା ନ ଆସିବା ଆପଣଙ୍କ ବ୍ୟବହାର ଉପରେ ନିର୍ଭର କରେ। ଆପଣ ସାବଧାନ ରହିଲେ, ଏହା ଆପଣଙ୍କ ଘର ଭିତରକୁ ପ୍ରବେଶ କରିପାରିବ ନାହିଁ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ମୋ ଜୀବନ କାର୍ଯ୍ୟକ୍ରମରେ ପ୍ରତିଦିନ ଏହି ଶପଥ ପାଠ କରନ୍ତୁ ଯେ ମୁଁ ମୋର ପିଲାଛୁଆ ଓ ବାପାମାଆଙ୍କ ନାମରେ ଶପଥ କରୁଛି ଯେ ମୁଁ ବର୍ତମାନ ସମୟରେ ବାହାରକୁ ଯିବିନାହିଁ। ବାହାରକୁ ଗଲେ କରୋନା ଭାଇରସ୍ ମୋ ସାଥିରେ ମୋ ଘରକୁ ଆସିପାରେ। ମୋ ପରିବାରର କ୍ଷତି କରିପାରେ। ଏଣୁ ମୁଁ ଏବେ ବାହାରକୁ ଯିବି ନାହିଁ। ଯଦି ଜରୁରୀ କାମରେ ଯିବି, ତେବେ ଫେରିବା ସମୟରେ ଭଲ ଭାବେ ସାବୁନରେ ୨୦ ସେକେଣ୍ଡ ପର୍ଯ୍ୟନ୍ତ ହାତ ଧୋଇ ଘରକୁ ପଶିବି। କରୋନା ଭାଇରସକୁ ଘରେ ପ୍ରବେଶ କରିବାକୁ ଦେବି ନାହିଁ କି ପରିବାର ପାଇଁ ବିପଦର କାରଣ ହେବିନାହିଁ। ଏହି ଶପଥ ପାଠ ପରିବାର ସହ ପାଠ କରନ୍ତୁ ଓ ଘର ପ୍ରବେଶ ପଥରେ ଲଗାନ୍ତୁ। ମୁଖ୍ୟମନ୍ତ୍ରୀଙ୍କ ଏହି ଶପଥ ପାଠ ହୃଦୟ ଛୁଇଁବା ଭଳି ହୋଇଛି। କେହି କେହି କର୍ଫ୍ୟୁ କଟକଣା ଠାରୁ ଏହା ଆହୁରି ସାଂଘାତିକ ବୋଲି କହିବା ଆରମ୍ଭକଲେଣି। କାରଣ ମୁଖ୍ୟମନ୍ତ୍ରୀ ଏଭଳି କାର୍ଯ୍ୟକ୍ରମ ଜରିଆରେ ପ୍ରତି ପରିବାର ଓ ମହିଳାଙ୍କ ଆବେଗକୁ ଛୁଇଁବାକୁ ଚେଷ୍ଟା କରିଛନ୍ତି। ଏହା ଯଦି ସଫଳକାମୀ ହୁଏ, ତେବେ କରୋନା ଷ୍ଟେଜ-୨ରେ ଓଡ଼ିଶାରେ ଅଟକିଯିବ ବୋଲି ବୁଦ୍ଧିଜୀବୀ ଅନୁମାନ ଲଗାଉଛନ୍ତି।

Leave A Reply

Your email address will not be published.