ପ୍ରମୁଖ ଖବର

୭୫ ବର୍ଷରେ ଭେଟେରାନ ଅଭିନେତା ନାନା ପାଟେକରଙ୍କ ପରଲୋକ
ସାଉଦିର ଦୁଇ ବିମାନବନ୍ଦରରେ ହୁତି ଆକ୍ରମଣ, ୩ ମୃତ; ୩୬ ଆହତ
ଏଆଇ ନିୟନ୍ତ୍ରଣ ପାଇଁ ମାସକରେ ଆସିବ ପରାମର୍ଶପତ୍ର
କ୍ୟାନସର ଔଷଧ ଦାମରେ ବଡ଼ ହ୍ରାସ, ୩୦%ରେ ଅଟକିବ ଟ୍ରେଡ୍‌ ମାର୍ଜିନ୍‌
ପାଟନାରେ ତେଜସ୍ୱୀଙ୍କ ସମେତ ୩ ନେତା ଅଟକ
ତିର୍ତ୍ତୋଲରେ ବାଣ ବିସ୍ଫୋରଣ: ବାପ-ପୁଅ ମୃତ, ଶିକ୍ଷକ ଗୁରୁତର
ସାହିତ୍ୟରେ ନୋବେଲ ପାଇଁ ଆନ୍ନେ କାରସନ ମନୋନୀତ
ଜିଏସ୍‌ଟି ନିୟମରେ ବଡ଼ ପରିବର୍ତ୍ତନ, ଛୋଟ ବ୍ୟବସାୟୀଙ୍କୁ ମିଳିବ ଆଶ୍ୱସ୍ତି

କରୋନା ଯୁଦ୍ଧରେ ସାମିଲ ପାଇଁ ଆସିଲା ନୂଆ ଡାକରା

0

ଭୁବନେଶ୍ବର: କରୋନା ମହାମାରୀ ମୁକାବିଲାରେ ସ୍ଵେଚ୍ଛାସେବୀ ମାନଙ୍କୁ ଯୋଦ୍ଧା ଭାବରେ ଯୋଗଦେବା ପାଇଁ,ଆଜି ଏକ ଅନନ୍ୟ ୱେବ୍ ସାଇଟ୍ https://covidsangramee.odisha.gov.in , ସୁରେଶ ଚନ୍ଦ୍ର ମହାପାତ୍ର, ଅତିରିକ୍ତ ମୁଖ୍ୟ ଶାସନ ସଚିବ-ତଥା-ଉନ୍ନୟନ କମିଶନର୍ ଉନ୍ମୋଚନ କରିଛନ୍ତି। ଓସଡମା ପରିଚାଳନା ନିର୍ଦେଶକ ପ୍ରଦୀପ କୁମାର ଜେନାଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।

କରୋନା ମହାମାରୀର  ମୁକାବିଲା ପାଇଁ  ରାଜ୍ୟ ସରକାର ତାଙ୍କର ସମସ୍ତ ସମ୍ବଳ ବିନିଯୋଗ କରୁଛନ୍ତି । ଏହା ସହିତ ବିଭିନ୍ନ ଜାତୀୟ ଓ ଆନ୍ତର୍ଜାତିୟ ଅନୁଷ୍ଠାନ ତଥା ସ୍ଵେଚ୍ଛାସେବୀ ସଂଗଠନ ମଧ୍ୟ ଏହି ବିପର୍ଯ୍ୟୟ ମୁକାବିଲାରେ  ସରକାରଙ୍କୁ  ସହଯୋଗ କରିବା ପାଇଁ ଆଗେଇ ଆସିଛନ୍ତି । ଏହା ସହିତ ଦେଖା ଯାଉଛିଯେ  ଅନେକ ବ୍ୟକ୍ତିବିଶେଷ ଅଛନ୍ତି ଯେଉଁମାନେ କୌଣସି ସଂସ୍ଥାସହିତ ଜଡିତ ନୁହଁନ୍ତି, ମାତ୍ର ସ୍ଵ-ଇଚ୍ଛାରେ ଏହି ବିପର୍ଯ୍ୟୟ ମୁକାବିଲାରେ ସରକାରଙ୍କୁ  ସହଯୋଗ କରିବା ପାଇଁ  ଚାହୁଁଛନ୍ତି । ମୁଖ୍ୟମନ୍ତ୍ରୀ ବର୍ତ୍ତମାନ ଏହି ସ୍ଵେଚ୍ଛାସେବୀ ମାନଙ୍କୁ ଆହ୍ୱାନ କରୁଛନ୍ତି ଯେ, କରୋନା ମହାମାରୀକୁ ପ୍ରତିହତ କରିବା ପାଇଁ ରାଜ୍ୟ ସରକାର ଗ୍ରହଣ କରିଥିବା ବିଭିନ୍ନ କାର୍ଯ୍ୟକ୍ରମରେ ସକ୍ରିୟ ସହଯୋଗ ଦେବା ପାଇଁ ସ୍ୱେଚ୍ଛାକୃତ ଭାବରେ ଆଗେଇ ଆସନ୍ତୁ 

ଏହି ୱେବ ସାଇଟଟିକୁ ମିଳିତ ଜାତିସଂଘ ର ଶିଶୁକଲ୍ୟାଣ ପୁଞ୍ଜି (UNICEF) ସହଯୋଗରେ ଓଡିଶା ରାଜ୍ୟ  ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (OSDMA) ଙ୍କ ଦ୍ଵାରା ବିକଶିତ କରାଯାଇଛି ଏବଂ ଏହାଦ୍ୱାରା ବ୍ୟକ୍ତି ବିଶେଷ ତଥା ସଂସ୍ଥାଗୁଡ଼ିକ ନିଜେ ପଞ୍ଜୀକୃତ କରିପାରିବେ ଏବଂ କେଉଁ କ୍ଷେତ୍ରରେ ତାଙ୍କର କାର୍ଯ୍ୟଦକ୍ଷତା ରହିଛିବା କେଉଁ ଅଞ୍ଚଳ ଗୁଡିକରେ ସେମାନେ କାମ କରିବାକୁ ଇଚ୍ଛା କରୁଛନ୍ତି ସେ ବିଷୟରେ ମଧ୍ୟ ସବିଶେଷ ତଥ୍ୟ ଦେଇ ପାରିବେ । ସ୍ୱେଚ୍ଛାସେବୀ ମାନେ ଘରେ ରହି ବା ସରକାରୀ ଅଫିସ୍ ଗୁ଼ଡିକରେ ବା ନିର୍ଦ୍ଧିଷ୍ଚ ଅଂଚଳ ଗୁଡିକରେ ଜନ ସଚେତନତା ଓ ସୂଚନା ଦେବା ତଥା ଅତ୍ୟାବଶ୍ୟକ ସେବା ଯୋଗାଇବା, ସ୍ୱାସ୍ଥ୍ୟ ତଥା ରିଲିଫ କ୍ୟାମ୍ପ ପରିଚାଳନା ଇତ୍ୟାଦି କାମ ସମ୍ପାଦନ କରିପାରିବେ ।

ରାଜ୍ୟ ତଥା ଜିଲ୍ଲା ପ୍ରଶାସନ ଏହି ୱେବ୍ ସାଇଟ୍ ରେ ଥିବା ଉପଲବ୍ଧ ତଥ୍ୟକୁ ଆଧାର କରି ପଞ୍ଜିକୃତ ସ୍ୱେଚ୍ଛାସେବୀମାନଙ୍କୁ ଉପଯୁକ୍ତ କାର୍ଯ୍ୟରେ ବିନିଯୋଗ କରିପାରିବେ ।

Leave A Reply

Your email address will not be published.