ପ୍ରମୁଖ ଖବର

ପେପର ଲିକ୍ ମାମଲାରେ କଠୋର ପଦକ୍ଷେପ: ଫାଷ୍ଟ ଟ୍ରାକ୍ କୋର୍ଟ ଗଠନ ଘୋଷଣା କଲେ ପ୍ରଧାନମନ୍ତ୍ରୀ
ଗଜପତି ଜିଲ୍ଲାର ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଅଳିଆ ଗଦାରେ ପୁଳା ପୁଳା ନିରାମୟ ଔଷଧ
ମହାନଦୀ ଜଳ ବିବାଦ: ସମାଧାନ ପାଇଁ CWCକୁ ମଧ୍ୟସ୍ଥତା ନିର୍ଦ୍ଦେଶ, ଗଠନ ହେବ ଯୁଗ୍ମ କମିଟି
ଜନ୍ତର ମନ୍ତର ଅଞ୍ଚଳରେ ଇଣ୍ଟରନେଟ୍ ବନ୍ଦ, ସୁରକ୍ଷା କଡ଼ାକଡ଼ି
ସିଏମଓରୁ ଫାଇଲ ଗାଏବ ମାମଲା: ଅବସରପ୍ରାପ୍ତ ଆଇଏଏସ ଉପେନ୍ଦ୍ର ବେହେରା ଓ ରାଜେଶ ବର୍ମାଙ୍କୁ ପୁଣି ନୋଟିସ
ଦେଶରେ ବର୍ଷାର ତାଣ୍ଡବ: ୧୨୦ ମୃତ, ବନ୍ୟା-ଭୂସ୍ଖଳନରେ ଜନଜୀବନ ଅସ୍ତବ୍ୟସ୍ତ
ଶ୍ରୀମନ୍ଦିର ପାଇଁ ଆଉ ଏକ ବଡ଼ ସଫଳତା, ୫ଟି ନୂଆ ଟ୍ରେଡ୍ ମାର୍କକୁ ମିଳିଲା ଅନୁମୋଦନ
ଉତ୍ତରାଖଣ୍ଡରେ ପୁଣି ପେପର ଲିକ୍, ଦୁଇଟି ଇଞ୍ଜିନିୟରିଂ ପରୀକ୍ଷା ବାତିଲ
ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର: ୫% ବଢ଼ିଲା ମହଙ୍ଗା ଭତ୍ତା

ଭିତରେ ଭିତରେ ଲମ୍ବା ଯୁଦ୍ଧ ପାଇଁ ପ୍ରସ୍ତୁତି

0
  • କରୋନା ଭିତରେ ଲମ୍ବା ଲଢେଇ ପାଇଁ ଚାଲିଛି କ୍ଷେତ୍ର ପ୍ରସ୍ତୁତି, କଂଗ୍ରେସ ପଛରେ
  • ଯେ କୌଣସି ମୁହୂର୍ତରେ ବିଜେଡି-ବିଜେପି ମଧୁର ସଂପର୍କରେ ପୂର୍ଣ୍ଣଛେଦ ପଡ଼ିବ
  • ଅସନ୍ତୁଷ୍ଟ ବିଜେଡି ନେତାଙ୍କର ବିଜେପିକୁ ଆଖି , କଂଗ୍ରେସ ନେତା ଚାହିଁଛନ୍ତି ବିଜେଡିକୁ
  • ପୌର ନିର୍ବାଚନ ପୂର୍ବରୁ ମଇଦାନ ପ୍ରସ୍ତୁତ ହେବ, ଦୋଷ ତ୍ରୁଟିର ଲମ୍ବା ତାଲିକା ଆରମ୍ଭ

ଭୁବନେଶ୍ବର: ଆସନ୍ତା ପୌର ଓ ପଞ୍ଚାୟତ ନିର୍ବାଚନରେ ବିଭିନ୍ନ ରାଜନୈତିକ ଦଳ କେମିତି ନିର୍ବାଚନ ଲଢିବେ? ବନ୍ଧୁତ୍ବପୂର୍ଣ୍ଣ ଲଢେଇ ହେବ କି? ବିଜେଡି ଏହି ନିର୍ବାଚନରେ ବିଜେପିକୁ ରାସ୍ତା ଛାଡିଦେବ? ବିଜେପି ଜୋରଦାର ମୁକାବିଲା କରିବ ନା ନାହିଁ? କଂଗ୍ରେସର ଭୂମିକା କଣ ରହିବ?

କରୋନା ମୁକାବିଲା ନେଇ ତମାମ ରାଜ୍ୟରେ ଲକଡାଉନ୍ ଜାରି ରହିଥିବା ବେଳେ ହିଁ ଏମିତି କିଛି ପ୍ରସଙ୍ଗ ଉପରେ ଗାଁ ଓ ସହର ଏବଂ ଖଟିରେ ଚର୍ଚ୍ଚା ଜୋର ଧରିଛି। ତିନି ରାଜନୈତିକ ଦଳର ଆଚରଣକୁ ଲକ୍ଷ୍ୟ କରି ଲୋକେ ଏବେ ଏମାନଙ୍କ ଭବିଷ୍ୟତ ନେଇ ନୂଆ ନୂଆ ସମୀକଣରର ଚିତ୍ର ଆଙ୍କିଲେଣି। ବିଶେଷକରି ନିଜ ନିଜ ନିର୍ବାଚନମଣ୍ଡଳୀର ବିଧାୟକ ଓ ତାଙ୍କ ପ୍ରତିଦ୍ବନ୍ଦ୍ବୀ ନେତାମାନଙ୍କର ହାବ ଭାବ ଏହି ଆଲୋଚନାକୁ ଅଧିକ ଖୋରାକ ଯୋଗାଉଛି।

ଅତି ବିଶ୍ବସ୍ତ ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ, ସଂପ୍ରତି ବିଜେଡି-ବିଜେପି ମଧ୍ୟରେ ଯେଉଁ ସଂପର୍କ ଦେଖିବାକୁ ମିଳୁଛି, ତାହା ବେଶୀ ଲମ୍ବା ସମୟର ନୁହେଁ। ଯେ କୌଣସି ମୁହୂର୍ତରେ ବିଜେପି କେନ୍ଦ୍ରୀୟ ନେତୃତ୍ବ ଓଡ଼ିଶାରେ ତାଙ୍କର ସମର ସଜ୍ଜା ଲାଗି ରଣନୀତି ବୈଠକ ଡକାଇପାରନ୍ତି। କିଭଳି ମୁକାବିଲା କରାଯିବ, କଣ ପ୍ରସଙ୍ଗ ହେବ, ତାହା ଭିନ୍ନ କଥା। କିନ୍ତୁ ବିଜେଡିକୁ ଖୋଲାଖୋଲି ମଇଦାନ ଛାଡିଦେବା ଚକ୍କରରେ ବିଜେପି ନାହିଁ। ପୌର ନିର୍ବାଚନର ଯଥେଷ୍ଟ ପୂର୍ବରୁ କେନ୍ଦ୍ରୀୟ ବିଜେପି ନେତୃତ୍ବ ତାଙ୍କର ରଣନୀତି ବଦଳାଇବା ସମ୍ଭାବନା ଅଧିକ। ଇତିମଧ୍ୟରେ ରାଜ୍ୟ ବିଜେପିର ଯେଉଁ ସବୁ ନେତା କେନ୍ଦ୍ରୀୟ ନେତୃବର୍ଗଙ୍କୁ ଭେଟିଛନ୍ତି, ସେମାନଙ୍କ ମଧ୍ୟରେ ହୋଇଥିବା ଆଲୋଚନାରୁ ଏଭଳି ସଙ୍କେତ ମିଳୁଛି।

କେନ୍ଦ୍ରୀୟ ବିଜେପି ନେତୃତ୍ବର ଏଭଳି କୌଶଳ ପଛରେ ଏକ ବଳ ହେଉଛି, ଗତଥର ଭଳି ବହୁ ବିଜେଡି ନେତା ଦଳରେ ଅଣଦେଖା ହେବା ପରେ ଏବେ ତାଙ୍କ ମନ ପରିବର୍ତନ କରିଛନ୍ତି। ସେହିଭଳି ବିଜେଡିର କିଛି ଏଭଳି ଅସନ୍ତୁଷ୍ଟ ନେତାଙ୍କ ଦକ୍ଷତାକୁ ବିଜେପି ହାତଛଡ଼ା କରିବାକୁ ଚାହୁଁନି। ନିର୍ବାଚନ ପୂର୍ବରୁ ବିଜେପିକୁ ଯାଇଥିବା କିଛି ନେତା ଏବେ ଏ ସଂକ୍ରାନ୍ତରେ ଯୋଗସୂତ୍ର ରକ୍ଷା କରୁଛନ୍ତି।

ବିଜେଡି ଯେ ଏକଥା ଜାଣିନି, ତା ନୁହେଁ। ବିଜେଡିର ଶୀର୍ଷ ନେତୃତ୍ବ ମଧ୍ୟ ପରିସ୍ଥିତି ଉପରେ ଶକ୍ତ ନଜର ରଖିଛନ୍ତି। ଏଭଳି ରାଜନୈତିକ ସନ୍ଧିରୁ କେତେ ଅଧିକ ଫାଇଦା ହାସଲ କରିହେବ, ସେ ସୁଯୋଗକୁ ଦଳ ଛାଡ଼ିବାକୁ ପ୍ରସ୍ତୁତ ନୁହେଁ। ଇତିମଧ୍ୟରେ ସରକାର ରଣନୀତି ପରିବର୍ତନ କରିଛନ୍ତି। ବିକାଶକୁ ପ୍ରାଥମିକତା ଦେଇ ଦଳ ଯୋଜନା କରୁଛି। ହେଲେ ନିର୍ବାଚନ ପରେ ଦଳୀୟ ନେତା ଟିକିଏ ଅଣଦେଖା ହୋଇଛନ୍ତି। କାରଣ ଯିଏ ଯାହା ଆଶା କରିଥିଲେ, ସେମାନଙ୍କୁ ସେସବୁ ୧୦୦ ପ୍ରତିଶତ ମିଳିପାରିନାହିଁ। ଅନେକଙ୍କୁ ନିରାଶ ହେବାକୁ ପଡ଼ିଛି। ଏହାସହିତ ସରକାରରେ ପ୍ରଶାସନିକ ସକ୍ରିୟତା ନେତାଙ୍କୁ ହଜମ ହେଉନାହିଁ। କରୋନା ଭଳି ବଡ଼ ଅପରେସନରେ ମନ୍ତ୍ରୀମାନଙ୍କୁ ପ୍ରତ୍ୟକ୍ଷ ଭାବେ କୌଣସି କାର୍ଯ୍ୟରେ ସାମିଲ କରାନଯିବା ଘଟଣାକୁ ନେଇ ସେମାନେ ଚର୍ଚ୍ଚା ଜାରି ରଖିଛନ୍ତି।

କରୋନା ସରିବା ମାତ୍ରେ ଏସବୁ ନେତାମାନଙ୍କୁ ପୁଣି ଥରେ ସକ୍ରିୟ କରିବା ଲାଗି ବିଜେଡି ସୁପ୍ରିମୋ ଗୋଟିଚାଳନା କରାଯିବାର ସମ୍ଭାବନା ଅଧିକ। ପୂର୍ବରୁ ଅନେକ ବାର ଏଭଳି ଭାବେ ଦଳୀୟ ଅସନ୍ତୋଷକୁ ମୁଖିଆ ଟାଳିଛନ୍ତି, ଯାହାର କେହି ଟେର୍ ସୁଦ୍ଧା ପାଇନାହାନ୍ତି। ଏବେ ପୁଣି କରୋନା ମୁକାବିଲା କ୍ଷେତ୍ରରେ ଯିଏ ଯାହା କଲେ ବି ଶ୍ରେୟ ସବୁ ନବୀନ ପଟ୍ଟନାୟକଙ୍କ ଖାତାରେ ଯାଉଛି। ଏଣୁ ଦଳକୁ ଏହା ବଳ। ଗତବର୍ଷମାନଙ୍କରେ ନବୀନ ପଟ୍ଟନାୟକଙ୍କ ନାଁରେ ହିଁ ଦଳର ୯୦ ପ୍ରତିଶତ ନେତା ଜିତିଛନ୍ତି। ରାଜ୍ୟରେ ଲଗାତର ପାଞ୍ଚ ପାଞ୍ଚ ଥର କ୍ଷମତା ହାତେଇବା ପଛର ବଡ଼ ମନ୍ତ୍ରୀଟି ବି ସେୟା। ଏଣୁ ବିଜେପି ଯଦି ଘେରିବା ଆରମ୍ଭ କରେ ବିଜେଡି ତାର ରଣନୀତି ଏଥର ଅଲଗା କରିବ ବୋଲି ଯାହା ସୂଚନା ମିଳୁଛି। ଦଳର ପ୍ରମୁଖ ଭାବେ ଯେଉଁମାନଙ୍କୁ ଆଜି ଦିନରେ ଦେଖାଯାଉଛି, ସମ୍ଭବତଃ, ସେମାନଙ୍କୁ ଏଡ଼ାଇ ଯାଇ ନୂଆ ପିଢୀକୁ ସାମ୍ନାକୁ ଆଣିବା ଲାଗି ରାଜ୍ୟ ନେତୃତ୍ବ ବିଚାର କରିବାର ସମ୍ଭାବନା ଅଧିକ ବୋଲି ରାଜନୈତିକ ମହଲ ଅନୁମାନ ଲଗାଉଛନ୍ତି।

ହେଲେ କଂଗ୍ରେସ ନିର୍ବାଚନ ଲଢିବ ନା ନାହିଁ, ଲଢିଲେ କେଉଁମାନେ ସାମ୍ନାରେ ରହିବେ ତାହା କେହି ଉଠରାଇ ପାରୁନାହାନ୍ତି। କାରଣ କଂଗ୍ରେସ ଶିବିରରେ କେବଳ ହତାଶାଭାବ ରହିଛି ତା ନୁହେଁ ଦଳରେ ଥିବା ନେତାମାନେ ସେମାନଙ୍କ ଭବିଷ୍ୟତ ନେଇ ସନ୍ଦିହାନ୍ ହୋଇପଡିଛନ୍ତି। ପୁରୁଣା ନେତାମାନେ ବିଚଳିତ, ନୂଆ ନେତାମାନେ ଆଗକୁ ଏ ଦଳ କ୍ଷମତାକୁ ଆସିବାକୁ ଲଢେଇ କରିବ କି ନା ସେ ନେ୍ଇ ଚିନ୍ତାରେ। କାରଣ, ପାଞ୍ଚ ପାଞ୍ଚ ଥର ହାରିବାପରେ ବି ଦଳର ଶୀର୍ଷ ନେତୃତ୍ବ ଏଯାଏ ଯେଭଳି ପ୍ରତିକ୍ରିୟା ଦେଖାଇବା କଥା ଦେଖାଇନାହାନ୍ତି। କାହିଁକି ଦଳ କ୍ଷମତାକୁ ଆସୁନି, ତା ଉପରେ ବି କସରତ ହେଲାନି। ଯାହା ସୂଚନା ମିଳୁଛି, କିଛି ବଡ଼ ବଡ଼ କଂଗ୍ରେସ ନେତା ଏବେ ବିଜେଡିକୁ ଯିବା ଲାଗି ପାଗ ଭିଡ଼ିଛନ୍ତି। ଏ ସଂକ୍ରାନ୍ତ ପ୍ରାରମ୍ଭିକ ଆଲୋଚନା ମଧ୍ୟ ସରିଛି। ବିଜେଡିର ଲକ୍ଷ୍ୟ ପୂରା କଂଗ୍ରେସ ଭାେଟକୁ ନିଜ ପାଖକୁ ଟାଣିନେବ। ତେବେ ସରକାରୀ ବିରୋଧୀ ଭୋଟ ବିଜେପି ପାଖକୁ ଗଲେ ବି ଦଳକୁ ବିଶେଷ କ୍ଷତି ସହିବାକୁ ପଡିବନି।

କୋଭିଡ଼ ମୁକାବିଲା ଭିତରେ ସମାନ୍ତରାଳ ଭାବେ ସବୁସ୍ତରରେ ଏ ସଂକ୍ରାନ୍ତରେ ଅଙ୍କକଷା ଚାଲିଛି। ବିଜେଡି-ବିଜେପି ନେତା ଉପରକୁ ପରସ୍ପରକୁ ପ୍ରଶଂସା କରୁଥିଲେ ହେଁ, ବାସ୍ତବରେ ପରସ୍ପରର ସବୁ ଭୁଲ ତ୍ରୁଟିର ହିସାବ ନିକାସରେ ବ୍ୟସ୍ତ ଅଛନ୍ତି।

Leave A Reply

Your email address will not be published.