ପ୍ରମୁଖ ଖବର

ଡିଜିପି ଚୟନ ମାମଲାରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ଜେଲ୍ ଡିଜିପି
ନେପାଳରେ ବନ୍ୟା ମୃତକଙ୍କ ପାଇଁ ଜାତୀୟ ଶୋକ, ୧୩୫୩ ମୃତଦେହ ଉଦ୍ଧାର
ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍‌ଘାଟନ କରିବେ ବଡ଼ ପ୍ରକଳ୍ପ
ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍‌ଘାଟନ କରିବେ ବଡ଼ ପ୍ରକଳ୍ପ
୬ଟି ଆସନରେ ଉପନିର୍ବାଚନ: ଅକ୍ଟୋବର ୬ରେ ଭୋଟ, ୯ରେ ଗଣତି
ଏଲପିଜି ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି, ଏଣିକି ୨୫ ଦିନରେ ବୁକ୍ ହେବ ସିଲିଣ୍ଡର
ତୀର୍ଥଯାତ୍ରୀଙ୍କ ଟ୍ରକ୍ ଓଲଟି ୧୨ ମୃତ, ୨୨ ଆହତ
ଦଶମ-ଦ୍ୱାଦଶ ପାଇଁ ଗୋଟିଏ ବୋର୍ଡ, ବଦଳିବ BSE-CHSE ବ୍ୟବସ୍ଥା

ଇଏ ବି ଜଣେ କୋଭିଡ୍ ଯୋଦ୍ଧା, ନିଆରା

0

ଗରିବ, ଅସହାୟଙ୍କ ସାହା, ଭଦ୍ରକର ଛାୟା

(ସୁଜାତା ପାଢ଼ୀ)

ଛାୟାରଣୀ ସାହୁ। ସ୍ବାମୀ ସର୍ବେଶ୍ୱର ସାହୁ। ଭଦ୍ରକ ଜିଲ୍ଲାର ବାସୁଦେବପୁର ଅନ୍ତର୍ଗତ କୁରୁଦା ଲୁଙ୍ଗା ଅଞ୍ଚଳର ଜଣେ ମହିଳା। ସେ ରାଜନୈତିକ ନେତା ନୁହଁନ୍ତି କି ପ୍ରଶାସନିକ ବଡ଼ ବାବୁ। ସମାଜସେବୀ ଭାବେ ମଧ୍ୟ ତାଙ୍କୁ କେହି ଜାଣନ୍ତିନି କିମ୍ବା ସେଭଳି ତାଙ୍କର କୌଣସି ଅନୁଷ୍ଠାନ ବି ନାହିଁ। ବହୁତ ଉଚ୍ଚଶିକ୍ଷିତ ନୁହଁନ୍ତି ଅଥବା ରାଜନୀତି କରିବା ଅଭିପ୍ସା ବି ତାଙ୍କ ଠାରେ କେହି ଦେଖିବାକୁ ପାଇବେନି। ଜଣେ ଚାଷୀ ଭାବେ ଆଖପାଖ ଅଞ୍ଚଳରେ ଲୋକେ ଜାଣନ୍ତି, ଯିଏକି ୮ ଏକର ଜମିରେ ପରିବା ଚାଷ କରନ୍ତି। ସବୁ ପ୍ରକାର ପରିବା।

କୋଭିଡ଼-୧୯ ଭଳି ଏକ ସଙ୍ଗିନ୍ ସମୟରେ ଏଭଳି ଜଣେ ମହିଳାଙ୍କୁ ନେଇ ଚର୍ଚ୍ଚା କାହିଁକି? ପାଠକମାନେ ଭାବୁଥିବେ, ସମ୍ଭବତଃ, ରିଲିଫ୍ ଆଦି ଦେଇ ଖବରକାଗଜରେ ଫେସବୁକରେ ଫଟୋ ଦେଇ ବାହା-ବା ଗୋଟାଇବା ପାଇଁ ସେ ଚାହିଁଛନ୍ତି। ଗଣମାଧ୍ୟମକୁ ଡାକି ସିଧା ପ୍ରସାରଣ କରିବାକୁ ଚାହାନ୍ତି ଯେ ସେ ଜଣେ ତଥାକଥିତ ଦାନୀ କର୍ଣ୍ଣଙ୍କ ଭିତରୁ ଜଣେ। ଇଏ ଏକ ଏମିତି ଜଣେ ଅସାଧାରଣ ମହିଳା, ଯିଏ କି ବର୍ତମାନର ଅସାଧାରଣ ସମୟରେ ବହୁ ବଡ଼ ବଡ଼ ରାଜନେତା, ସମାଜସେବୀ ଏବଂ ମିଛିମିଛିକା ଦାନୀକର୍ଣ୍ଣଙ୍କ ପାଇଁ ଜଣେ ବଡ଼ ଉଦାହରଣ। ଇଏ ଉଚ୍ଚ ଦରମାପ୍ରାପ୍ତ ପ୍ରଶାସନିକ ବାବୁ, ସମାଜର ପ୍ରତିଷ୍ଠିତ ଉଚ୍ଚବର୍ଗର ଲୋକଙ୍କ ପାଇଁ ଏକ ଆହ୍ବାନ।

ଆମେ ଆହୁରି ସଂକ୍ଷେପରେ କହିପାରିବା, ଇଏ ହେଉଛନ୍ତି, ଜଣେ ନିଆରା କରୋନା ଯୋଦ୍ଧା, ଯିଏ ମାସ ମାସ ଧରି ନିଜ କ୍ଷେତରେ ନିଜ ପରିଶ୍ରମରେ କରି ଫଳାଇଥିବା ପରିବାକୁ ବର୍ତମାନର ତିରୋଟ ସମୟରେ ଉଚ୍ଚା ଦରରେ ବିକ୍ରି କରି ଦି’ ପଇସା କମାଇବା ବଦଳରେ ଘର ଘର ବୁଲି ଏସବୁକୁ ଅସହାୟମାନଙ୍କୁ ବାଣ୍ଟୁଛନ୍ତି। ଖବର ନେବାରେ ଛାୟାରାଣୀ କହନ୍ତି, ସେ ୧୫ଟି ଗ୍ରାମରେ ପ୍ରାୟ ୮୦ କ୍ବିଣ୍ଟାଲ ପରିବା ଇତିମଧ୍ୟରେ ବାଣ୍ଟିସାରିଛନ୍ତି। ୩୦ ବର୍ଷ ହେବ ସେ ପରିବା ଚାଷ କରନ୍ତି। ଗାଁ ଲୋକଙ୍କୁ ସାଙ୍ଗରେ ଧରି ସେ ଏହି କାର୍ଯ୍ୟରେ ଲାଗିଛନ୍ତି।

ଛାୟାରାଣୀ କୁହନ୍ତି, ”ମୁଁ ଯେତେବେଳେ ବାହା ହେଇକି ଆସିଲି ନିଜେ ବହୁତ ଅସହାୟ ଥିଲି। ଅସହାୟତାର ଅର୍ଥ ଭଲସେ ବୁଝିଛି। ସେଥିପାଇଁ ବର୍ତ୍ତମାନ ସମୟରେ ସବୁ ଅସହାୟ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ବାହାରିଛି। ତା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ ଥିଲା ପ୍ରତେକ ସକ୍ଷମ ବ୍ୟକ୍ତି ଅକ୍ଷମ ଓ ଅସହାୟ ବ୍ୟକ୍ତି ମାନଙ୍କୁ ସାହାଯ୍ୟ କରିବା ଆବଶ୍ୟକ। ମୁଁ ଏହା ଶୁଣିବା ପରେ ଏ କାର୍ଯ୍ୟ ଆରମ୍ଭ କଲି।”

ଖାଲି ବର୍ତମାନ ସମୟ ନୁହେଁ ସବୁ ସମୟରେ ସେ ଲୋକମାନଙ୍କୁ ସାହାଯ୍ୟ କରିଆସୁଛି। ପରିବା ବି ଦିଅନ୍ତି ଓ ତା ସହିତ ୨୦ଟି ଗାଈରୁ କ୍ଷୀର କୁ ନିଜ ଗାଁ ସହିତ ବର୍ତ୍ତମାନ ସମୟରେ ପ୍ରକୃତ ଯୋଦ୍ଧା ପୁଲିସମାନଙ୍କୁ ମଧ୍ୟ କ୍ଷୀର ପିଇବା ପାଇଁ ଦିଆଯାଉଛି।

ପରିବାର କହିଲେ ସ୍ବାମୀ,ସ୍ତ୍ରୀ ଓ ୨ ଝିଅ ବଡ଼, ତା ପରେ ୨ ପୁଅ। ଝିଅ ର ବାହାଘର ସରିଛି। ଗୋଟେ ପୁଅର ବାହାଘର ବି ସରିଛି। ନିଜେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପଢିଥିବା ଛାୟା କିନ୍ତୁ ସବୁ ପୁଅ ଝିଅଙ୍କୁ ଉଚ୍ଚଶିକ୍ଷିତ କରିଛନ୍ତି। ଗୋଟିଏ ପୁଅ ତ ପିଏଚଡି ବି କରୁଛନ୍ତି। ସ୍ବାମୀ ସର୍ବେଶ୍ବରଙ୍କର ସେ ହେଉଛନ୍ତି ପ୍ରକୃତ ଛାୟା। ସବୁ କାମରେ ସେ ଆଗ ଅଣ୍ଟାଭିଡ଼ି ଯାଆନ୍ତି। କହନ୍ତି ସବୁ କାମ ମୁଁ ଜାଣିଛି।

ଏହାକୁ ତ କହନ୍ତି, ମହିଳା ସଶକ୍ତିକରଣ। ଇଏ କଣ କମ୍ ବଡ଼ ଯୋଦ୍ଧା।

Leave A Reply

Your email address will not be published.