ପ୍ରମୁଖ ଖବର

ଆକାଶ ମାର୍ଗରୁ ବନ୍ୟାଞ୍ଚଳ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ଶିମିଳିପାଳରକୁ ଆସିଲା ମହାରାଷ୍ଟ୍ରରୁ ମହାବଳ
୨୯ରେ ଓଡ଼ିଶାରେ ଆରମ୍ଭ ହେବ ଆୟୁଷ୍ମାନ ଯୋଜନା
ଦିଲ୍ଲୀ-ଏନସିଆରରେ ବାୟୁ ପ୍ରଦୂଷଣ ବୃଦ୍ଧି
ପୋଲିସ ପିନ୍ଧିବେ ବଡି କ୍ୟାମେରା
ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକଙ୍କ ବଡ ଘୋଷଣା,୬ ମାସ ଭିତରେ ମିଳିବ ୨୦ ଲକ୍ଷ ଲୋକଙ୍କୁ ଘର
ବୃନ୍ଦାବତୀ ନିବାସରେ ରହୁଥିବା ରତ୍ନମଣୀ ମଙ୍ଗରାଜ ପ୍ରାୟ ୬୯ ବର୍ଷ ବୟସରେ ମୃତ୍ୟୁ
ଅର୍ଥ ମନ୍ତ୍ରାଳୟର ପରାମର୍ଶଦାତା କମିଟିରେ ବୈଜୟନ୍ତ

ଶ୍ରୀମନ୍ଦିରରେ ରାତିରେ କିଏ ପହରା ଦିଅନ୍ତି, ଜାଣନ୍ତୁ

0

ଭୁବନେଶ୍ୱର: ଶ୍ରୀମନ୍ଦିର ଭିତର ବେଢାରେ ଥିବା ଶ୍ରୀ ନୀଳମାଧବଙ୍କ ମନ୍ଦିର ଉତ୍ତର ଦିଗକୁ ବେଢାକାଳୀଙ୍କ ମନ୍ଦିର ରହିଛି । ଶ୍ରୀମନ୍ଦିରର ପଶ୍ଚିମ କୋଣରେ ଶ୍ରୀନୀଳମାଧବ ଓ ଶ୍ରୀଲକ୍ଷ୍ମୀ ମନ୍ଦିରର ଦକ୍ଷିଣ ପାର୍ଶ୍ୱକୁ ଲାଗି ଏକ ନାତି ଉଚ୍ଚ ମନ୍ଦିର । ବେଢାକାଳୀଙ୍କୁ ଭଦ୍ରକାଳୀ ତଥା ଗୁହ୍ୟକାଳୀ ଭାବେ ବିଭିନ୍ନ ଗ୍ରନ୍ଥରେ ବର୍ଣ୍ଣନା କରାଯାଇଥିବା ଜଣାଯାଏ । ବେଢାକାଳୀଙ୍କୁ ମନ୍ଦିରର ରକ୍ଷକ ଭାବେ ମଧ୍ୟ ଅଭିହିତ କରାଯାଏ ।

କଥିତ ଅଛି, ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସମେତ ବେଢା ମଧ୍ୟସ୍ଥ ଅନ୍ୟ ଦେବାଦେବୀଙ୍କ ପହୁଡ ନୀତି ହୋଇସାରିଲା ପରେ ମାଆ ଜାଗ୍ରତ ପ୍ରହରୀ ତଥା ବେଢାର ରକ୍ଷାକର୍ତ୍ତା ରୂପେ କାର୍ଯ୍ୟ କରିଥାନ୍ତି । ମନ୍ଦିରଟିର ଗର୍ଭଗୃହ ମଧ୍ୟରେ ମାଆ ଭଦ୍ରକାଳୀ ତଥା ମାଆ ବେଢା କାଳୀ ଅଧିଷ୍ଠିତା । ଭଦ୍ରକାଳୀ ପରମ ବୈଷ୍ଣବୀ । ଏହି କାଳୀ ମୂର୍ତ୍ତି ଝୁଣା ଓ ତୈଳରେ ନିର୍ମିତ । ମୂଳ ପ୍ରସ୍ତର ମୂର୍ତ୍ତି ଏହି ମୂର୍ତ୍ତିିର ପଛ ଭାଗରେ ଅଛନ୍ତି । ତାହା ଭକ୍ତମାନେ ଦେଖିପାରନ୍ତି ନାହିଁ । ବର୍ତ୍ତମାନର ମୂର୍ତ୍ତିିଙ୍କ ଡାହାଣ ପାଖକୁ ଥିବା ଏକ ରନ୍ଧ୍ର ଦେଇ ପ୍ରତିଦିନ ଫୁଲ,ଚନ୍ଦନ ପଶ୍ଚାତ୍‍ ଭାଗରେ ଥିବା ମୂଳ ଦେବୀଙ୍କୁ ଦିଆଯାଇ ପୂଜାର୍ଚ୍ଚନା କରାଯାଇଥାଏ ।

ବର୍ତ୍ତମାନର ଦେଖାଯାଉଥିବା ଦେବୀ ବିଗ୍ରହ ବ୍ୟାଘ୍ର ଚର୍ମ ଉପରେ ଅଧିଷ୍ଠିତା । ପାୟ ୩ଫୁଟ ଉଚ୍ଚତା ବିଶିଷ୍ଟ ମାଆ କାଳୀ ଦ୍ୱିଭୁଜ ବିଶିଷ୍ଟା । ଦକ୍ଷିଣ ହସ୍ତ ଉର୍ଧ୍ୱକୁ ଉଠାଇ ସେ ଖଡ୍ଗ ଧାରଣ କରିଛନ୍ତି । ବାମ ହସ୍ତ ଖର୍ପର ଧାରଣ ସହିତ ଜାନୁ ଉପରେ ରହିଛି । ଗଳାରେ ମୁଣ୍ଡମାଳଓ ବାହାନ ରୂପେ ଏକ ସିଂହ ମୂର୍ତି ରହିଛନ୍ତି ।  ଷୋହଳ ପୂଜା ଉପଲକ୍ଷେ ମାଅାଙ୍କର ବିଭିନ୍ନ ବେଶ ଅନୁଷ୍ଠିତ ହୋଇଥାଏ । 

Leave A Reply

Your email address will not be published.