ପ୍ରମୁଖ ଖବର

ମହିଳା କବାଡିରେ ଭାରତକୁ ସ୍ୱର୍ଣ୍ଣ
ନାଗାଲାଣ୍ଡରେ ବିଷାକ୍ତ ମଦ ନେଲା ୧୯ ଜୀବନ
ପାରାଦୀପକୁ ମିଳିଲା ମେଗା ବନ୍ଦର ମାନ୍ୟତା
ଆଇଆଇଟି ଛାତ୍ର ମୃତ୍ୟୁ ଘଟଣା: ଡିନ୍‌ ପଦରୁ ନିଲମ୍ବିତ ପ୍ରଫେସର ସୂର୍ଯ୍ୟନାରାୟଣ ଡୁଲ୍ଲା
୭୦୦ ଗ୍ରାମ୍‌ ଓଜନ ପାଇଁ ଅଟକିଲା ଗୋଲ୍ଡ ସ୍ୱପ୍ନ, ସୁଚିକାଙ୍କୁ ଏସିଆନ୍ ଗେମ୍ସରେ ବ୍ରୋଞ୍ଜ
ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ
୩.୩୫ କେଜି ହେରୋଇନ୍‌ ସହ ପଞ୍ଜାବ ପୁଲିସ୍‌ ଇନ୍‌ସପେକ୍ଟର ଗିରଫ
ଓଡ଼ିଶାରେ ବେଦାନ୍ତର ୧ ଲକ୍ଷ କୋଟି ନିବେଶ ଯୋଜନା, ଢେଙ୍କାନାଳରେ ହେବ ସ୍ମେଲ୍ଟର ପ୍ଲାଣ୍ଟ
ପାକିସ୍ତାନରେ ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ, ୧୧ ମୃତ; ୩୦ ଆହତ
ପାକିସ୍ତାନରେ ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ, ୧୧ ମୃତ; ୩୦ ଆହତ

ବାତ୍ୟା ଡ଼ର: ୧୨ ଜିଲ୍ଲାକୁ ଆଲର୍ଟ ଜାରି

0

ଭୁବନେଶ୍ବର: ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଜି ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଆଜି ସ୍ବତନ୍ତ୍ର ରିଲିଫ୍ କମିସନର ପ୍ରଦୀପ କୁମାର ଜେନା କହିଛନ୍ତି ଯେ ଗଞ୍ଜାମ, ଗଜପତି, ପୁରୀ, ନୟାଗଡ, ଖୋର୍ଧା,, ଜଗତସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ବର, ଭଦ୍ରକ, ମୟୂରଭଂଜ, ଅନୁଗୁଳ ଓ ଢେଙ୍କାନାଳକୁ ଆଲର୍ଟ ଜାରି କରାଯାଇଛି। ତେବେ କେନ୍ଦ୍ରାପଡା, ଜଗତସିଂହପୁର, ବାଲେଶ୍ୱର ଭଦ୍ରକକୁ ବେଶୀ ପ୍ରଭାବ ପଡିପାରେ ବୋଲି ଅନୁମାନ କରାଯାଉଥିବାରୁ ଏସବୁ ଜିଲ୍ଲା ପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦିଆଯିବ।

ଶ୍ରୀ ଜେନା କହିଛନ୍ତି, ସମ୍ଭାବ୍ୟ ବାତ୍ୟାର ରୂପରେଖ ଏଯାଏ ସ୍ପଷ୍ଟ ହୋଇନାହିଁ। ତା ସତ୍ତ୍ବେ ସରକାରୀ ପ୍ରସ୍ତୁତି ଆରମ୍ଭ ହୋଇଛି। ଯେହେତୁ କିଛି ବାତ୍ୟା ଆଶ୍ରୟସ୍ଥଳୀ ବା ସ୍କୁଲକୁ ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ର ଆଦି କରାଯାଇଛି, ଏଣୁ ସେସବୁ ଜିଲ୍ଲାରେ ପ୍ରଶାସନ ବିକଳ୍ପ ପ୍ରସ୍ତୁତି କରୁଛନ୍ତି। ୧୮ ତାରିଖରୁ ବର୍ଷା ଆରମ୍ଭ ହୋଇପାରେ ଓ ୧୯ ତାରିଖରେ ଉପକୂଳରେ ବଡ଼ ସମ୍ଭାବନା ରହିଛି।

ଅନ୍ୟପକ୍ଷରେ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି, ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ପାର୍ଶ୍ଵବର୍ତ୍ତୀ ଅଂଚଳ ରେ ସୃଷ୍ଟି ହୋଇଥିବା ଲଘୁଚାପ କେନ୍ଦ୍ରୀୟ-ଦକ୍ଷିଣ-ବଙ୍ଗୋପସାଗରରେ ଆହୁରି ଘନୀଭୂତ ହୋଇ ଆଜି ଅବପାତ ରୂପ ନେଇପାରେ। ଆସନ୍ତାକାଲି ସାମୁଦ୍ରିକ ଝଡ ବାତ୍ୟା ରୂପ ନେଇ ଆଗକୁ ବଢିବ। ୧୭ ତାରିଖ ଯାଏ ଉତ୍ତର-ପଶ୍ଚିମ ଦିଗରେ ଏବଂ ପରେ ଏହା ନିଜର ଦିଗ ପରିବର୍ତନ କରି ଉତ୍ତର-ଉତ୍ତର-ପୂର୍ବ ଦିଗରେ ଉତ୍ତର ବଙ୍ଗୋପସାଗର ଆଡକୁ ୧୮-୧୯ ତାରିଖ ଯାଏ ଗତି କରିବାର ସମ୍ଭାବନା ରହିଛି। ପଶ୍ଚିମବଙ୍ଗରେ ଏହା ସ୍ଥଳଭାଗକୁ ଛୁଇଁପାରେ ବୋଲି କୁହାଯାଉଛି। ତେବେ ବାତ୍ୟା ପ୍ରସ୍ତୁତି କରିବାକୁ ଯାଇ ରାଜ୍ୟ ସରକାର କେନ୍ଦ୍ରାପଡା, ଜଗତସିଂହପୁର, ବାଲେଶ୍ବର ଓ ଭଦ୍ରକ ଜିଲ୍ଲାର ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ୍ କରିଛନ୍ତି।

Leave A Reply

Your email address will not be published.