ପ୍ରମୁଖ ଖବର

ପ୍ରତିରକ୍ଷା କ୍ଷେତ୍ରରେ ୨.୧୨ ଲକ୍ଷ କୋଟିର କ୍ରୟ ପ୍ରସ୍ତାବକୁ ମଞ୍ଜୁରି
ଆର୍‌ଜି କର ମାମଲା: ସିବିଆଇ ବିରୋଧୀ ଅଭିଯାନରୁ ଦୂରେଇଲେ ପୀଡ଼ିତାଙ୍କ ମା’
ମୋଦୀଙ୍କ ପିତାଙ୍କୁ ନେଇ ଟିପ୍ପଣୀ ପ୍ରସଙ୍ଗ: କଂଗ୍ରେସକୁ ଟାର୍ଗେଟ୍‌ କଲେ ବିଜେପି ଅଧ୍ୟକ୍ଷ
ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ଚୂଡ଼ାନ୍ତ ପର୍ଯ୍ୟାୟରେ: ପୀୟୂଷ ଗୋୟଲ
ଏଣିକି E100 ଇନ୍ଧନରେ ଚାଲିବ ଗାଡ଼ି! ନିୟମରେ ସଂଶୋଧନ କଲେ କେନ୍ଦ୍ର ସରକାର
ନର୍ଥ ବ୍ଲକ୍‌ରେ ଅଗ୍ନିକାଣ୍ଡ, ନିଆଁ ଲିଭାଇଲେ ଅଗ୍ନିଶମ କର୍ମଚାରୀ
ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ ଅର୍ଣ୍ଣବ ‘

ଶ୍ରୀଜଗନ୍ନାଥଙ୍କ ଠାରୁ ନବୀନଙ୍କ ବର୍ଷ ପୂର୍ତି କାର୍ଯ୍ୟକ୍ରମ

0
  • ୨୯ ତାରିଖରୁ ଶ୍ରୀଜଗନ୍ନାଥ ଓ ଶ୍ରୀ ଲିଙ୍ଗରାଜ ମନ୍ଦିର ବିକାଶ କାମ ଆରମ୍ଭ
  • ବିନ୍ଦୁସାଗର ଜଳ ବିଶୋଧନ ପାଇଁ ରସାୟନ ପ୍ରତିଷ୍ଠାନ ସହ ହେବ ବୁଝାମଣା
  • ୨୦୧୯ ମେ ୨୯ରେ ନବୀନ ପଞ୍ଚମପାଳିର ଶାସନ ଭାର ଗ୍ରହଣ କରିଥିଲେ

ଭୁବନେଶ୍ବର: ରାଜ୍ୟ ସରକାର ପୁଣି ଥରେ ପୁରୀ ମନସ୍କ ହୋଇଛନ୍ତି। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଭିଡ଼ିଓ କନଫରେନ୍ସିଂ ଜରିଆରେ ନିର୍ଦେଶ ଦେଇଛନ୍ତି ଯେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଚତୁଃପାର୍ଶ୍ବ ବିକାଶ ଓ ଶ୍ରୀ ଲିଙ୍ଗରାଜ ମନ୍ଦିରର ଉନ୍ନତି କାମ ଆସନ୍ତା ୨୯ ତାରିଖରୁ ହେବା ଦରକାର। ପଞ୍ଚମପାଳିର ପ୍ରଥମ ବର୍ଷ ପୂର୍ତି ଅବସରରେ ସେହି ଦିନ ନବୀନ ଏହି କାମକୁ ପୁଣି ଥରେ ଆରମ୍ଭ କରିବାକୁ ଯୋଜନା କରିଛନ୍ତି। ସରକାର ଗଠନ କରିବା ପରେ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କ ସାମ୍ନାରେ ପୁରୀ ବିକାଶର ନକ୍ସା ଆଙ୍କିଥିଲେ।

ଆଜି ଭିଡ଼ିଓ କନଫରେନ୍ସିଂ ଜରିଆରେ କେଉଁ ପ୍ରକଳ୍ପ କେତେ ବାଟ ଆଗେଇଛି, ସେ କଥା ଜାଣିବାକୁ ଚାହିଁଥିଲେ ମୁଖ୍ୟମନ୍ତ୍ରୀ। କୁହାଯାଇଥିଲା, ଶ୍ରୀ ସେତୁ, ଶ୍ରୀଜଗନ୍ନାଥ ବଲ୍ଲଭ ତୀର୍ଥଯାତ୍ରୀ କେନ୍ଦ୍ର, ମହୋଦଧି ମାର୍କେଟ କଂପ୍ଲେକ୍ସ ଓ ମୂଷା ନଦୀ ସଂପ୍ରସାରଣ ପ୍ରକଳ୍ପର ଜମି ଅଧିଗ୍ରହଣ ଜାରି ରହିଛି। ଆଉ ଅଳ୍ପବାକି ରହିଛି। ଏହା ଆସନ୍ତା ଦୁଇ କିମ୍ବା ତିନିମାସ ମଧ୍ୟରେ ସମ୍ପୂର୍ଣ୍ଣ ହେବ। ଏହାସହିତ ଶ୍ରୀଜଗନ୍ନାଥ ହେରିଟେଜ କରିଡ଼ର, ବଡ଼ଦାଣ୍ଡ ଉନ୍ନତିକରଣ ପ୍ରକଳ୍ପ, ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ବିଲଡିଂ ପୁନଃବିକାଶ ପ୍ରକଳ୍ପ, ଜଗନ୍ନାଥ କେନ୍ଦ୍ର ସଂସ୍କୃତି ପ୍ରକଳ୍ପ ନକ୍ସା ପ୍ରସ୍ତୁତ କରାଯାଇଛି।

ସେହିଭଳି ଶ୍ରୀଲିଙ୍ଗରାଜ ମନ୍ଦିର ବିକାଶ କାର୍ଯ୍ୟ ପ୍ରକ୍ରିୟା ବି ଜାରି ରହିଛି। ଜମି ଅଧିଗ୍ରହଣ ଖୁବ୍ ଶୀଘ୍ର ହେବ ବୋଲି ଅଧିକାରୀମାନେ ବୈଠକରେ କହିଥିଲେ। ମନ୍ଦିର ଓ ବିନ୍ଦୁସାଗର ମଧ୍ୟବର୍ତୀ ଅଞ୍ଚଳର ବିକାଶ ପାଇଁ ଖୁବ୍ ଶୀଘ୍ର କାର୍ଯ୍ୟ ଆରମ୍ଭ ହେବ। ବୈଜ୍ଞାନିକ ପଦ୍ଧତିରେ କିଭଳି ବିନ୍ଦୁସାଗର ଜଳକୁ ବିଶୋଧନ କରାଯିବ ସେ ନେଇ ଭାରତର ରସାୟନ ପ୍ରତିଷ୍ଠାନ ସହିତ ଏକ ବୁଝାମଣାପତ୍ର ସ୍ବାକ୍ଷର ହେବ।

ଲକଡାଉନ କାରଣରୁ ଦୁଇମାସ ପାଇଁ କାମ ବନ୍ଦ ରହିଥିଲା। ସମାଜିକ ଦୂରତ୍ବରଖି କାର୍ଯ୍ୟ ଆରମ୍ଭ କରିବା ଲାଗି ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଥିଲେ। ଏହି ବୈଠକରେ , ମୁଖ୍ୟଶାସନ ସଚିବ ଅସିତ କୁମାର ତ୍ରିପାଠୀ, ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ଉପଦେଷ୍ଟା ଆର ବାଲକ୍ରିଷ୍ଣନ୍, ଉନ୍ନୟନ କମିସନର ଆର ବାଲକ୍ରିଷ୍ଣନ୍, ୫ଟି ସଚିବ ଭି କାର୍ତିକେୟନ୍ ପାଣ୍ଡିଆନ୍, ପୂର୍ତ ସଚିବ କ୍ରିଷନ୍ କୁମାର, ପୁରୀ ଜିଲ୍ଲାପାଳ ପ୍ରମୁଖ ଯୋଗଦେଇଥିଲେ।

Leave A Reply

Your email address will not be published.