ପ୍ରମୁଖ ଖବର

କଂଗ୍ରେସ ନିଜ ବିଫଳତା ପାଇଁ ଦେଶକୁ ବଦନାମ କରୁଛି : ମୋଦୀ
ସଡ଼କ ଦୁର୍ଘଟଣାରେ ଓଡ଼ିଶାର ଦୁଇ ପ୍ରତିଭାବାନ ଯୁବ ଆଥଲେଟ୍‌ଙ୍କ ମୃତ୍ୟୁ
ଡ୍ରାଇଭିଂ ଲାଇସେନ୍ସ ପାଇଁ ୭୫% ନମ୍ବର ବାଧ୍ୟତାମୂଳକ କରିବାକୁ ପ୍ରସ୍ତାବ
ସାଉଦି ଏୟାରପୋର୍ଟରେ ମିସାଇଲ ମାଡ଼, ଜଣେ ଭାରତୀୟଙ୍କ ସମେତ ୨ ମୃତ
ଛତିଶଗଡ଼ରେ ଭୟଙ୍କର ବସ୍‌ ଦୁର୍ଘଟଣା, ୬ ମୃତ; ୩୦ରୁ ଅଧିକ ଆହତ
ଏସିଆନ୍ ପାରା ଗେମ୍ସରେ ଚମକିଲେ ଓଡ଼ିଆ ଝିଅ ଜୟନ୍ତୀ, ଜିତିଲେ ରୌପ୍ୟ
ଏବେ ଟ୍ରେନ୍‌ରେ ବସି ଅର୍ଡର କରିପାରିବେ ଆବଶ୍ୟକ ସାମଗ୍ରୀ, ବ୍ଲିଙ୍କିଟ୍‌ ସହ ରେଳବାଇର ସହଭାଗିତା
ଉତ୍ତରପ୍ରଦେଶରେ ଭାଜପାକୁ ଝଟ୍‌କା, ଦଳ ଛାଡ଼ିଲେ ପୂର୍ବତନ ବିଧାୟକ

ବିପଦ ଟାଣିଆଣୁଛି କରୋନା

0

ଭୁବନେଶ୍ବର: କୋଭିଡ ଚିକିତ୍ସା କରୁଥିବା ବେଳେ ଜଣେ ଆୟୁଷ ଡାକ୍ତରଙ୍କର ଆଜି ମୃତ୍ୟୁ ଘଟିିଛି। ଡାକ୍ତର ପ୍ରଦୀପ ତ୍ରିପାଠୀ ବୌଦ୍ଧ ଜିଲ୍ଲାର ଚାରିଛକ ଠାରେ କାର୍ଯ୍ୟରତ ଥିଲେ। ତାଙ୍କ ଘର ଗଞ୍ଜାମ ଜିଲ୍ଲାର ଧରାକୋଟ ଅଞ୍ଚଳରେ। ତାଙ୍କ ସ୍ବାବ୍ ପରୀକ୍ଷା ପାଇଁ ଯାଇଥିବା ସୂଚନା ମିଳିଛି।

ଉଲ୍ଲେଖଯୋଗ୍ୟ, ମାତ୍ର ୨୪ ଘଣ୍ଟା ମଧ୍ୟରେ ଦେଶରେ ଆଉ ୩୮ ହଜାର ୯୦୨ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୫୪୩ ଜଣଙ୍କର ମୃତ୍ୟୁ ହୋଇଛି। ଏଥିସହିତ ଦେଶର ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ଲକ୍ଷ ୭୭ହଜାର ୬୧୮ ଛୁଇଁଛି।

ଅନ୍ୟପକ୍ଷରେ ରାଜ୍ୟରେ ଆଉ ୭୩୬ଜଣଙ୍କ ଠାରେ କୋଭିଡ -୧୯ ଭୂତାଣୁ ଚିହ୍ନଟ ହୋଇଛି। ଏମାନଙ୍କ ମଧ୍ୟରୁ ୪୮୧ଜଣ କ୍ବାରାଣ୍ଟିନ ସେଣ୍ଟରରେ ଥିଲେ। ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା ୨୫୫ ରହିଛି। ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୨୪୭ ଜଣ ଓ ଖୋର୍ଧାରୁ ୧୦୮ ଜଣଙ୍କ ଠାରେ କରୋନା ଚିହ୍ନଟ ହୋଇଛି। ରାଜ୍ୟରେ ଏଯାଏ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୭ ହଜାର ୪୩୭। ୩ଲକ୍ଷ ୮୬ ହଜାର ୧୦୨ଜଣଙ୍କର କୋଭିଡ୍ ପରୀକ୍ଷା ପରେ ଏହି ତଥ୍ୟ ସାମ୍ନାକୁ ଆସିଛି।

ଆଜି କରୋନାରେ ଆଉ ୫ଜଣଙ୍କର ମୃତ୍ୟୁ ଘଟିଛି। ଏମାନଙ୍କ ମଧ୍ୟରୁ ଗଞ୍ଜାମର ତିନିଜଣ, ଜଗତସିଂହପୁର ଓ ସୁନ୍ଦରଗଡର ଜଣେ ଲେଖାଏଁ ଅଛନ୍ତି। ରାଜ୍ୟରେ ମୋଟ କୋଭିଡ୍ ମୃତ୍ୟୁ ୯୧ ଓ ଅଣକୋଭିଡ୍ ଜନିତ ମୃତ୍ୟୁ ୨୪ ରହିଛି। ଗଞ୍ଜାମରେ ସର୍ବାଧିକ ୫୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଖୋର୍ଧାରେ ଏହି ସଂଖ୍ୟା ୧୩ ରହିଛି।

ତେବେ ଆଶ୍ବାସନାର ବିଷୟ ହେଲା, ଓଡ଼ିଶାରେ ଗୋଷ୍ଠୀ ସଂକ୍ରମଣ ହୋଇନାହିଁ ବୋଲି ଇଣ୍ଡିଆନ ମେଡିକାଲ ଆସୋସିଏସନ୍ ସଂପାଦକ ଡାକ୍ତର ପ୍ରତ୍ୟୁଷ ରାୟ ଗଣମାଧ୍ୟମକୁ କହିଛନ୍ତି।

Leave A Reply

Your email address will not be published.