ପ୍ରମୁଖ ଖବର

ଫିଫା ବିଶ୍ୱକପ୍ ଫାଇନାଲ୍ ପାଇଁ କେରଳରେ ଶିକ୍ଷାନୁଷ୍ଠାନ ଛୁଟି; ଫୁଟବଲ୍ ପ୍ରେମୀ ଛାତ୍ରଛାତ୍ରୀଙ୍କ ପାଇଁ ସରକାରଙ୍କ ବଡ଼ ନିଷ୍ପତ୍ତି
୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ତାମିଲ ସିନେମାର ଜଲୱା; ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ ବିଜୟ
ଜମ୍ମୁ-କାଶ୍ମୀରରେ ଭୟଙ୍କର ଆକସ୍ମିକ ବନ୍ୟା: ୧୬ ମୃତ, ଅନେକ ନିଖୋଜ
ମାତୃଭାଷା ସହ ଆଉ ଗୋଟିଏ ଭାରତୀୟ ଭାଷା ଶିଖିବାକୁ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ କଲେ ଅମିତ ଶାହ
୧୬ ବର୍ଷରୁ କମ୍ ବୟସ୍କଙ୍କ ପାଇଁ ସୋସିଆଲ ମିଡିଆରେ କଟକଣା ଆଣିପାରନ୍ତି କେନ୍ଦ୍ର ସରକାର
୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର: ଶ୍ରେଷ୍ଠ ଓଡ଼ିଆ ଫିଚର ଫିଲ୍ମ ସମ୍ମାନ ଜିତିଲା ‘ଲହରୀ’
ଜମ୍ମୁ-କାଶ୍ମୀରରେ ବାଦଲଫଟା ବର୍ଷା ଓ ଆକସ୍ମିକ ବନ୍ୟା: ୧୭ ମୃତ, ହାଇ ଆଲର୍ଟ ଜାରି
ଶ୍ରୀମନ୍ଦିରରେ ପୁଣି ଆରମ୍ଭ ହେବ ରତ୍ନଭଣ୍ଡାର ଅଳଙ୍କାର ଗଣତି ଓ ଥ୍ରୀଡି ସ୍କାନିଂ

ମାସକ ପରେ ପୁଣି ୩ କେଜି ଧଳାପାଉଡର ଜବତ

0

ଭୁବନେଶ୍ବର: ଓଡିଶା ସ୍ପେଶାଲ ଟାସ୍କ ଫୋର୍ସକୁ ଏକ ବଡ ସଫଳତା ମିଳିଛି। ମାତ୍ର ଗୋଟିଏ ମାସ ବ୍ୟବଧାନରେ ଏସଟିଏଫ ମୟୂରଭଞ୍ଜ କୁଳିଅଣାରୁ ୩କେଜି୨୮୫ଗ୍ରାମର ବ୍ରାଉନ ସୁଗାର ଜବତ ହୋଇଛି। ଏହାର ମୁଲ୍ୟ ପ୍ରାୟ ୩କୋଟି୨୮ଲକ୍ଷ ଟଙ୍କା ହେବ। କ୍ରାଇମବ୍ରାଞ୍ଚ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ ଆଜି ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।

୨୦୧୩ ରୁ ୨୦୧୯ ମଧ୍ୟରେ ୭ କେଜି ୨୩୬ ଗ୍ରାମ ବ୍ରାଉନସୁଗାର ଜବତ ହୋଇଥିବା ବେଳେ ୨୦୨୦ରେ କେବଳ ୧୫ କେଜି ୬୪୮ଗ୍ରାମ ଧଳାଜହର ପୁଲିସ ଜବତ କରିଛି।

ଉଲ୍ଲେଖଯୋଗ୍ୟ,୨୦୨୦ ମାର୍ଚ୍ଚ ୧୧ ତାରିଖରେ ଏସଟିଏଫ ୧କେଜି ୭୪୯ ଗ୍ରାମ ବ୍ରାଉନସୁଗାର ଜବତ କରିଥିଲା। ପରେ ସେହି ମାସ ୧୯ ତାରିଖରେ ୨କେଜି ୭୨୯ ଗ୍ରାମ,ଜୁନ୍ ୨ ତାରିଖରେ ୧କେଜି ୮ଗ୍ରାମ ଓ ଗତ ମାସ ୧୯ ତାରିଖରେ ୪କେଜି ୪୫୮ ଗ୍ରାମ ବ୍ରାଉନସୁଗାର ଜବତ ହୋଇଥିଲା।

ଏହି ଜବତ ବ୍ରାଉନସୁଗାର ପରିମାଣ ସୂଚାଇ ଦେଉଛି ଯେ ଓଡିଶାରେ ଧଳାପାଉଡର ବା ଧଳା ଜହରର ଚାହିଦା ସମ୍ଭବତଃ ବଢ଼ିଗଲାଣି।

Leave A Reply

Your email address will not be published.