ପ୍ରମୁଖ ଖବର

ମହିଳା କବାଡିରେ ଭାରତକୁ ସ୍ୱର୍ଣ୍ଣ
ନାଗାଲାଣ୍ଡରେ ବିଷାକ୍ତ ମଦ ନେଲା ୧୯ ଜୀବନ
ପାରାଦୀପକୁ ମିଳିଲା ମେଗା ବନ୍ଦର ମାନ୍ୟତା
ଆଇଆଇଟି ଛାତ୍ର ମୃତ୍ୟୁ ଘଟଣା: ଡିନ୍‌ ପଦରୁ ନିଲମ୍ବିତ ପ୍ରଫେସର ସୂର୍ଯ୍ୟନାରାୟଣ ଡୁଲ୍ଲା
୭୦୦ ଗ୍ରାମ୍‌ ଓଜନ ପାଇଁ ଅଟକିଲା ଗୋଲ୍ଡ ସ୍ୱପ୍ନ, ସୁଚିକାଙ୍କୁ ଏସିଆନ୍ ଗେମ୍ସରେ ବ୍ରୋଞ୍ଜ
ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ
୩.୩୫ କେଜି ହେରୋଇନ୍‌ ସହ ପଞ୍ଜାବ ପୁଲିସ୍‌ ଇନ୍‌ସପେକ୍ଟର ଗିରଫ
ଓଡ଼ିଶାରେ ବେଦାନ୍ତର ୧ ଲକ୍ଷ କୋଟି ନିବେଶ ଯୋଜନା, ଢେଙ୍କାନାଳରେ ହେବ ସ୍ମେଲ୍ଟର ପ୍ଲାଣ୍ଟ
ପାକିସ୍ତାନରେ ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ, ୧୧ ମୃତ; ୩୦ ଆହତ
ପାକିସ୍ତାନରେ ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ, ୧୧ ମୃତ; ୩୦ ଆହତ

ଦେଓରଂଜନ ଓ ମାଥି ବଦଳିଲେନି

0
  • ରାଜ କୁମାର ଶର୍ମାଙ୍କୁ କୃଷି ଉତ୍ପାଦନ କମିସନର ଦାୟିତ୍ବ
  • ସୁରେନ୍ଦ୍ରଙ୍କୁ ଖଣି, ଅନୁଙ୍କୁ ଜଳସଂପଦ ବିଭାଗ ଦାୟିତ୍ବ

ଭୁବନେଶ୍ବର: ରାଜ୍ୟ ସରକାର ଆଜି ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କସ୍ତରରେ ଏକ ଅଦଳବଦଳ କରିଛନ୍ତି। ଖଣି ବିଭାଗ ଦାୟିତ୍ବରେ ଥିବା ଅତିରିକ୍ତ ମୁଖ୍ୟ ସଚିବ ପାହ୍ୟାର ଅଧିକାରୀ ରାଜ କୁମାର ଶର୍ମାଙ୍କୁ କୃଷି ଉତ୍ପାଦନ କମିସନର ଭାବେ ନିଯୁକ୍ତି ମିଳିଛି। ଏହି ଦାୟିତ୍ବରେ ଥିବା ଅତିରିକ୍ତ ମୁଖ୍ୟ ସଚିବ ପାହ୍ୟାର ଅଧିକାରୀ ପ୍ରଦୀପ୍ତ କୁମାର ମହାପାତ୍ରଙ୍କର ବଦଳି ପରେ ଉନ୍ନୟନ କମିସନର ସୁରେଶ ଚନ୍ଦ୍ର ମହାପାତ୍ର ଅତିରିକ୍ତ ଦାୟିତ୍ବରେ ଥିଲେ।

ଜଳସଂପଦ ବିଭାଗର ପ୍ରମୁଖ ସଚିବ ସୁରେନ୍ଦ୍ର କୁମାରଙ୍କୁ ସରକାର ଇସ୍ପାତ ଓ ଖଣି ବିଭାଗକୁ ବଦଳି କରିଛନ୍ତି। ଶ୍ରମ ସଚିବ ଅନୁ ଗର୍ଗଙ୍କୁ ଜଳସଂପଦ ଭଳି ବଡ଼ ବିଭାଗର ଗୁରୁ ଦାୟିତ୍ବ ମିଳିଛି। ଏହା ସହିତ ସେ ପୂର୍ବଭଳି ମହିଳା ଓ ଶିଶୁ କଲ୍ୟାଣ ଏବଂ ମିସନ ଶକ୍ତି ଦାୟିତ୍ବରେ ମଧ୍ୟ ରହିବେ। ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ଚିତ୍ରା ଅରମୁଗମଙ୍କୁ ଶ୍ରମ ଓ ଏମଏସଏମ୍ଇ ସଚିବ ସତ୍ୟବ୍ରତ ସାହୁଙ୍କୁ ଅତିରିକ୍ତ ଭାବେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମିଳିଛି।

ଅନ୍ୟପକ୍ଷରେ ଗତ ୭ବର୍ଷରୁ ଅଧିକ ସମୟ ଧରି ପଞ୍ଚାୟତିରାଜ ବିଭାଗର ସଚିବ ଦେଓରଂଜନ ସିଂହଙ୍କୁ ସରକାର ବଦଳି କରିନାହାନ୍ତି। ସେହିଭଲି ନଗର ଉନ୍ନୟନ ବିଭାଗର ସଚିବ ଜି ମାଥିଭାତନନ ଦୀର୍ଘ ୫ବର୍ଷରୁ ଅଧିକ ସମୟ ରହିଥିଲେ ହେଁ ତାଙ୍କର ବଦଳି କରାଯାଇନାହିଁ।

Leave A Reply

Your email address will not be published.