ପ୍ରମୁଖ ଖବର

ସୋଆର ୨୦ତମ ପ୍ରତିଷ୍ଠା ଦିବସରେ ବିଶ୍ୱବିଦ୍ୟାଳୟର ସଫଳତା, ଉତ୍କର୍ଷତା ଓ ଅଗ୍ରଗତିର ସ୍ମୃତିଚାରଣ
ପାଠ୍ୟପୁସ୍ତକ ତ୍ରୁଟି ମାମଲା: ଓସେପା ଅଫିସ୍‌ରେ କ୍ରାଇମବ୍ରାଞ୍ଚର ତଦନ୍ତ ଆରମ୍ଭ
ନିଟ୍‌ ପରୀକ୍ଷାରେ ବିଫଳ ପରେ ଛାତ୍ରୀଙ୍କ ଆତ୍ମହତ୍ୟା
ଜଳନ୍ଧରରୁ ୬,୬୦୦ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ
ସରିଲା ପ୍ରଥମ ପର୍ଯ୍ୟାୟ +୨ ନାମଲେଖା; ଏବେ ବି ଖାଲି ୨.୧୮ ଲକ୍ଷ ଆସନ
ଆର୍ଯ୍ୟନ୍‌ ଓ ପାଂଶୁଲ ନିଟ୍‌-ୟୁଜି ୨୦୨୬ର ଯୁଗ୍ମ ଟପ୍ପର୍‌, ଓଡ଼ିଶାର ସାତ୍ତ୍ୱିକ ପଟ୍ଟନାୟକଙ୍କ ଅଲ୍ ଇଣ୍ଡିଆ ରାଙ୍କ ୪୦
ଶରଧାବାଲିରେ ଲାଗିଲା ତିନି ରଥ; ଆସନ୍ତାକାଲି ଆଡ଼ପ ମଣ୍ଡପ ବିଜେ କରିବେ ଚତୁର୍ଦ୍ଧା ମୂର୍ତ୍ତି

ପ୍ରବାସୀ ଓଡ଼ିଆଙ୍କ ଭରସା ଏବେ ଓଡ଼ିଆ ସାଂସଦ

0

ଭୁବନେଶ୍ବର; କରୋନା ମହାମାରୀ ଉଭୟ ଜୀବନ ଓ ଜୀବିକା ପାଇଁ ବିପର୍ଯ୍ୟୟ ଟାଣି ଆଣିଛି। ଶିକ୍ଷିତ ବେକାର ଚାକିରି ପାଉ ନାହାନ୍ତି। ଏହାଠାରୁ ଆହୁରି ସାଂଘାତିକ କଥା ହେଲା ଯେଉଁମାନେ ରୋଜଗାର କରୁଥିଲେ,ଚାକିରି କରୁଥିଲେ ‌ସେମାନେ ଏବେ ବେଶୀ ଦୁର୍ଦ୍ଦିନ ଭିତରେ। ରୋଜଗାର ନାହିଁ,ଚାକିରି ହରେଇଲେଣି। ଯଦିଓ କେନ୍ଦ୍ର ଓ ରାଜ୍ୟ ସରକାର ଏଦିଗରେ ଅନେକ ପଦକ୍ଷେପ ନେଇଛନ୍ତି ତଥାପି ପର୍ଯ୍ୟାପ୍ତ ହୋଇନାହିଁ। ଠିକ ଏମିତି ଏକ ସମୟରେ ରାଜ୍ୟସଭା ସାଂସଦ ତଥା ବିଜେଡି ନେତା ଅମର ପଟ୍ଟନାୟକ ଏକ ବଡ ଆଶ୍ବସ୍ତି ଆଣିଛନ୍ତି। ଶ୍ରୀ ପଟ୍ଟନାୟକ ସାମାଜିକ ଗଣମାଧ୍ୟମ ଜରିଆରେ ଠୋସ୍ ଭାବେ ଏକଥା କହିଛନ୍ତି,ଯେ ମୁଁ କଥା ଦେଇ ପାରୁନି କିନ୍ତୁ ନିଶ୍ଚିତ ଚେଷ୍ଠା କରିବି।

ଶ୍ରୀ ପଟ୍ଟନାୟକ କହିଛନ୍ତି, ”ଯେଉଁ ପ୍ରବାସୀ ଶ୍ରମିକମାନେ ଚାକିରି ପାଇଁ ରାଜ୍ୟ ବାହାରକୁ ଯିବାକୁ ଚାହୁଁଛନ୍ତି, ସେମାନଙ୍କ ପାଇଁ ମୁଁ ଏକ ଅଭିଯାନ ଆରମ୍ଭ କରିଛି। ରାଜ୍ୟ ବାହାରକୁ ଚାକିରୀ ପାଇଁ ଯିବାକୁ ଚାହୁଁଥିବା ପ୍ରବାସୀ ଶ୍ରମିକ ମାନଙ୍କ ପାଇଁ ଏହି ଅଭିଯାନ ମାଧ୍ୟମରେ କୁଶଳୀ ବ୍ୟକ୍ତିଙ୍କୁ ଚାକିରୀ ପ୍ରଦାନକାରୀଙ୍କ ସହ ଯୋଡି ପାରିବି । ଏ ବିଷୟରେ “ରାଜ୍ୟସଭା ସାଂସଦ ଭାବରେ ମୋର ପ୍ରଥମ ବର୍ଷ” ଶୀର୍ଷକ ରିପୋର୍ଟରେ ମୁଁ ଉଲ୍ଲେଖ କରିଛ।”

”ଗତ ଦୁଇ ସପ୍ତାହ ମଧ୍ୟରେ ପ୍ରବାସୀ ଶ୍ରମିକଙ୍କୁ ଖାଦ୍ୟ ବଣ୍ଟନ ତଥା ସେମାନଙ୍କର ରାଜ୍ୟକୁ ଫେରିବାର ମୋ ସହ ଯୋଗାଯୋଗରେ ଥିବା ବ୍ୟକ୍ତି ବିଶେଷ ତଥା ବିଭିନ୍ନ ରାଜ୍ୟରେ ଥିବା ଓଡିଆ ଆସୋସିଏସନ୍ ମାନଙ୍କ ସହ ଭିଡିଓ କନଫରେନ୍ସ ମାଧ୍ୟମରେ ଆଲୋଚନା କରିଛି । ଦକ୍ଷତା ଅନୁଯାୟୀ ଚାକିରି ଖୋଜୁଥିବା ବ୍ୟକ୍ତି ଏହି ଅଭିଯାନରେ ସାମିଲ ହୋଇପାରିବେ।” ବୋଲି ସାଂସଦ ସୂଚନା ଦେଇଛନ୍ତି।

ସେ ଜଣାଇଛନ୍ତି, ପ୍ରଥମ ସୋପାନରେ ବଲାଙ୍ଗୀର, କଳାହାଣ୍ଡି ଓ ନୁଆପଡାରୁ ପ୍ରାୟ ୨୦୦ ପ୍ରବାସୀ ଶ୍ରମିକଙ୍କୁ ଏଲ ଆଣ୍ଡ ଟିର ଏକ ପ୍ରତିରକ୍ଷା ପ୍ରକଳ୍ପରେ ଖୁବଶୀଘ୍ର ନିଯୁକ୍ତି ଦେବାପାଇଁ ପଦକ୍ଷେପ ନେଇଛି । ଏହି ଅଭିଯାନରେ ପ୍ରତ୍ୟେକ ରାଜ୍ୟ ଭାଗ ନେଉଥିବାରୁ ଯେତେ ଶୀଘ୍ର ସମ୍ଭବ ଓଡ଼ିଶାବାସୀଙ୍କୁ ଏଥିରେ ସାମିଲ ହେବା ପାଇଁ ଆହ୍ୱାନ।

ଚାକିରି ସନ୍ଧାନରେ ରାଜ୍ୟ ବାହାରକୁ ଯିବା ପାଇଁ ଇଛୁକ ବ୍ୟକ୍ତି ନିଜର ନାମ, ଠିକଣା, ପଞ୍ଚାୟତ, ବ୍ଲକ, ଜିଲ୍ଲା ଓ ଫୋନ୍ ନଂ ତଥା ଦକ୍ଷତା ମୋତେ କେବଳ ଇ-ମେଲ୍ ଜରିଆରେ “[email protected]” କୁ ପଠାନ୍ତୁ (ଫୋନ କିମ୍ବା ହ୍ୱାଟ୍ସଆପ୍ କରନ୍ତୁ ନାହିଁ) । ସାହାଯ୍ୟ ଆବଶ୍ୟକ ହେଲେ ଜିଲ୍ଲା ତଥା ନିର୍ବାଚନମଣ୍ଡଳୀ ସ୍ତରରେ ଆମ ବିଜେଡିର ଆଇଟି କୋଅର୍ଡ଼ିନେଟରଙ୍କ ସହ ଯୋଗାଯୋଗ କରନ୍ତୁ ବୋଲି ଶ୍ରୀ ପଟ୍ଟନାୟକ ଦର୍ଶାଇଛନ୍ତି।

ସାଂସଦ କହିଛନ୍ତି, ଏହା ମୋ ପାଇଁ ଏକ ଛୋଟ କିନ୍ତୁ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ । ହୁଏତ ସବୁ ଆଶାୟୀଙ୍କୁ ଚାକିରି ସନ୍ଧାନରେ ସାହାଯ୍ୟ ନ କରିପାରେ କିନ୍ତୁ ଓଡ଼ିଶା ଓ ଓଡ଼ିଶାବାସୀଙ୍କ ପାଇଁ, ବିଶେଷ କରି ଯୁବକ, କୁଶଳୀ ଆଶାୟୀ ତଥା ଗରିବ ଓ ଅସହାୟ ଲୋକଙ୍କୁ ସାହାଯ୍ୟ କରିବାରେ ମୋର ପ୍ରୟାସ ଜାରୀ ରହିବ।

Leave A Reply

Your email address will not be published.