ପ୍ରମୁଖ ଖବର

ଫିଫା ବିଶ୍ୱକପ୍ ଫାଇନାଲ୍ ପାଇଁ କେରଳରେ ଶିକ୍ଷାନୁଷ୍ଠାନ ଛୁଟି; ଫୁଟବଲ୍ ପ୍ରେମୀ ଛାତ୍ରଛାତ୍ରୀଙ୍କ ପାଇଁ ସରକାରଙ୍କ ବଡ଼ ନିଷ୍ପତ୍ତି
୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ତାମିଲ ସିନେମାର ଜଲୱା; ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ ବିଜୟ
ଜମ୍ମୁ-କାଶ୍ମୀରରେ ଭୟଙ୍କର ଆକସ୍ମିକ ବନ୍ୟା: ୧୬ ମୃତ, ଅନେକ ନିଖୋଜ
ମାତୃଭାଷା ସହ ଆଉ ଗୋଟିଏ ଭାରତୀୟ ଭାଷା ଶିଖିବାକୁ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ କଲେ ଅମିତ ଶାହ
୧୬ ବର୍ଷରୁ କମ୍ ବୟସ୍କଙ୍କ ପାଇଁ ସୋସିଆଲ ମିଡିଆରେ କଟକଣା ଆଣିପାରନ୍ତି କେନ୍ଦ୍ର ସରକାର
୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର: ଶ୍ରେଷ୍ଠ ଓଡ଼ିଆ ଫିଚର ଫିଲ୍ମ ସମ୍ମାନ ଜିତିଲା ‘ଲହରୀ’
ଜମ୍ମୁ-କାଶ୍ମୀରରେ ବାଦଲଫଟା ବର୍ଷା ଓ ଆକସ୍ମିକ ବନ୍ୟା: ୧୭ ମୃତ, ହାଇ ଆଲର୍ଟ ଜାରି
ଶ୍ରୀମନ୍ଦିରରେ ପୁଣି ଆରମ୍ଭ ହେବ ରତ୍ନଭଣ୍ଡାର ଅଳଙ୍କାର ଗଣତି ଓ ଥ୍ରୀଡି ସ୍କାନିଂ

ୟୁପିଏସସି ପରୀକ୍ଷାରେ ଓଡିଆଙ୍କ ବାାଜିମାତ୍

0

ଭୁବନେଶ୍ବର: ୟୁନିୟନ ପ୍ଲବିକ ସର୍ଭିସ କମିସନ ବା ୟୁପିଏସସି ପରୀକ୍ଷା ଫଳ ପ୍ରକାଶ ପାଇଛି। ଚଳିତ ବର୍ଷ ମୋଟ ୮ଶହ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ପ୍ରଦୀପ ସିଂହ ଟପର ହୋଇଥିବା ବେଳେ ଓଡିଶାକୁ ପ୍ରଥମ ୧୦ଜଣଙ୍କ ମଧ୍ୟରେ ଦୁଇଟି ସ୍ଥାନ ମିଳିଛି। ଅଭିଷେକ ସରାଫ୍ ଅଷ୍ଟମ ଓ ସଞ୍ଜିତା ମହାପାତ୍ର ୧୦ମ ସ୍ଥାନରେ ଅଛନ୍ତି।

ଏମାନଙ୍କ ବ୍ୟତୀତ ୧୦୭ତମ ସ୍ଥାନରେ ଅଂଶୁମାନ ରାଜ,୧୨୦ତମ ସ୍ଥାନରେ ଅନୁପ ଦାସ,୧୯୦ତମ ସ୍ଥାନରେ ‌ଶୈଳଜା ଦାସ ଓ ୨୦୨ତମ ସ୍ଥାନରେ ରାହୁଲ ମିଶ୍ର ଅଛନ୍ତି। ସେହିପରି ୨୨୫ତମ ସ୍ଥାନରେ ହେମା ନାୟକ,୨୨୯ତମ ସ୍ଥାନରେ ଆରୁୁଷି ମିଶ୍ର,୨୯୧ସ୍ଥାନରେ ଆଶିଷ ଦାସ,୨୯୪ ତମ ସ୍ଥାନରେ ଅଙ୍କିତ ଶଙ୍କର ମିଶ୍ର,୩୦୦ତମ ସ୍ଥାନରେ ସୋନାଲି ମିଶ୍ର ଅଛନ୍ତି। ଦିବ୍ୟା ମିଶ୍ରଙ୍କ ୩୧୨ସ୍ଥାନ,ଅର୍ଘ୍ୟ ପଟ୍ଟନାୟକଙ୍କୁ ୩୬୧,ଜୁବୀନ ମହାପାତ୍ରଙ୍କୁ ୩୭୯,ସମୀର କୁମାର ଜେନାଙ୍କୁ ୪୪୧ସ୍ଥାନ ମିିଳିଛି। ୫୬୭ତମ ସ୍ଥାନରେ ମାନସ ରଂଜନ ସାହୁ,୭୧୨ତମ ସ୍ଥାନରେ ଶିବମ ମିଶ୍ର,୭୧୫ତମ ସ୍ଥାନରେ ଓମ ପ୍ରକାଶ ମହାନ୍ତି ଓ ୮୧୯ତମ ସ୍ଥାନରେ ବିଭୁତି ଭୂଷଣ ନାୟକ ଅଛନ୍ତି।

ଉଲ୍ଲେଖ ଥାଉକି, ୨୦୧୩ରେ ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ଚାକିରି ଆରମ୍ଭ କରି ୨୦୧୮ ଯାଏ ଥିଲେ ସଞ୍ଜିତା। ପରେ ସେ ଆଇଏସ ପ୍ରସ୍ତୁତି ପାଇଁ ଚାକିରି ଛାଡିଥିଲେ। ସେହିପରି ମାନସ ୨୦୧୭ ମସିହାରେ ଓଏସ ପାଇଥିଲେ ଓ ଏବେ ସେ ରାଉଲକେଲା ତହଲସିଲଦାର ଭାବେ କାର୍ଯ୍ୟ କରୁଛନ୍ତି। ୧୮୨ ନମ୍ବର ସ୍ଥାନରେ ଥିବା କୁମାର ବିଶ୍ବ ରଂଜନଙ୍କ ମାଆ ଜଣେ ଦରଜି ବୋଲି ସୁଚନା ମିଳିଛି।

ଉଲ୍ଲେଖ ଯୋଗ୍ୟ, ଚଳିତ ବର୍ଷ ଆଇଏଏସରେ ମୋଟ ୧୮୦, ଆଇଏଫଏସରେ୨୪, ଆଇପିଏସରେ ୧୫୦ ଓ କେନ୍ଦ୍ରୀୟ ସେବା ଗ୍ରୁଫ ଏରେ ୪୩୮ ଓ ବି ରେ ୧୩୫ ଟି ପଦବି ପୂରଣ କରାଯିବ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଫଳତା ପାଇଥିବା ଛାତ୍ର ଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Leave A Reply

Your email address will not be published.