ପ୍ରମୁଖ ଖବର

ଝାରଖଣ୍ଡ ନିର୍ବାଚନ: ବିଜେପିର ଷ୍ଟାର ପ୍ରଚାରକ ତାଲିକାରେ ଓଡ଼ିଶା ମୁଖ୍ୟମନ୍ତ୍ରୀ
ଏନସିପିରେ ଯୋଗଦେଲେ ବାବା ସିଦ୍ଦିକିଙ୍କ ପୁଅ ଜିଶାନ ସିଦ୍ଦିକି
ସ୍ୱାଭାବିକ ହେଲା ଭୁବନେଶ୍ୱର ବିମାନସେବା
ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ମାଓବାଦୀ ନିହତ
ବ୍ରହ୍ମବ୍ରହ୍ମପୁର ମେଡିକାଲ କଲେଜରେ ରାଗିଂ
ବାତ୍ୟାରେ ଘର ଭାଙ୍ଗିଯାଇଥିବା ପରିବାରକୁ ମିଳିବ ପକ୍କା ଘର: ରାଜସ୍ବ ମନ୍ତ୍ରୀ
ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ୭ ସୁଟର ଗିରଫ

ବିଜେପି ଓ ଧର୍ମେନ୍ଦ୍ରଙ୍କ ପାଇଁ ଅଗ୍ନୀପରୀକ୍ଷା

0
  • ଟିକେଟ୍ ବଣ୍ଟନରେ ଧର୍ମେନ୍ଦ୍ରଙ୍କ ପତିଆରା ରହିଲା
  • ନିର୍ବାଚନ ପୂର୍ବରୁ ରାଜନୈତିକ ଧକ୍‌କା ଖାଇଲେ ପ୍ରତାପ
  • ନିର୍ବାଚନରେ ପୂର୍ଣ୍ଣ ସକ୍ରିୟତା ନ ଦେଖାଇଲେ ଆଗକୁ ମହଙ୍ଗା

ଭୁବନେଶ୍ବର: ବାଲେଶ୍ବର ଓ ତିର୍ତ୍ତୋଲ ଉପନିର୍ବାଚନ ଏବେ ବିଜେପିର ଆଭ୍ୟନ୍ତରୀଣ ରାଜନୀତିକୁ ଉଷ୍ମ କରିତୋଳିଛି। ଓଡ଼ିଶାରେ ବିଜେପିର ଏକାଧିକ ଗୋଷ୍ଠୀ ଇତିମଧ୍ୟରେ ମୁଣ୍ଡ ଟେକିଥିଲେ ହେଁ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତିଆରା ଅତୁଟ ରହିଛି, ଏହା ଟିକେଟ ବଣ୍ଟନ ଘୋଷଣା ପରେ ପୁଣି ଥରେ ତାଙ୍କ ସମର୍ଥକମାନେ ସଙ୍କେତ ଦେବା ଆରମ୍ଭ କରିଛନ୍ତି। ହେଲେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ରାଜ୍ୟ ରାଜନୀତି ଉପରେ ପ୍ରଭାବ ରଖିବାକୁ ଯାଇ ଉଭୟ ଉପନିର୍ବାଚନ କ୍ଷେତ୍ରରେ ନିଜର ବଳ କଷିବେ ନା ନିରାପଦ ଦୂରତା ଅବଲମ୍ବନ କରି ନିଜ ଗୋଷ୍ଠୀ ଭିତରେ ପୁଣି ଥରେ ଅଟକିଯିବେ, ତାହା ଉପରେ ଏବେ ସମସ୍ତଙ୍କ ଆଖି ରହିଛି।

ବାଲେଶ୍ବର ସଂସଦୀୟ କ୍ଷେତ୍ରରୁ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ନିର୍ବାଚିତ ହୋଇଛନ୍ତି। ପ୍ରତାପଙ୍କୁ ମନ୍ତ୍ରୀ କରାଯିବା ପଛରେ ଧର୍ମେନ୍ଦ୍ରଙ୍କର ଏକ ବଡ଼ ସମର୍ଥନ ଥିଲା। ମାତ୍ର ପରବର୍ତୀ ପରିସ୍ଥିତିରେ ରାଜ୍ୟ ବିଜେପିରେ ପ୍ରତାପ ନିଜର ଏକ ଶକ୍ତି କେନ୍ଦ୍ର ପ୍ରତିଷ୍ଠା କରିବାକୁ ଉଦ୍ୟମ କରିବା ନେଇ ଚର୍ଚ୍ଚା ହେବା ପରେ ଦଳୀୟ ଆଭ୍ୟନ୍ତରୀଣ ରାଜନୀତି ଓ ସମୀକରଣ ଗଣ୍ଡଗୋଳିଆ ଧରିଥିଲା। କେବଳ ସେତିକି ନୁହେଁ, ସାଂସଦ ପ୍ରତାପ ଷଡଙ୍ଗୀ, ପୂର୍ବତନ ସାଂସଦ ତଥା ବିଜେପି ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ମଧ୍ୟ ଗୋଟିଏ ଗୋଟିଏ ଶକ୍ତି କେନ୍ଦ୍ର ହେବାକୁ ଚେଷ୍ଟା ଜାରି ରଖିଛନ୍ତି। ବୈଜୟନ୍ତଙ୍କୁ ରାଜ୍ୟ ସରକାରଙ୍କ ତେରଚ୍ଛା ଆକ୍ରମଣରେ ଅନ୍ୟ ଗୋଷ୍ଠୀ ମୁହଁ ଖୋଲୁନାହାନ୍ତି। ଠିକ୍ ସେମିତି ବିଜେପି ଭିତରେ ବି ଅପରାଜିତା ନିଜ ଗୋଷ୍ଠୀ ଭିତରେ ଅଟକିଯାଇଛନ୍ତି। ସଂପ୍ରତି କୋଭିଡ୍ ନିୟମ ଉଲ୍ଲଂଘନ ଘଟଣା ପରେ ଏହା ପୁଣି ଥରେ ଚର୍ଚ୍ଚାକୁ ଆସିଛି।

ଏମିତି ଏକ ସମୟରେ ଉଭୟ ବାଲେଶ୍ବର ଓ ତିର୍ତ୍ତୋଲ ଉପନିର୍ବାଚନ କ୍ଷେତ୍ରରେ ଧର୍ମେନ୍ଦ୍ର ନିଜ ଇଚ୍ଛାନୁସାରେ ଟିକେଟ୍ ବଣ୍ଟନ କରିଛନ୍ତି। ନିଜର ଅନୁଗତ ମଦନ ମୋହନ ଦତ୍ତଙ୍କ ପୁଅ ମାନସ ଦତ୍ତଙ୍କୁ ଟିକେଟ୍ ଦେବା କ୍ଷେତ୍ରରେ ତାଙ୍କର ଏକ ବଡ଼ ଭୂମିକା ରହିଛି। ଯେଉଁଥିରେ ପ୍ରତାପ ଷଡଙ୍ଗୀ ଫେଲ୍ ମାରିଲେ ବୋଲି ରାଜନୈତିକ ମହଲରେ କୁହାଯାଉଛି।

ସେହିଭଳି ତିର୍ତ୍ତୋଲରେ ବି ଧର୍ମେନ୍ଦ୍ରଙ୍କ ଖାସ୍ ଅନୁଗତ ବୋଲି କୁହାଯାଉଥିବା ତଥା ଜଗତସିଂହପୁର ଜିଲ୍ଲା ପ୍ରଭାରୀ ଶାରଦା (ବୁଲୁ) ପ୍ରଧାନଙ୍କ ଉଦ୍ୟମରେ ରାଜକିଶୋର ବେହେରା ବିଜେପିରେ ଯୋଗଦେଇଥିଲେ। ସ୍ଥାନୀୟ ଅଞ୍ଚଳର ଗୋଟିଏ ଗୋଷ୍ଠୀ ଏହାକୁ କଡ଼ା ବିରୋଧ କରିବା ସତ୍ତ୍ବେ ଧର୍ମେନ୍ଦ୍ର ବିଧାନସଭା ଟିକେଟ୍ ରାଜକିଶୋରଙ୍କୁ ଦେଇ ନିଜର ପତିଆରା ଅତୁଟ ରଖିଛନ୍ତି।

ଏଇଥିପାଇଁ ଯେ ବାଲେଶ୍ବର ସଦର ବ୍ଲକ ଅଧ୍ୟକ୍ଷ ନାରାୟଣ ପ୍ରଧାନଙ୍କୁ ପ୍ରତାପ ସୁରକ୍ଷା ଦେଇପାରିଲେ ନାହିଁ। ନାରାୟଣଙ୍କୁ ବାଲେଶ୍ବରରେ ଟିକେଟ୍ ଦେବା ଲାଗି ପ୍ରତାପ ନେଇଥିବା କୁହାଯାଉଥିଲା। କିନ୍ତୁ ବିଜେଡିର ନିର୍ବାଚନ ପରିଚାଳନା କରୁଥିବା ପ୍ରତାପ ଦେଓ ତାଙ୍କୁ ୪୮ ଘଣ୍ଟା ଭିତରେ ଫେରାଇ ଆଣିଲେ। ନାରାୟଣ ମୋଦୀଙ୍କୁ ପ୍ରଶଂସା କରିଥିଲେ ଓ ୨ ଦିନରେ ପୁଣି ନବୀନଙ୍କ ଗୁଣଗାନରେ ଶତମୁଖ ହୋଇଯାଇଥିଲେ। ପ୍ରତାପ ଷଡଙ୍ଗୀଙ୍କ ଟିକେଟ୍ ପରିଚାଳନା କସରତ ଏଥିସହିତ ବୁମେରାଂ ହୋଇଥିଲା।

ନିଜେ ନାରାୟଣ ଗଣମାଧ୍ୟମକୁ କହିଥିଲେ ଯେ ତାଙ୍କୁ ଟିକେଟ୍ ଦିଆଯିବା କଥା କୁହାଯାଇଥିଲା। ଅର୍ଥାତ୍ ପ୍ରତାପ ତାଙ୍କୁ ସୁରକ୍ଷା ଦେଇପାରିଲେ ନାହିଁ ବୋଲି ପରୋକ୍ଷରେ ଦଳକୁ ବାର୍ତା ଗଲା ଓ କେନ୍ଦ୍ରମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀ ନିର୍ବାଚନ ସମୟରେ ଦଳକୁ ଏକ ବଡ଼ ଅପ୍ରୀତିକର ପରିସ୍ଥିତିକୁ ଠେଲିଦେବା ସହିତ ଅପଦସ୍ଥ କରାଇଲେ ବୋଲି ରାଜନୈତିକ ମହଲ ବିଚାର କରୁଛନ୍ତି।

ତେବେ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ରାଜ୍ୟରେ ଦୁଇ ଦୁଇଟି ଉପନିର୍ବାଚନ ଥିବା ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ନାମ ବିହାର ନିର୍ବାଚନ ପ୍ରଚାର ତାଲିକାରେ ବି ଅଛନ୍ତି। ବିହାରରୁ ସେ ସଂସଦକୁ ଯାଇଥିଲେ ଓ ପ୍ରଭାରୀ ଥିଲେ। ହେଲେ ଏବେ ବିହାର ଅପେକ୍ଷା ଓଡ଼ିଶା ରାଜନୀତି ତାଙ୍କ ପାଇଁ ଅଧିକ ଗୁରୁତ୍ବ ହୋଇପଡିଛି। କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଅଛନ୍ତି ବୋଲି ସେ ବାଲେଶ୍ବରରେ ମୁଣ୍ଡ ଖେଳାଇବେନି ବା ବିଜେପୁର ଭଳି ସକ୍ରିୟତା ଦେଖାଇବେନି, ଏହାକୁ ରାଜନୈତିକ ପଣ୍ଡିତମାନେ ଗ୍ରହଣ କରିପାରୁନାହାନ୍ତି।

ସେହିଭଳି ତିର୍ତ୍ତୋଲରେ ଦଳର ସ୍ଥିତି ଖରାପ ଥିଲେ ବି ସେଠାରେ (ଉପକୂଳ ଓଡ଼ିଶା) ରାଜନୈତିକ ପତିଆରା ବା ପ୍ରତିଷ୍ଠା ଜାହିର କରିବା ଲାଗି ଏହାଠାରୁ ଆଉ ବଡ଼ ସୁଯୋଗ ନାହିଁ। ଦଳ ନିର୍ବାଚନରେ ଜିତିବା ବା ହାରିବା ତାହା ବିଜେପି ପାଇଁ ଯେତେ ବଡ଼ କଥା ନୁହେଁ,ସବୁ ଗୋଷ୍ଠୀ ଉପରେ ରହି ଦଳକୁ ରାଜ୍ୟସ୍ତରରେ ନେତୃତ୍ବ ଦେବାରେ ଧର୍ମେନ୍ଦ୍ର ଯେ ସକ୍ଷମ ଏ ବାର୍ତ୍ତା ଏବେ ଗୁରୁତ୍ବପୂର୍ଣ୍ଣ। ଅନ୍ୟଥା ଗତ ୬ବର୍ଷ ଧରି ତାଙ୍କର ଚିରାଚରିତ ଗୋଟିଚାଳନା ଜାରି ରହିଲେ, ଏବେ କି କେବେ ବିଜେପି ରାଜ୍ୟ ନେତୃତ୍ବ ନେବାର ଶକ୍ତି ତାଙ୍କ ନିକଟରେ ଏକାଠି ହେବେ ନାହିଁ, ଯାହା ବିଜେଡିକୁ ସୁହାଉଛି ଓ ସୁହାଇବ। ଧର୍ମେନ୍ଦ୍ର ରାଜ୍ୟ ରାଜନୀତିରେ ୩୬୦ ଡିଗ୍ରି କାମ କରିବା ଲାଗି ସୁଯୋଗ ପାଇବେ ନାହିଁ।

Leave A Reply

Your email address will not be published.