ପ୍ରମୁଖ ଖବର

ସ୍ୱାୟତ୍ତ ଶାସନ ଦିବସରେ ବଡ଼ ଘୋଷଣା: ୨୮ ନୂଆ ସହରାଞ୍ଚଳ ପାଇଁ ୫୬୦ କୋଟି
ସିନ୍ଧୁ ଜଳ ଚୁକ୍ତି ମାମଲା: ହେଗ୍‌ ଅଦାଲତର ରାୟକୁ ମାନିଲା ନାହିଁ ଭାରତ
ପରଲୋକରେ ଓଡ଼ିଶା କ୍ୟାଡର ଆଇପିଏସ୍‌ ଶଫିନ୍‌ ଅହମ୍ମଦ
ଚଳନ୍ତା ସ୍ଲିପର୍‌ ବସ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ୨ ଗିରଫ
ଢେଙ୍କାନାଳରେ ଖୋଲିଲା ରାଜ୍ୟର ତୃତୀୟ ‘ଚାଉଳ ଏଟିଏମ୍‌
ନେପାଳ ବନ୍ୟାର ମୃତ୍ୟୁସଂଖ୍ୟା ୯୦୩, ନିଖୋଜ ୪,୨୪୭
ଏସ୍‌ସିଓ ଶିଖର ସମ୍ମିଳନୀ ପାଇଁ ବିଶକେକରେ ମୋଦୀ

ବିଶ୍ୱବିଦ୍ୟାଳୟରେ କୁଳପତି ନିଯୁକ୍ତି ପ୍ରକ୍ରିୟା ଜାରି ରହିଛି : ଉଚ୍ଚଶିକ୍ଷା ମନ୍ତ୍ରୀ

0

ଭୁବନେଶ୍ବର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ। ଖାଲି ପଡିଛି ୧୪୩୦ ପଦବୀ। ଏଥିରୁ ୨୬୧ ପ୍ରାଧ୍ୟାପକ, ୪୫୯ ସହଯୋଗୀ ପ୍ରାଧ୍ୟାପକ ଓ ୭୧୦ ସହକାରୀ ପ୍ରାଧ୍ୟାପକ ପଦବୀ ଖାଲି ପଡିଛି। ଗୃହରେ ଉତ୍ତର ରଖିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ।

ମନ୍ତ୍ରୀଙ୍କ ଉତ୍ତର ଅନୁଯାୟୀ, ୧୪ଟି ବିଶ୍ୱବିଦ୍ୟାଳୟର କୁଳପତି ନିଯୁକ୍ତି ପ୍ରକ୍ରିୟା ଜାରି ରହିଛି। ୬ଟି ବିଶ୍ୱବିଦ୍ୟାଳୟର ଆଶାୟୀ କୁଳପତି ମାନଙ୍କ ସାକ୍ଷାତକାର କାର୍ଯ୍ୟକ୍ରମ ବି ସରିଛି। ସେପଟେ ସରକାରୀ ମହାବିଦ୍ୟାଳୟରେ ୫୬୬ ଅଧ୍ୟାପକ ପଦବୀ ଖାଲି ପଡିଛି। ୩୮୫ ପଦବୀ ପାଇଁ ଓପିଏସସି ବିଜ୍ଞାପନ ଜାରି କରିଥିଲେ। ତାହାର ଚୟନ ପ୍ରକ୍ରିୟା ଜାରି ଅଛି। ୩୦୪ ଅଧ୍ୟାପକ ପଦବୀ ପୂରଣ ପାଇଁ ଓପିଏସସିକୁ ଅନୁରୋଧ କରିଛନ୍ତି।
ରାଜ୍ୟର ବେସରକାରୀ ଅନୁଦାନପ୍ରାପ୍ତ କଲେଜ ଗୁଡିକରେ ୧୬୮୯ ଅଧ୍ୟାପକ ପଦବୀ ଖାଲି ପଡିଛି । ୩୦୦ ଅଧ୍ୟାପକ ଡେପୁଟେସନ ଆକାରରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ କାମ କରୁଛନ୍ତି। କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ଗୃହରେ ଲିଖିତ ଉତ୍ତର ରଖିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ।

Leave A Reply

Your email address will not be published.