ପ୍ରମୁଖ ଖବର

ସୋଆ ଆଇଡିଏସ୍ ପକ୍ଷରୁ ହ୍ୱାଇଟ କୋଟ ନ୍ୟୁ ଇୟର ଶପଥ କାର୍ଯ୍ୟକ୍ରମ ଅନୁଷ୍ଠିତ
ଦାୟିତ୍ୱ ଗ୍ରହଣ ପରେ ଶ୍ରୀଜୀଉଙ୍କ ଦର୍ଶନ କରିବା ସହ ଇଂରାଜୀ ନବବର୍ଷର ଶୁଭେଚ୍ଛା ଜଣାଇଲେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ
ଆହୁରି ୨ ମାସ ବୃଦ୍ଧି ହେଲା ରାସନ୍ କାର୍ଡ ଇ-କେଓ୍ବାଇସି ସମୟ ସୀମା: ଯୋଗାଣ ମନ୍ତ୍ରୀ
ରାଇରଙ୍ଗପୁରରେ ଇଗ୍ନୋ ଆଞ୍ଚଳିକ କେନ୍ଦ୍ର ଓ ଦକ୍ଷତା କେନ୍ଦ୍ର ଶୁଭାରମ୍ଭ କଲେ ରାଷ୍ଟ୍ରପତି
ବଦଳିବ ନିକୋ ପାର୍କର ରୂପ, ଖର୍ଚ୍ଚ ହେବ ୬୦୦ କୋଟି
ବରିଷ୍ଠ ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ

୫ଦିନ ପାଇଁ ବର୍ଷା ଆଣି ଆସୁଛି ଲଘୁଚାପ

0

୪୮ ଘଣ୍ଟାରେ ବଙ୍ଗୋପସାଗରରେ ଅବପାତ, ଉପକୂଳରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ବର: କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହି କ୍ଷେତ୍ର ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର ପଶ୍ଚିମ ଦିଗରେ ଗତି କରି ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଆନ୍ଧ୍ରପ୍ରଦେଶ ଉପକୂଳରେ ସ୍ପଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ ହେବ। ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏହି କ୍ଷେତ୍ର ଦିଗ ପରିବର୍ତ୍ତନ କରି ଉତ୍ତର ଉତ୍ତର ପୂର୍ବ ଦିଗ କୁ ଗତି କରି ପରବର୍ତ୍ତୀ ୨୪ ଘଣ୍ଟାରେ ଡିପ୍ରେସନ୍ ବା ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ଯେତେବେଳେ ଏହି କ୍ଷେତ୍ର ଉତ୍ତର ଉତ୍ତର ପୂର୍ବ ଆଡକୁ ଗତି କରିବ ସେହି ସମୟରେ ଉପକୂଳ ଓଡ଼ିଶା, ଉତ୍ତର ପଶ୍ଚିମ ବଙ୍ଗୋପସାଗର ଦେଇ ପଶ୍ଚିମବଙ୍ଗ ମୁହାଁ ହେବ। ଓଡ଼ିଶା ଉପକୂଳରେ ଏହି ଡିପ୍ରେସନ୍ ସମାନ୍ତରାଳ ଭାବରେ ୨୨-୨୩ ତାରିଖ ରେ ଗତି କରିବାର ସମ୍ଭାବନା ରହିଥିବା ସାର୍ଥକ ମିଶ୍ର ପୂର୍ବାନୁମାନ କରିଛନ୍ତି।

ତାଙ୍କ ଆକଳନ କହୁଛି, ଏହାର ପ୍ରଭାବରେ ଆସନ୍ତା ୫ ଦିନ ଯାଏ ଓଡ଼ିଶାରେ ବର୍ଷା ସମ୍ଭାବନା ରହିଛି। ବିଶେଷ କରି ଉପକୂଳ ଓଡ଼ିଶା ଉପରେ ଏହି କ୍ଷେତ୍ରର ପ୍ରଭାବ ରହିବ। ଗଜପତି , ଗଞ୍ଜାମ , ପୁରୀ , ଜଗତସିଂପୁର, କେନ୍ଦ୍ରାପଡ଼ା , ଭଦ୍ରକ , ବାଲେଶ୍ୱର ଜିଲ୍ଲାରେ ୨୨-୨୩ ଅକ୍ଟୋବରରେ ପ୍ରବଳ ବର୍ଷା ସମ୍ଭାବନା ଅଛି। ସେହିପରି ଉପକୂଳ ଓଡ଼ିଶାର ଆଖପାଖ ଜିଲ୍ଲା ଗୁଡିକରେ ଘଡ଼ଘଡ଼ି ସହିତ ମଧ୍ୟମ ଧରଣର ବର୍ଷା ହୋଇପାରେ।

ଅଭ୍ୟନ୍ତର ଓଡ଼ିଶାରେ ବଜ୍ରପାତ ସହିତ ଅଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ଏହି କ୍ଷେତ୍ର ଘନୀଭୂତ ହୋଇ ଓଡ଼ିଶା ଉପକୂଳ ଦେଇ ଗତି କରିବା ବେଳେ ପ୍ରଥମେ ଦକ୍ଷିଣ ଉପକୂଳ ଓ ପରେ ପର୍ଯ୍ୟାୟ କ୍ରମେ ଉତ୍ତର ଉପକୂଳ ଜିଲ୍ଲା ଗୁଡ଼ିକରେ ବର୍ଷାର ପ୍ରଭାବ ରହିବ। ୨୩ ତାରିଖରେ ଉତ୍ତର ଉପକୂଳ ସମେତ ଉତ୍ତର ଅଭ୍ୟନ୍ତର ଜିଲ୍ଲା ଗୁଡ଼ିକରେ ମଧ୍ୟମରୁ ପ୍ରବଳ ବର୍ଷ ସମ୍ଭାବନା ରହିଛି ।

ଲଘୁଚାପ କ୍ଷେତ୍ରଟି ଓଡ଼ିଶା ଉପକୂଳ ସମୁଦ୍ର ଦେଇ ଗତି କରିବା ସମୟରେ ଉପକୂଳ ଓଡ଼ିଶା ଓ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ପବନ ର ବେଗ ଘଣ୍ଟା ପ୍ରତି ୪୦-୫୦ ଓ ବେଳେବେଳେ ୫୫ କିମି ଛୁଇଁପାରେ। ତେଣୁ ମତ୍ସ୍ୟଜୀବୀଙ୍କୁ ଆସନ୍ତା ୭୨ ଘଣ୍ଟା ଯାଏ ସମୁଦ୍ରକୁ ଯିବା ମନା କରାଯାଇଛି।

Leave A Reply

Your email address will not be published.