ପ୍ରମୁଖ ଖବର

ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍‌
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍‌ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍‌ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍‌ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଶ୍ରୀରାମ ମନ୍ଦିରରେ ଉଡ଼ିଲା ଧର୍ମଧ୍ୱଜା

0

ଅଯୋଧ୍ୟା: ଅଯୋଧ୍ୟାର ଶ୍ରୀରାମଙ୍କ ମନ୍ଦିରରେ ଉଡ଼ିଛି ଧର୍ମଧ୍ୱଜା। ଆଜି ଶୁଭ ମୁହୂର୍ତ୍ତରେ ବିରାଟକାୟ ଧର୍ମଧ୍ୱଜାଙ୍କୁ ବିଧିବଦ୍ଧ ଭାବେ ମନ୍ଦିରର ଚୂଡ଼ାରେ ସ୍ଥାପନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଅବସରରେ ମୋଦୀ କହିଛନ୍ତି ଧର୍ମଧ୍ବଜା ଭାରତୀୟ ସଭ୍ୟତାର ପୁନଃ ଜାଗରଣର ପ୍ରତୀକ। ଏହା ହେଉଛି ପ୍ରତିଶ୍ରୁତି ପାଳନର ପ୍ରତୀକ।

ଶ୍ରୀରାମ ମନ୍ଦିରର ଚୂଡ଼ାରେ ଲାଗିଥିବା ଗେରୁଆ ରଙ୍ଗର ପତାକାର ଫଟୋ ମଧ୍ୟ ସାମ୍ନାକୁ ଆସିଛି। ଏହାର ଉଚ୍ଚତା ୧୦ ଫୁଟ ହୋଇଥିବା ବେଳେ ଲମ୍ବ ୨୦ ଫୁଟ। ତ୍ରିକୋଣୀୟ ପତାକାରେ ଉଜ୍ଜ୍ୱଳ ସୂର୍ଯ୍ୟର ଛବି ରହିଛି, ଯାହା ଭାଗବାନ ରାମଙ୍କ ପ୍ରତିଭା ଓ ବୀରତାକୁ ଦର୍ଶାଉଛି। ଏଥିସହ ପତାକାରେ ଓମ ସହ କାଞ୍ଚନ ଗଛର ଛବିକୁ ଖୋଦେଇ କରାଯାଇଛି।

ଏହି ଧ୍ୱଜା ଭଗବାନ ରାମଙ୍କ ମୂଲ୍ୟବୋଧକୁ ବଜାୟ ରଖି ଚାଲିବ। କୌଣସି ଭେଦଭାବ ନାହିଁ। କୌଣସି ଦୁଃଖ ନାହିଁ। କେବଳ ଶାନ୍ତି ଓ ସୁଖର ପ୍ରତୀକ। ସତ୍ୟ ହିଁ ଧର୍ମ। ଦାରିଦ୍ର୍ୟ ନାହିଁ ଓ କେହି ଅସହାୟ ନୁହନ୍ତି। ବିଗତ ୧୧ ବର୍ଷରେ ସବୁ ବର୍ଗକୁ ବିକାଶରେ ଯୋଡ଼ା ଯାଇଛି। ୨୦୪୭ ସୁଦ୍ଧା ବିକଶିତ ଭାରତର ସ୍ୱପ୍ନ ପୂରଣ କରାଯିବ। ଆମେ ନ ଥିଲା ବେଳେ ଏହି ଦେଶ ଥିଲା। ତେଣୁ ଆମକୁ ଭବିଷ୍ୟତ ପିଢ଼ି ପାଇଁ କାର୍ଯ୍ୟ କରିବାକୁ ପଡ଼ିବ। ଭାରତ ହେଉଛି ଲୋକତନ୍ତ୍ରର ଜନନୀ। ଏହା ଆମ ଡିଏନ୍‌ଏରେ ରହିଛି। ଏହି ଧ୍ୱଜା ଦୂରରୁ ହିଁ ରାମଲଲାଙ୍କ ଜନ୍ମଭୂମିର ଏକ ଝଲକ ଦେଖାଇବ।

Leave A Reply

Your email address will not be published.