ପ୍ରମୁଖ ଖବର

ରାଜ୍ୟ ମହିଳା କର୍ମଚାରୀମାନଙ୍କ ଅତିରିକ୍ତ ସାମୟିକ ଛୁଟି ଆଉ ୨ଦିନ ବଢ଼ିଲା
ବାତ୍ୟା ପାଇଁ ୨୩ରୁ ୨୫ କଲେଜ ଓ ବିଶ୍ୱବିଦ୍ୟାଳୟ ଛୁଟି
ବାତ୍ୟା ପାଇଁ ୧୭୮ଟି ଟ୍ରେନ ବାତିଲ
ଅବସରପ୍ରାପ୍ତ ଆଇପିଏସ୍‌ ଲଳିତ ଦାସ ହେଲେ ଓଏସ୍‌ଏସ୍‌ଏସ୍‌ସି ଅଧ୍ୟକ୍ଷ
ନିର୍ଦୋଷ ସାବ୍ୟସ୍ତ ହେଲେ ସେବି ଅଧ୍ୟକ୍ଷ ମାଧବୀ ବୁଚ
ଲାଞ୍ଚ ନେଇ ନିଲମ୍ବିତ ହେଲେ ବରଗଡ଼ ଧନୁଯାତ୍ରାରେ କଂସ ମହାରାଜ
ସମ୍ଭାବ୍ୟ ବାତ୍ୟା: ୧୪ ଜିଲ୍ଲାରେ ବନ୍ଦ ରହିବ ସବୁ ଐତିହ୍ୟ ସ୍ଥଳୀ
ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ନନ୍ଦନକାନନ କର୍ତ୍ତୃପକ୍ଷ ଆଗୁଆ ସଜାଗ
ବୈତରଣୀ ବେସିନ୍ ମୁଖ୍ୟଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ବିହାର: ସାମାଜିକ ନ୍ୟାୟ ରାଜନୀତିର ପୂର୍ଣ୍ଣଛେଦ!

0

ନୂଆଦିଲ୍ଲୀ: ଜୟପ୍ରକାଶ ନାରାୟଣଙ୍କ ଦ୍ବାରା ପ୍ରଭାବିତ ହୋଇ ସାମାଜିକ ନ୍ୟାୟ ଭିତ୍ତିକ ରାଜନୀତିକୁ ଓହ୍ଲାଇଥିବା ନେତାମାନଙ୍କ ଯୁଗ ଧୀରେ ଧୀରେ ଶେଷ ହେବାକୁ ଯାଉଛି। ଦୀର୍ଘ ତିନି ଦଶନ୍ଧି ପରେ ବିହାର ରାଜନୀତିରେ ଯେଉଁ ପରିବର୍ତ୍ତନ ଲକ୍ଷ୍ୟ କରାଯାଉଛି, ତାହା ହେଲା, ଲାଲୁ ପ୍ରସାଦ ଯାଦବ; ଯାହାଙ୍କୁ ନେଇ ବିହାର ରାଜନୀତିର ନକ୍ସା ଅଙ୍କା ଯାଉଥିଲା,ସେ ଏ ଦୃଶ୍ୟପଟ୍ଟରେ ନାହାନ୍ତି ଏବଂ ଜେଲ୍‌ରେ। ରାମବିଳାଶ ପାଶଵାନଙ୍କର ଇତିମଧ୍ୟରେ ପରଲୋକ ଘଟିଛି। ଆଉ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏବେ ରାଜ୍ୟ ରାଜନୀତିରେ ସ୍ଥିତି ଜାହିର ରଖିବା ଲାଗି କଠିନ ସଂଘର୍ଷ ଜାରି ରଖିଛନ୍ତି। ଏହି ଚରିତ୍ରମାନଙ୍କ ସହିତ ଜାତୀୟ ରାଜନୀତି ଦୃଶ୍ୟପଟ୍ଟରେ ବିହାର ରାଜନେତାଙ୍କ ପତିଆରା ଯଥେଷ୍ଟ ପ୍ରଭାବିତ ହେବା ସମ୍ଭାବନାକୁ ଏଡ଼ାଇ ଦେଇ ହେବ ନାହିଁ।

୧୯୯୦ ମସିହା ଅକ୍ଟୋବର ୨୩ ତାରିଖରେ ଯେତେବେଳେ ବିଜେପି ନେତା ଲାଲକୃଷ୍ଣ ଆଡ଼ଭାନୀଙ୍କ ରାମ ରଥ ଯାତ୍ରୀଙ୍କୁ ସମସ୍ତିପୁରରେ ଲାଲୁ ଅଟକାଇ ଦେଇଥିଲେ, ସେବେ ଭାରତ ରାଜନୀତିରେ କମ୍ପନ ସୃଷ୍ଟି ହୋଇଥିଲା। ଜଣେ ମୁଖ୍ୟମନ୍ତ୍ରୀ ଭାବେ ଲାଲୁଙ୍କ ଏହି ପଦକ୍ଷେପ ଜାତୀୟ ରାଜନୀତିରେ ଜୟପ୍ରକାଶଙ୍କ ସାମାଜିକ ନ୍ୟାୟ ମନ୍ତ୍ରକୁ ହିନ୍ଦୁତ୍ବ ସହିତ ବରାବର ସ୍ଥିତିକୁ ଫେରାଇ ଆଣିଥିଲା। ସେବେଠାରୁ କେନ୍ଦ୍ର ରାଜନୀତିରେ ଏହି ତିନି ନେତା ବିଭିନ୍ନ ସମୟରେ ନିଜସ୍ବ ଢଙ୍ଗରେ ପ୍ରଭାବ ରଖିବାରେ ସମର୍ଥ ହୋଇଛନ୍ତି, ଯାହାର ଶେଷ ଦାୟଦ ଏବେ ନୀତିଶ ବୋଲି କୁହାଯାଇପାରେ।

ଏ ରାଜନୀତିର ଯେଉଁ ସମୀକରଣ ସେବେ ଜାତୀୟ ରାଜନୀତି ପୃଷ୍ଠଭୂମିକୁ ବେଶୀ ଆକ୍ତାମାକ୍ତା କରିଥିଲା,ତାହା ଥିଲା ଲାଲୁ ଓ ବିଜେପି ମଧ୍ୟରେ ଦୂରତ୍ବ। ହିନ୍ଦୁତ୍ବର ସେ ନିରନ୍ତର ସମାଲୋଚନା କରିଥିଲେ ଓ ବିଜେପିକୁ କେଉଁଠି କେବେ ବି ସହଯୋଗ କରିନଥିଲେ। ବରଂ ଅନ୍ୟାନ୍ୟ ପଛୁଆ ଶ୍ରେଣୀ ବା ଓବିସି, ଦଳିତ, ମୁସଲିମ୍ ସଂପ୍ରଦାୟଙ୍କ ନେତୃତ୍ବ ନେଇ ୨୦୦୫ ପର୍ଯ୍ୟନ୍ତ ଦୀର୍ଘ ୧୫ବର୍ଷ ଧରି ବିହାରରେ ଶାସନ କ୍ଷମତା ରଖିପାରିଥିଲେ ଲାଲୁ। ଦୁର୍ନୀତି ଲାଲୁଙ୍କ ପାଇଁ ସିନା ଘାତକ ସାଜିଲା, କିନ୍ତୁ ବିଚାରରେ ସେ ଏବେ ବି ଆଗରେ। ଆଦୌ କାହା ଦ୍ବାରା ପ୍ରଭାବିତ ହୋଇନାହାନ୍ତି।

ପାଶଵାନଙ୍କ ରାଜନୀତିର ଧାରା ଟିକିଏ ପୃଥକ୍ ଥିଲା। ସେ ଜୟପ୍ରକାଶଙ୍କ ବିଚାରରୁ ରାଜନୀତିରେ ଆଗକୁ ବଢିଥିଲେ ହେଁ ଏହି ଆଦର୍ଶ ସହିତ ସେ ଅନେକବାର ବୁଝାମଣା କରିଛନ୍ତି,ତା ପୁଣି ନିଜ ଢଙ୍ଗରେ। ଜଣେ ଦଳିତ ନେତାଭାବେ ସେ ନିଜ ପାଇଁ ଢେର୍ ସୁନାମ ଆଣିଛନ୍ତି ସତ କିନ୍ତୁ କ୍ଷମତା ରାଜନୀତିରେ ରହିବାର ନିଶା ତାଙ୍କୁ ସାମାଜିକ ନ୍ୟାୟ ଏବଂ ଧର୍ମନିରପେକ୍ଷତା ରାଜନୀତିରୁ ଟିକେ ଦୂରେଇ ଦେଇଥିଲେ। ସେ ଚତୁରତାର ସହିତ ଦଳିତ ସଶକ୍ତିକରଣ ମନ୍ତ୍ର ଭିତରେ ନିଜ ରାଜନୀତିକୁ ସୀମିତ ରଖିଥିଲେ। ବିହାର ରାଜନୀତିରେ ବେଶ୍ ସକ୍ରିୟ ଥିଲେ, କିନ୍ତୁ ରାଜ୍ୟର ସୀମିତ ଅଞ୍ଚଳରେ।

ଲାଲୁଙ୍କ ବିଚାର ଏବଂ ନୀତିଶଙ୍କ ବିକାଶର ଖସଡା ୧୯୯୦ ଦଶକର ମଧ୍ୟଭାଗରେ ବିହାର ରାଜନୀତିରେ ଦୁଇଟି ସମାନ୍ତରାଳ ମାର୍ଗ ପ୍ରସ୍ତୁତ କରିଥିଲା। ବଜାର ସହିତ ବିହାରର ଯୋଗଦାନ,ଅଭିବୃଦ୍ଧି, ନୂଆ ଦୁନିଆ ସହିତ ରାଜ୍ୟକୁ ଯୋଡିବାରେ ନୀତିଶ ଅନ୍ୟ ଦୁଇଜଣଙ୍କ ଠାରୁ ଟିକେ ଆଗରେ। ସେ ବଜାର ଅନୁକୂଳ ବିକାଶର କଥା କହିବା ଫଳରେ ଉଚ୍ଚଜାତିର ଭୋଟ ଧୀରେ ଧୀରେ ତାଙ୍କ ଆଡକୁ ଆଉଜିଥିଲା। ୨୦୦୫ ବେଳକୁ ସେ ଲାଲୁଙ୍କ ବିଚାରକୁ ସଙ୍କୁଚିତ କରି ରାଜ୍ୟରେ ଜଣେ ପ୍ରଭାବୀ ନେତାମାନେ ଉତ୍ତୀର୍ଣ୍ଣ ହୋଇଥିଲେ। ହେଲେ ୨୦୧୭ ରାଜନୀତିର ଗଣିତ, ଏନଡିଏ ସହିତ ବୁଝାମଣା ତାଙ୍କ ପାଇଁ ଅଜାଣତରେ ବିପଦ ଟାଣିଆଣିଛି। ମହାମାରୀ କରୋନା ପରେ ପାଖାପାଖି ୨୩ଲକ୍ଷ ପ୍ରବାସୀ ବିହାର ଫେରିବା, ବେରୋଜଗାରି ବା ବେକାରି ତାଙ୍କ ପାଇଁ ଆଜି ଦିନରେ ଘାତକ ସାଜିଲାଣି। ଯେଉଁ ବିକାଶର ମଡେଲ୍ ଭିତରେ ସେ ବିହାରର ପରିବର୍ତ୍ତନ ପାଇଁ ଅଣ୍ଟା ଭିଡୁଛନ୍ତି ବୋଲି ନାରାବାଜି କରୁଥିଲେ, ତା ଠାରୁ ଆଉ ଟିକିଏ ଆଗକୁ ଯାଇ ଲାଲୁଙ୍କ ପୁଅ ତେଜସ୍ବୀ ଯେଉଁ ସଂକଳ୍ପ ଭିତ୍ତିକ ରାଜନୀତିର ପ୍ରତିଷ୍ଠା ଦିଗରେ ମନୋନିବେଶ କରିଛନ୍ତି, ତାହା ବିହାର ସମୀକରଣରେ ବଡ଼ ସଙ୍କଟ ଛିଡା କରିଛି।

ବିହାରରେ ସାମାଜିକ ନ୍ୟାୟ ଭିତ୍ତିକ ରାଜନୀତି, ବିକାଶର ଧାରା ବଜାୟ ରଖିବା ତଥା ନୂଆ ପିଢୀକୁ ମୁଖ୍ୟ ସ୍ରୋତକୁ ଆଣିବା ପାଇଁ ସଂକଳ୍ପ ଭଳି କିଛି ସଙ୍କେତ ରଖି ତେଜସ୍ବୀ ଯାଦବ ଏବେ ଜବରଦସ୍ତ ପରିଶ୍ରମ କରୁଛନ୍ତି। ଲାଲୁଙ୍କ ରାଜନୀତିର ମୂଳ ଆଦର୍ଶ ସହିତ ଆଦୌ ବୁଝାମଣା ନ କରି ସାମାଜିକ ସମନ୍ବୟର ପୁନଃ ପ୍ରତିଷ୍ଠା ଦିଗରେ ତାଙ୍କର ଅଭିଯାନ ଏବେ ବିଜେପିକୁ ସେଠାରେ ଚିନ୍ତାରେ ପକାଇଛି। ପାଶଵାନଙ୍କ ପୁଅ ଚିରାଗ ବାପାଙ୍କ ରାସ୍ତାରୁ ବିଚ୍ୟୁତ ହୋଇ ନୀତିଗତ ରାଜନୀତିରେ ଗୋଟିଏ ନୂତନ ଉଚ୍ଚତାରେ ପହଞ୍ଚିବାକୁ ସଂଗ୍ରାମ ଚଳାଇଛନ୍ତି।

Leave A Reply

Your email address will not be published.