ଭୁବନେଶ୍ଵର: ଓଡ଼ିଶା ରାଜନୀତିରେ ଏକ ବଡ ଘଟଣା ସାମ୍ନାକୁ ଆସିଛି। ବିଜୁ ଜନତା ଦଳ (BJD)ର ରାଜ୍ୟସଭା ସଂସଦୀୟ ଦଳ ନେତା ଡ଼. ସସ୍ମିତ ପାତ୍ର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସେ ନିଜର ଇସ୍ତଫାପତ୍ର ଦଳର ସଭାପତି ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପଠାଇଥିବା ସୂଚନା ମିଳିଛି। ଏହି ଇସ୍ତଫାର ସ୍ପଷ୍ଟ କାରଣ ଏପର୍ଯ୍ୟନ୍ତ ସାମ୍ନାକୁ ଆସିନଥିବା ସତ୍ତ୍ୱେ, ରାଜନୈତିକ ମହଳରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଦଳ ଭିତରେ କୌଣସି ଆଭ୍ୟନ୍ତରୀଣ ପରିସ୍ଥିତି କିମ୍ବା ରଣନୀତିଗତ ପରିବର୍ତ୍ତନ ଏହାର ପଛରେ ଥାଇପାରେ ବୋଲି ଅନୁମାନ କରାଯାଉଛି।
ଡ଼. ପାତ୍ର ରାଜ୍ୟସଭାରେ ବିଜେଡିର ଏକ ସକ୍ରିୟ ଓ ପ୍ରଭାବଶାଳୀ ନେତା ଭାବେ ପରିଚିତ ଥିଲେ। ସେ ଦିଲ୍ଲୀରେ ଓଡ଼ିଶାର ବିଭିନ୍ନ ମୁଦ୍ଦା ଉଠାଇ ଦଳର ସ୍ଥାନକୁ ଶକ୍ତିଶାଳୀ କରିଥିଲେ। ଏବେ ତାଙ୍କ ଇସ୍ତଫା ପରେ ରାଜ୍ୟସଭାରେ ବିଜେଡିର ନୂତନ ସଂସଦୀୟ ଦଳ ନେତା କିଏ ହେବେ, ସେନେଇ ଆଲୋଚନା ଆରମ୍ଭ ହୋଇଛି। ଆଗାମୀ ଦିନରେ ଦଳ କେମିତି ପଦକ୍ଷେପ ନେବ, ତାହା ଉପରେ ସମସ୍ତଙ୍କ ନଜର ରହିଛି।
ପ୍ରମୁଖ ଖବର
ସାମୁଦ୍ରିକ ଭିତ୍ତିଭୂମି ବିକାଶର ନୂଆ ରୋଡମ୍ୟାପ୍ ଦେଲେ ମୁଖ୍ୟମନ୍ତ୍ରୀ
ଆଗାମୀ କିଛି ବର୍ଷରେ ଦେଶର ଅଗ୍ରଣୀ ଔଦ୍ୟୋଗିକ ହବ୍ ପାଲଟିବ ପାରାଦୀପ
ବିଶ୍ୱ ଦରବାରରେ ଓଡ଼ିଆ ଅସ୍ମିତାକୁ ସୁଦୃଢ଼ କରୁଛି ବୋଇତ ବନ୍ଦାଣ ପରମ୍ପରା
ପୀତବାସ ପଣ୍ଡାଙ୍କ ସାନଭାଇ ପୂର୍ଣ୍ଣଚନ୍ଦ୍ରଙ୍କ ପରଲୋକ
ପୂର୍ବ ଏସିଆର ଗେଟ୍-ୱେ ଭାବେ ଓଡ଼ିଶାର ପରିଚୟ ସୁଦୃଢ଼ ହେଉଛି
ପାନୀୟ ଜଳର ମାନ ନେଇ ବିସଲେରି ଅଡୁଆରେ, FSSAI ନେଲା କାର୍ଯ୍ୟାନୁଷ୍ଠାନ
ଆୟୁଷ୍ମାନ ଯୋଜନାରେ ଅଢ଼େଇ ବର୍ଷରେ ୨୫ ଲକ୍ଷରୁ ଅଧିକ ରୋଗୀଙ୍କୁ ଚିକିତ୍ସା
ଏସିଆରେ ତୃତୀୟ ସ୍ଥାନରେ ଭାରତ, ମୋଦିଙ୍କୁ ନେଇ ରିପୋର୍ଟରେ ଉଲ୍ଲେଖ