ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ବ୍ରେନ୍ ଷ୍ଟ୍ରୋକ୍

0

ବିଶ୍ବର ଦ୍ବିତୀୟ ବୃହତ୍ ମୃତ୍ୟୁ ଶାରିରୀକ ଅକ୍ଷମତାର କାରଣ ହେଉଛି ବ୍ରେନ୍ ଷ୍ଟ୍ରୋକ୍। ଓଡିଶାରେ ଷ୍ଟ୍ରୋକ୍ ରୋଗୀ ସଂଖ୍ୟା ସାରା ଭାରତରେ ଦ୍ବିତୀୟ। ଏହି ଷ୍ଟ୍ରୋକ୍ ଯେତେ ମାରାତ୍ମକ ହେଲେ ସୁଦ୍ଧା ଠିକ୍ ସମୟରେ ଏହାର ଉପଚାର କଲେ ଏଥିରୁ ଅନେକ ମାତ୍ରାରେ ଉପଶମ ହୋଇଥାଏ। ତେଣୁ ଏହି ଷ୍ଟ୍ରୋକ୍ ବିଷୟରେ ଆମେ ଜାଣିବା ଜରୁରୀ। କାରଣ ଆମେ ଷ୍ଟ୍ରୋକ୍ ହେବା ମାତ୍ରେ ରୋଗୀକୁ ଚିକିତ୍ସା କରାଯାଇପାରିବା ସହ ତାର ଶାରିରୀକ ଅକ୍ଷମତା ଅନେକାଂଶରେ ଦୂର କରିପାରିବା।

ଷ୍ଟ୍ରୋକ୍ ପ୍ରାୟତଃ ଦୁଇ ପ୍ରକାର । ୮୦ ରୁ ୮୫ ଭାଗ ଲୋକଙ୍କର ମସ୍ତିଷ୍କରେ ରକ୍ତ ପ୍ରବବାହ ବନ୍ଦ ହୋଇଥାଏ,ଯାହାକୁ ଇସ୍କେମିକ୍ ଷ୍ଟ୍ରୋକ୍ କୁହାଯାଏ। ୧୫ ଭାଗ ଲୋକଙ୍କର ମସ୍ତିସ୍କରେ ରକ୍ତସ୍ରାବ ହୋଇଥାଏ,ଯାହାକୁ ହେମୋରେଜିଜ୍ ଷ୍ଟ୍ରୋକ୍ କୁହାଯାଏ।

ଷ୍ଟ୍ରୋକ୍ ର ମୁଖ୍ୟ କାରଣ

୧.ଡାଇବେଟିସ୍

୨.ଉଚ୍ଚ ରକ୍ତଚାପ

୩.ମେଦବହୁଳତା

୪.ଉଚ୍ଚ କୋଲେଷ୍ଟ୍ରୋଲ

୫.ଧୂମପାନ ଓ ମଦ୍ୟପାନ

ଷ୍ଟ୍ରୋକ୍ ର ଲକ୍ଷଣ ଗୁଡିକ କ’ଣ ?

୧.ହଠାତ୍ ହାତ ଗୋଡ ଅଚଳ ବା ଦୁର୍ବଳ ହୋଇଯିବା

୨.ହଠାତ୍ ଦୃଷ୍ଟି ଶକ୍ତି ଓ ବାକ୍ ଶକ୍ତି କମିଯିବା

୩.ହଠାତ୍ କିଛି ନବୁଝିପାରିବା ଓ ଅଜ୍ଞାନ ହୋଇଯିବା

୪.ହଠାତ୍ ମୁଣ୍ଡ ବ୍ୟଥା ହୋଇ ବେହୋସ୍ ହେବା

ଷ୍କ୍ରୋକ୍ ରଉପଚାର : ଥରେ ଷ୍କ୍ରୋକ୍ ହୋଇଗଲେ ଏହାର ଉପଚାର ଜଟିଳ ହେଲେ ମଧ୍ୟ କରାଯାଇପାରେ। ମାତ୍ର ଏଥିପାଇଁ ରୋଗୀକୁ ଯେତେ ଶୀଘ୍ର ଔଷଧ ଯୋଗାଇ ଦେଲେ ଷ୍କ୍ରୋକ୍ ରୁ ତୁରନ୍ତ ଉପଶମ ମିଳିଥାଏ,କାରଣ ବର୍ତ୍ତମାନ ରକ୍ତ ଜମାଟକୁ ପତଳା କରିବା ପାଇଁ ଔଷଧ ମିଳୁଅଛି ଯାହାକି କେବଳ ପ୍ରଥମ ୩ରୁ ୪ ଘଣ୍ଟା ଭିତରେ ଦିଆଗଲେ ଷ୍ଟ୍ରୋକ୍ ରୁ ଉପଶମ ମିଳିଥାଏ।

ଷ୍ଟ୍ରୋକ୍ ନିରାକରଣର ଉପାୟ

୧.ଧୂମପାନ ଓ ମଦ୍ୟପାନ ସମ୍ପୂର୍ଣ୍ଣ ବନ୍ଦ କରନ୍ତୁ

୨.ଡାଇବେଟିସ୍ ଓ ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣରେ ରଖନ୍ତୁ

୩.ନିୟମିତ ବ୍ୟାୟାମ କରନ୍ତୁ

୪.ଚବିଁ,ତେଲ ଓ ଶର୍କରା ଜାତୀୟ ଖାଦ୍ୟଖାଆନ୍ତୁ ନାହିଁ।

ଡାକ୍ତର ଅନ୍ତର୍ଯ୍ୟାମୀ ନନ୍ଦ,ଭୁବନେଶ୍ବର

Leave A Reply

Your email address will not be published.