ପ୍ରମୁଖ ଖବର

ଫାର୍ମା କମ୍ପାନୀ ଫ୍ୟାକ୍ଟ୍ରି ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୩୪କୁ ବୃଦ୍ଧି
ବିଏମସି କମିଶନର ଆକ୍ରମଣ ଘଟଣାରେ ସଫେଇ କର୍ମଚାରୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ
ଶରଧାବାଲି ଅଘଟଣ ପରେ ଆଜି ପୁରୀ ଯିବେ ମୁଖ୍ୟମନ୍ତ୍ରୀ
ଶସ୍ତା ହେଲା ଏଲପିଜି ସିଲିଣ୍ଡର
ମୃତ୍ତିକା ସଂରକ୍ଷଣ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଦୟାନିଧି ବାଗ୍‌ ଗିରଫ
ଅନିର୍ଦ୍ଦିଷ୍ଟ କାଳ ପାଇଁ ଛୁଟିରେ ଗଲେ ୮ ଜିଲ୍ଲାର ଓଏସ ଓ ଓଆରଏସ ଅଫିସର
ବାଣ ତିଆରି କାରଖାନାରେ ବିସ୍ଫୋରଣ; ୫ ମୃତ
୨ ଦିନିଆ ଓଡିଶା ଗସ୍ତରେ ଆସିବେ ରାଷ୍ଟ୍ରପତି
ବିଶ୍ୱ ପୋଲିସ ଏବଂ ଅଗ୍ନିଶମ କ୍ରୀଡାରେ ବାଜିମାରିଲେ ଓଡ଼ିଶା ପୋଲିସ କନଷ୍ଟେବଳ

ପୂଜା ପରେ ଟିକା ଟ୍ରକ୍ ବାହାରିଲା

0

ନୂଆଦିଲ୍ଲୀ: କରୋନା ବିରୋଧରେ ଦେଶରେ ଚାଲିଥିବା ଲଢେଇ ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚିଛି।ଟିକାକରଣ ଆରମ୍ଭ ହେବାର ୪ ଦିନ ପୂର୍ବରୁ ଆଜି ଦେଶର ପ୍ରମୁଖ ସହରକୁ କୋଭିସିଲ୍ଡ ଟିକା ପଠାଯାଇଥିବା ଜଣାପଡ଼ିଛି। ଏହି ଟିକା ନେଇ ଏକ ସ୍ପାଇସ୍ ଜେଟ୍ ବିମାନ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆରୁ ବାହାରିଛି। ତାପମାତ୍ରା ନିୟନ୍ତ୍ରିତ ଟ୍ରକ୍ ଦ୍ବାରା ଆଜି ଭୋର ୫ଟାରୁ ଏହି ଟିକା ବିମାନବନ୍ଦରକୁ ଆସିଥିଲା। ତା ପରେ ଟିକା ବିମାନର ଉଡ଼ାଣ ଆରମ୍ଭ ହୋଇଥିଲା।

କୌତୂହଳର କଥା ହେଉଛି, ଟିକା ଟ୍ରକ୍ ବାହାରିବା ପୂର୍ବରୁ ଏକ ସ୍ବତନ୍ତ୍ର ପୂଜାର ଆୟୋଜନ ହୋଇଥିଲା।

ଆଜି ଦେଶର ମୋଟ ୧୨ଟି ସ୍ଥାନକୁ ଏହି ଟିକା ପଠାଯାଉଛି। ଏହି ସହରଗୁଡିକ ମଧ୍ୟରେ ଭୁବନେଶ୍ବର ବି ରହିଛି। ଆଜି ଭୁବନେଶ୍ବରରେ ଅପରାହ୍ନରେ ଟିକା ପହଞ୍ଚିବ। ଏହା ପୂର୍ବରୁ ବରିଷ୍ଠ ଅଧିକାରୀମାନେ ମଧ୍ୟାହ୍ନରେ ସମୀକ୍ଷା କରିବେ ଓ କେଉଁଭଳି ଭାବେ ରାଜ୍ୟର ବିଭିନ୍ନ ସହରକୁ ଏହି ଟିକା ପଠାଯିବ, ସେ ନେଇ ସୂଚନା ଦେବେ।

ଭୁବନେଶ୍ବର ବ୍ୟତୀତ ଅହମ୍ମଦାବାଦ, ଚେନ୍ନାଇ, କୋଲକାତା, ବେଙ୍ଗୁଲୁର, କର୍ଣ୍ଣଲ, ହାଇଦ୍ରାବାଦ, ବିଜୟଓ୍ବାଡା, ଗୌହାଟି, ଲକ୍ଷ୍ନୌ, ଚଣ୍ଡୀଗଡ ପ୍ରମୁଖ ସହରକୁ ଟିକା ପଠାଯାଇଥିବା ସୂଚନା ମିଳିଛି।

ଗତକାଲି ପ୍ରଧାନମନ୍ତ୍ରୀ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ଟିକାକରଣ ବାବଦରେ ଆଲୋଚନା କରିଥିଲେ। ଜାନୁଆରି ୧୬ ରୁ ଦେଶବ୍ୟାପି ଟିକାକରଣ ଅଭିଯାନ ଆରମ୍ଭ ହେବ। ପ୍ରଥମ ପର୍ଯ୍ୟାୟରେ ତିନି କୋଟି କୋଭିଡ୍ ଯୋଦ୍ଧାଙ୍କୁ ଟିକା ଦେବାକୁ ନିଷ୍ପତ୍ତି ହୋଇଛି। ପ୍ରଥମ ଡୋଜ ଦିଆଯିବାର ୨୮ ଦିନ ପରେ ଦ୍ବିତୀୟ ଡୋଜ ଦିଆଯିବ।

Leave A Reply

Your email address will not be published.