ପ୍ରମୁଖ ଖବର

ପୁତୁରାଙ୍କୁ ପୁଣି ବିଦା କଲେ ମାୟାବତୀ, ଦଳର ଜାତୀୟ ସଂଯୋଜକ ପଦବିରୁ ବିଦା ହେଲେ ଆକାଶ ଆନନ୍ଦ
ରୋହିତ ଶର୍ମାଙ୍କୁ ‘ମୋଟା’ କହି ଫସିଲେ କଂଗ୍ରେସ ନେତ୍ରୀ ଶମା ମହମ୍ମଦ
ଜଙ୍ଘରେ ଜଗନ୍ନାଥଙ୍କ ଟାଟୁ କରି କ୍ଷମା ମାଗିଲେ ବିଦେଶିନୀ ଓ ଷ୍ଟୁଡିଓ ମାଲିକ
ଗିରଫ ହେଲେ ଆଇଆଇଟି ବାବା ଅଭୟ ସିଂ,ପାଖରୁ ମିଳିଲା ଗଞ୍ଜେଇ
ମୁଖ୍ୟମନ୍ତ୍ରୀଙ୍କ ନୂଆ ଓଏସଡି ହେଲେ କୌଶିକ ପଟ୍ଟନାୟକ
ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସ୍କୁଲ, କଲେଜ ପାଇଁ ଆସିବ ଗାଇଡ୍‌ଲାଇନ
ହାଇଓ୍ୱେ କଡରେ ରହିବନି ମଦ ଦୋକାନ । ଇ-ରିକ୍ସା ଡ୍ରାଇଭରଙ୍କ ଯାଞ୍ଚ ଜରୁରୀ । ଯୋଗୀ ଜାରି କଲେ ନୂଆ ଆଦେଶ
ଅନାସ୍ଥାଭୋଟରେ ପଦ ହରାଇଲେ ଝାରସୁଗୁଡ଼ା ବ୍ରଜରାଜନଗର ପୌରାଧ୍ୟକ୍ଷା
ଅଙ୍ଗନବାଡ଼ି କେନ୍ଦ୍ର ପାଇଁ ଦିଆଯାଉଥିବା ଅଣ୍ଡା ଦାମ ୫ ଟଙ୍କାରୁ ୭ ଟଙ୍କାକୁ ବୃଦ୍ଧି ହୋଇଛି

କେତେ ଭୀଷଣ ବେଗରେ ଆସୁଛି ବାତ୍ୟା, ଜାଣନ୍ତୁ

0

ଭୁବନେଶ୍ବର: ଉତ୍ତର ଆଣ୍ଡାମାନ ସାଗର ଏବଂ ସଂଲଗ୍ନ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ୨୨ ତାରିଖ ବେଳକୁ ଲଘୁଚାପ ସୃଷ୍ଟି ହେବ। ଏହା ଘନୀଭୂତ ହୋଇ ବାତ୍ୟାରେ ପରିଣତ ହେବ। ୨୬ ତାରିଖ ସନ୍ଧ୍ୟାରେ ଏହା ପଶ୍ଚିମବଙ୍ଗ-ଉତ୍ତର ଓଡିଶା ଉପକୂଳରେ ପହଞ୍ଚିପାରେ।

ଆଜି ଭାରତର ପାଣିପାଗ ବିଜ୍ଞାନ କେନ୍ଦ୍ରର ମହାନିର୍ଦେଶକ ଡ. ମୃତ୍ୟୁଞ୍ଜୟ ମହାପାତ୍ର ଏହି ସୂଚନା ଦେଇଛନ୍ତି। ୨୨ ତାରିଖରେ ଏ ସଂପର୍କରେ ସମ୍ପୂର୍ଣ୍ଣ ଚିତ୍ର ମିଳିପାରିବ। ମଙ୍ଗଳବାର ଆର୍‌ଏନ୍‌ଏ ଯେଉଁ ପୂର୍ବାନୁମାନ କରିଥିଲା, ଆଜି ଆଇଏମ୍‌ଡିର ମତ ପରେ ଏହା ସ୍ପଷ୍ଟ ହୋଇଯାଇଛି।

ପାଣିପାଗ ବିଜ୍ଞାନୀ ମାନଙ୍କ ମତରେ, ସମ୍ଭାବ୍ୟ ବାତ୍ୟା ‘ୟସ୍’ ୨୫ ତାରିଖରେ ଭୀଷଣ ରୂପ ନେବ, ହେଲେ ଉପକୂଳ ଠାରୁ ଅଳ୍ପ ଦୂରରେ ସେ ସମୟରେ ତାର ଅବସ୍ଥିତି ଥିବ, ଏଣୁ ଏହା ଆହୁରି ଅଧିକ ଘନୀଭୂତ ହେବାର ସୁଯୋଗ ନଥିବ। ଭୀଷଣ ବାତ୍ୟା ଅବସ୍ଥାରେ ଏହା ସ୍ଥଳଭାଗ ଛୁଇଁବା ସମ୍ଭାବନା ଅଧିକ। ସେବେ ପବନର ବେଗ ସର୍ବାଧିକ ୧୨୦ କିଲୋମିଟର ବେଗରେ ପବନ ଛୁଇଁପାରେ। ହେଲେ ବର୍ଷାର ପରିମାଣ ଉପକୂଳ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ହୋଇପାରେ।

ମଙ୍ଗଳବାର ଠାରୁ ବିଶିଷ୍ଟ ପାଣିପାଗ ବିଜ୍ଞାନୀ ଡ. ସୁରେନ୍ଦ୍ର ନାଥ ପଶୁପାଳକ କହିସାରିଛନ୍ତି, ଏହା ପାରାଦୀପ ଠାରୁ ଦୀଘା ମଧ୍ୟରେ ଅତିକ୍ରମ କରିବ। ଅର୍ଥାତ୍ ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ବର ଓ ମୟୂରଭଂଜ ଆଦି ଜିଲ୍ଲାରେ ବଡ଼ ପ୍ରଭାବ ଅନୁଭୂତ। ବାଲେଶ୍ବର ଉପକୂଳ ସବୁଠାରୁ ଅଧିକ କ୍ଷତି ଘଟାଇବା ସମ୍ଭାବନାକୁ ଏଡ଼ାଇ ଦେଇ ହେବ ନାହିଁ। ଅନ୍ୟ ଉପକୂଳ ଜିଲ୍ଲାମାନଙ୍କରେ ବର୍ଷା ମଧ୍ୟ ଅଧିକ ହେବ।

ଆଜି ଭାରତର ପାଣିପାଗ ବିଜ୍ଞାନ କେନ୍ଦ୍ର ଗଭୀର ସମୁଦ୍ରରେ ଥିବା ମତ୍ସ୍ୟଜୀବୀମାନଙ୍କୁ ୨୩ ତାରିଖ ସୁଦ୍ଧା ଉପକୂଳକୁ ଫେରିବାକୁ ନିର୍ଦେଶ ଦିଆଯାଇଛି।

Leave A Reply

Your email address will not be published.