ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ୟୁଏଇ ଗସ୍ତର ପ୍ରଥମ ଦିନରେ ଓଡ଼ିଶାରେ ନିବେଶ ଓ ବାଣିଜ୍ୟିକ ସହଯୋଗ ବୃଦ୍ଧି ନେଇ ଏକାଧିକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା
ଭୋଟର ତାଲିକାରେ ନାମର ବନାନ ତ୍ରୁଟି; ଭାରତ ରତ୍ନ ବୈଜ୍ଞାନିକ ସିଏନଆର ରାଓଙ୍କୁ ନୋଟିସ୍‌
ଫାୟାର ସେଫ୍ଟି ନିୟମ ଭାଙ୍ଗିଲେ ବନ୍ଦ ହେବ କୋଚିଂ ସେଣ୍ଟର; ସେପ୍ଟେମ୍ବର ୧୫ରୁ ସ୍ୱତନ୍ତ୍ର ଯାଞ୍ଚ
ଇରାନ-ଆମେରିକା ମୁହାଁମୁହିଁ; ଖାର୍ଗ ଦ୍ୱୀପ ନିକଟରେ ୫ ତୈଳ ଟ୍ୟାଙ୍କର ଧ୍ୱଂସ
୧୧ରେ ମୋଦୀ-ପୁଟିନ୍‌ ଦ୍ୱିପାକ୍ଷିକ ଆଲୋଚନା
୭ଟି ହାଇ-ଡେନ୍ସିଟି ରେଳ କରିଡୋରକୁ ଫୋର୍‌-ଲେନ୍‌ କରିବାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର, ୩ ଦିନ ଯାଏଁ ବର୍ଷା ସମ୍ଭାବନା
ସମ୍ ରେ ପଂଚମ ମଲ୍‌ଟିପଲ୍ କ୍ୟାଡାଭେରିକ୍ ଅର୍ଗାନ୍ ରିଟ୍ରିଭାଲ୍‌

ରଥଖଳାରେ ପହଞ୍ଚିନି ସଂକ୍ରମଣ, ଅସନ୍ତୋଷ ଝାଡ଼ିଲେ ମୁଖ୍ୟ ପ୍ରଶାସକ

0
  • ରଥ ନିର୍ମାଣକୁ ଆସିବା ପୂର୍ବରୁ ହେଉଛି କୋଭିଡ୍ ପରୀକ୍ଷା, ସେଇଠୁ ବାହାରିଲେ ୮ ପଜିଟିଭ୍
  • ସମସ୍ତଙ୍କ ପାଇଁ ନିଷିଦ୍ଧ ହେଲା ରଥଖଳା, କେବଳ ଦାୟିତ୍ବରେ ଥିବା ବ୍ୟକ୍ତି ଯାଇପାରିବେ
  • ରଥ ନିର୍ମାଣର ଅଗ୍ରଗତି ନେଇ ସନ୍ତୁଷ୍ଟ, ନିୟମିତ ଜିଲ୍ଲାପାଳ କରିବେ ସ୍ଥିତି ସମୀକ୍ଷା

ପୁରୀ: କୋଭିଡ୍ ସଂକ୍ରମଣ ବୃଦ୍ଧି ପରିପ୍ରେକ୍ଷୀରେ ଏଥର ରଥ ନିର୍ମାଣ ସବୁଠାରୁ ଚ୍ୟାଲେଞ୍ଜର ବିଷୟ। ଯେଉଁମାନେ ରଥ ନିର୍ମାଣ କରୁଛନ୍ତି, ସେମାନେ ଆସିବା ପୂର୍ବରୁ ପ୍ରଥମେ ଆର୍‌ଟିପିସିଆର୍ ପରୀକ୍ଷା କରାଯାଉଛି ଓ ସେବକମାନଙ୍କୁ ଗୁଣ୍ଡିଚା ମନ୍ଦିର ସଂଲଗ୍ନ ଭକ୍ତନିବାସ ରଖାଯାଉଛି। ରିପୋର୍ଟ ନେଗେଟିଭ୍ ଆସିଲେ, ସେମାନେ ରଥଖଳାକୁ ଆସୁଛନ୍ତି। ଏଯାଏ ରଥନିର୍ମାଣ ସ୍ଥଳୀରେ କାହାଠାରୁ କୋଭିଡ୍ ଚିହ୍ନଟ ହୋଇନାହିଁ।

ଆଜି ପୁରୀରେ ରଥ ନିର୍ମାଣ ସ୍ଥିତି ସମୀକ୍ଷା କରି ଏଭଳି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ୍ କୁମାର। ସେ କହିଛନ୍ତି, ଏବେଠାରୁ ରଥନିର୍ମାଣ ଅଞ୍ଚଳକୁ ପୂରା ନିଷିଦ୍ଧ କରାଯାଇଛି। ଜିଲ୍ଲାପାଳ ତାର ତଦାରଖ କରିବେ। ଯେଉଁମାନଙ୍କର ନିହାତି କାମ ନାହିଁ, ସେମାନେ ସେ ଅଞ୍ଚଳକୁ ଯାଇପାରିବେ ନାହିଁ। ସେହିଭଳି ଗଣମାଧ୍ୟମ ରଥ ସଂପର୍କିତ ଖବର ଲେଖିବା ବେଳେ ଅତ୍ୟନ୍ତ ସତର୍କତା ଅବଲମ୍ବନ କରିବା ଲାଗି ମୁଖ୍ୟପ୍ରଶାସକ ନିବେଦନ କରିଛନ୍ତି। କେବଳ ସେତିକି ନୁହେଁ, ଏଥିସହିତ ରଥ ନିର୍ମାଣ ବେଳେ କୋଭିଡ୍ ପଜିଟିଭ୍ ସଂପର୍କରେ ଯେଭଳି ଖବର ପ୍ରକାଶ ପାଉଛି ସେ ନେଇ ଡ. କ୍ରିଷନ୍ କୁମାର ଅସନ୍ତୋଷ ଝାଡ଼ିଛନ୍ତି।

ଆଜିଠାରୁ ଜିଲ୍ଲାପାଳ ରଥ ନିର୍ମାଣ ଅଗ୍ରଗତି ସଂପର୍କରେ ଗଣମାଧ୍ୟମକୁ ସୂଚନା ଦେବେ। ଏହା ସହିତ ନିର୍ମାଣରେ ସାମିଲ ଥିବା ସବୁ ସେବକଙ୍କୁ ଏନ୍-୯୫ ମାସ୍କ, ସାନିଟାଇଜର ଅଧିକ ପରିମାଣରେ ଯୋଗାଇ ଦିଆଯିବ। ରଥନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି। ୪୨ଟିରୁ ୪୦ଟି ତୁମ୍ବ ନିର୍ମାଣ ଲାଗି ସମସ୍ତ କାଠ ଯୋଗାଇ ଦିଆଯାଇଛି ଓ ଏ କାର୍ଯ୍ୟ ତ୍ବରାନ୍ବିତ ହୋଇଛି। ସେବାରେ ନିୟୋଜିତ ପୂର୍ବରୁ ମୋଟ ୮ ଜଣଙ୍କ ଠାରେ କୋଭିଡ୍ ଚିହ୍ନଟ କରାଯିବା କାରଣରୁ ସେମାନଙ୍କୁ ସଙ୍ଗରୋଧରେ ରଖାଯାଇଛି ବୋଲି ଡ. କ୍ରିଷନ୍ କୁମାର ଏହି ଅବସରରେ ସୂଚନା ଦେଇଛନ୍ତି।

Leave A Reply

Your email address will not be published.