ପ୍ରମୁଖ ଖବର

କଂଗ୍ରେସ ନିଜ ବିଫଳତା ପାଇଁ ଦେଶକୁ ବଦନାମ କରୁଛି : ମୋଦୀ
ସଡ଼କ ଦୁର୍ଘଟଣାରେ ଓଡ଼ିଶାର ଦୁଇ ପ୍ରତିଭାବାନ ଯୁବ ଆଥଲେଟ୍‌ଙ୍କ ମୃତ୍ୟୁ
ଡ୍ରାଇଭିଂ ଲାଇସେନ୍ସ ପାଇଁ ୭୫% ନମ୍ବର ବାଧ୍ୟତାମୂଳକ କରିବାକୁ ପ୍ରସ୍ତାବ
ସାଉଦି ଏୟାରପୋର୍ଟରେ ମିସାଇଲ ମାଡ଼, ଜଣେ ଭାରତୀୟଙ୍କ ସମେତ ୨ ମୃତ
ଛତିଶଗଡ଼ରେ ଭୟଙ୍କର ବସ୍‌ ଦୁର୍ଘଟଣା, ୬ ମୃତ; ୩୦ରୁ ଅଧିକ ଆହତ
ଏସିଆନ୍ ପାରା ଗେମ୍ସରେ ଚମକିଲେ ଓଡ଼ିଆ ଝିଅ ଜୟନ୍ତୀ, ଜିତିଲେ ରୌପ୍ୟ
ଏବେ ଟ୍ରେନ୍‌ରେ ବସି ଅର୍ଡର କରିପାରିବେ ଆବଶ୍ୟକ ସାମଗ୍ରୀ, ବ୍ଲିଙ୍କିଟ୍‌ ସହ ରେଳବାଇର ସହଭାଗିତା
ଉତ୍ତରପ୍ରଦେଶରେ ଭାଜପାକୁ ଝଟ୍‌କା, ଦଳ ଛାଡ଼ିଲେ ପୂର୍ବତନ ବିଧାୟକ

ଆରମ୍ଭ ହେଲା ବାତ୍ୟା ପାଇଁ ବଡ଼ ପ୍ରସ୍ତୁତି

0

ଭୁବନେଶ୍ବର: ବଙ୍ଗୋପସାଗରରେ ୨୨ ତାରିଖରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ୨୪ ତାରିଖରେ ବାତ୍ୟା ରୂପ ନେଇପାରେ। ଏହା ୨୫ ତାରିଖ ପୂର୍ବାହ୍ନରେ ଉତ୍ତର ବଙ୍ଗୋପସାଗରରେ ପହଞ୍ଚିବ। ତେବେ ଏହା କେଉଁଠି ସ୍ଥଳଭାଗକୁ ଛୁଇଁବ, ତାହା ସ୍ପଷ୍ଟ ହୋଇନାହିଁ। ଏପଟେ ଆଜି ଆଇଏମ୍‌ଡି ସହିତ ପ୍ରାରମ୍ଭିକ ଆଲୋଚନା ପରେ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ସ୍ବତନ୍ତ୍ର ରିଲିଫ୍ କମିସନର ପ୍ରଦୀପ କୁମାର ଜେନା ସବୁ ସଚିବ, ଜିଲ୍ଲାପାଳ ପ୍ରମୁଖଙ୍କ ସହିତ ଆଲୋଚନା କରି ସ୍ଥିତି ସମୀକ୍ଷା କରିଛନ୍ତି।

ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ପୂର୍ବାନୁମାନ କରି କହିଛନ୍ତି ଯେ ୨୧ ତାରିଖରୁ ୨୪ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଭୀଷଣ ଅଶାନ୍ତ ରହିବ। ଏଣୁ ଏହି ସମୟରେ ସମୁଦ୍ର ଭିତରକୁ ମତ୍ସ୍ୟଜୀବୀମାନେ ଯିବେ ନାହିଁ। ସେପଟେ ଓ୍ବାର୍ଣ୍ଣିଂ ସିଷ୍ଟମର ମୁଖ୍ୟ ଏ କେ ଜେନାମଣି କହିଛନ୍ତି, ବାତ୍ୟାର ତୀବ୍ରତା ସଂପର୍କରେ ୨୨ ତାରିଖରେ ଓ କେଉଁଠି ସ୍ଥଳଭାଗ ଛୁଇଁବ ସେ ନେଇ ୨୩ ତାରିଖରେ ଜଣାପଡ଼ିବ। ତେବେ ୨୫ ତାରିଖରେ ବର୍ଷା ଆରମ୍ଭ ହେବ ଓ ସ୍ବାଭାବିକ ଭାବେ ଉତ୍ତର ଓଡ଼ିଶାରେ ଏହାର ପରିମାଣ ଟିକେ ଅଧିକ ରହିବ।

Leave A Reply

Your email address will not be published.