ପ୍ରମୁଖ ଖବର

୭୫ ବର୍ଷରେ ଭେଟେରାନ ଅଭିନେତା ନାନା ପାଟେକରଙ୍କ ପରଲୋକ
ସାଉଦିର ଦୁଇ ବିମାନବନ୍ଦରରେ ହୁତି ଆକ୍ରମଣ, ୩ ମୃତ; ୩୬ ଆହତ
ଏଆଇ ନିୟନ୍ତ୍ରଣ ପାଇଁ ମାସକରେ ଆସିବ ପରାମର୍ଶପତ୍ର
କ୍ୟାନସର ଔଷଧ ଦାମରେ ବଡ଼ ହ୍ରାସ, ୩୦%ରେ ଅଟକିବ ଟ୍ରେଡ୍‌ ମାର୍ଜିନ୍‌
ପାଟନାରେ ତେଜସ୍ୱୀଙ୍କ ସମେତ ୩ ନେତା ଅଟକ
ତିର୍ତ୍ତୋଲରେ ବାଣ ବିସ୍ଫୋରଣ: ବାପ-ପୁଅ ମୃତ, ଶିକ୍ଷକ ଗୁରୁତର
ସାହିତ୍ୟରେ ନୋବେଲ ପାଇଁ ଆନ୍ନେ କାରସନ ମନୋନୀତ
ଜିଏସ୍‌ଟି ନିୟମରେ ବଡ଼ ପରିବର୍ତ୍ତନ, ଛୋଟ ବ୍ୟବସାୟୀଙ୍କୁ ମିଳିବ ଆଶ୍ୱସ୍ତି

ଭାରତ ଓ ଚୀନ ସେନା ମୁହାଁମୁହିଁ

0

ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶରେ ଭାରତ ଓ ଚୀନ ସେନା ମଧ୍ୟରେ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଛି। ଲେହରେ ଦୀଘଦିନ ଧରି ଚାଲିଆସୁଥିବା ବିବାଦ ମଧ୍ୟରେ ଏବେ ଅରୁଣାଚଳ ପ୍ରଦେଶରୁ ଦୁଇ ସେନା ମୁହାଁମୁହିଁ ହୋଇଥିବା ଖବର ଆସିଛି। ପାଟ୍ରୋଲିଂ ସମୟରେ ଭାରତ ଓ ଚୀନ ସେନା ମୁହାଁମୁହିଁ ହୋଇଥିଲେ। ତେବେ କମାଣ୍ଡର ସ୍ତରୀୟ ଆଲୋଚନା ପରେ ସ୍ଥିତି ନିୟନ୍ତ୍ରଣ ହୋଇଥିଲା।

ସୂଚନା ଅନୁସାରେ, ଅରୁଣାଚଳ ପ୍ରଦେଶର ୟାଙ୍ଗସେ ନିକଟ ତାୱାଙ୍ଗ ସେକ୍ଟରରେ ଗତ ସପ୍ତାହରେ ମୁହାଁମୁହିଁ ହୋଇଥିଲେ ଉଭୟ ସେନା। ଏଲଓସି ନିକଟରେ ପ୍ରାୟ ୨୦୦ ଚୀନ ସୈନିକ ଭାରତୀୟ ସୀମାରେ ପ୍ରବେଶ କରୁଥିବା ବେଳେ ଭାରତର ଯବାନ ତାଙ୍କୁ ଅଟକାଇଦେଇଥିଲେ। ଆଲୋଚନା ପରେ ପଛକୁ ହଟିଥିଲା ଚୀନ।

ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଭାରତ-ଚୀନ ସୀମା ଆନୁଷ୍ଠାନିକ ଭାବେ ଚିହ୍ନଟ ହୋଇନାହିଁ । ଉଭୟ ଦେଶର ସୀମାରେଖା ଧାରଣା ଉପରେ ଆଧାରିତ ଓ ଏଥିରେ ପାର୍ଥକ୍ୟ ରହିଛି। ଉଭୟ ଦେଶ ନିଜ ନିଜ ସୀମା ଅନୁଯାୟୀ ପାଟ୍ରୋଲିଂ କରୁଛନ୍ତି। ପ୍ରୋଟୋକଲ ଅନୁଯାୟୀ ଦୁଇ ଦେଶ ମଧ୍ୟରେ କୌଣସି ମତଭେଦ କିମ୍ବା ବିବାଦ ଶାନ୍ତିପୂର୍ଣ୍ଣ ଭାବେ ସମାଧାନ ହୋଇଥାଏ।

ଉତ୍ତରାଖଣ୍ଡର ବାରାହୋଟିରେ ପ୍ରାୟ ଶହେ ଚୀନ ସେନା ସୀମା ପାର ହୋଇ ଭାରତରେ ପ୍ରବେଶ କରିଥିଲେ। ଅଗଷ୍ଟ ୩୦ରେ ଚୀନ ସେନା ଭାରତୀୟ ସୀମା ଭିତରେ ପ୍ରାୟ ୫ କିଲୋମିଟର ପ୍ରବେଶ କରିବା ପରେ ଫେରିଯାଇଥିଲେ। ଖବର ଅନୁଯାୟୀ , ଚୀନ ସେନା ମାନେ ଭାରତୀୟ ସୀମାରେ ପ୍ରବେଶ କରି ଫେରିବା ସମୟରେ ଏକ ସେତୁକୁ ନଷ୍ଟ କରିଦେଇଥିଲେ। ଅବଶ୍ୟ ପରେ ଏହି ଖବରକୁ ସୁରକ୍ଷା ଏଜେନ୍ସି ଖଣ୍ଡନ କରିଥିଲା।

ଗତ ବର୍ଷ ଏପ୍ରିଲରୁ ହିଁ ପୂର୍ବ ଲଦାଖକୁ ନେଇ ବିବାଦ ଲାଗି ରହିଛି। ଦେଢ ବର୍ଷରୁ ଅଧିକ ସମୟ ହେବ ଦୁଇ ଦେଶ ମଧ୍ୟରେ ବିବାଦ ଲାଗିରହିଥିବା ବେଳେ ସମାଧାନ ପାଇଁ ସାମରିକ ସ୍ତରୀୟ ଆଲୋଚନା ଚାଲିଛି । ସେପଟେ ଚୀନ କ୍ରମାଗତ ଭାବେ ଏଲଏସି ସେପଟେ ନିଜ ସୈନ୍ୟ ସଂଖ୍ୟା ବୃଦ୍ଧି କରିବାରେ ଲାଗିଛି ।

Leave A Reply

Your email address will not be published.