ପ୍ରମୁଖ ଖବର

ଓଡ଼ିଶାରେ ମତଦାତା ଯାଞ୍ଚ ଅଭିଯାନ ଶେଷ ପର୍ଯ୍ୟାୟରେ
ଫ୍ରାନ୍ସରେ ‘ଭାରତ ଇନୋଭେଟ୍ସ ୨୦୨୬’, ବିଶ୍ୱ ମଞ୍ଚରେ ଭାରତୀୟ ଷ୍ଟାର୍ଟଅପ୍
ଡ୍ରୋନ୍‌ରେ ଚିଠି ଓ ପାର୍ସଲ୍ ପରିବହନ: ୨ ଘଣ୍ଟାର କାମ ୭ ମିନିଟ୍‌ରେ
ଝାଡ଼ଖଣ୍ଡର ବନ୍ଦ କୋଇଲା ଖଣିରେ ବିଷାକ୍ତ ଗ୍ୟାସ ଲିକ୍; ୪ ଜଣଙ୍କ ମୃତ୍ୟୁ
ବୁର୍ଲାରେ ଏମସିଏଲ୍ ମହିଳା କର୍ମଚାରୀଙ୍କ ମୃତଦେହ ଉଦ୍ଧାର; ଆତ୍ମହତ୍ୟା ସନ୍ଦେହ
୨୦ରେ ରାଇରଙ୍ଗପୁର ଆସିବେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
ଧୀରଜ ସେଠ୍‌ ହେବେ ପରବର୍ତ୍ତୀ ସ୍ଥଳସେନା ମୁଖ୍ୟ
ଆସାମର ଜୋରହାଟରେ IAF AN-32 ବିମାନ ଦୁର୍ଘଟଣା; ୫ ବାୟୁସେନା କର୍ମଚାରୀଙ୍କ ମୃତ୍ୟୁ
ଜାମିନ୍ ଖାରଜ ପରେ ଜେଲ୍ ଗଲେ ତିଖିରି ସରପଞ୍ଚ ଚାମେଲି ଓଝା
ଓଡ଼ିଆ ଉଚ୍ଚାରଣ ଅନୁଯାୟୀ ବଦଳିବ ୬୪ ସ୍ଥାନର ଇଂରାଜୀ ନାମ; ରାଜ୍ୟ କ୍ୟାବିନେଟ୍‌ର ମଞ୍ଜୁରି

କୋର୍ଟଙ୍କ ନାଲିଆଖି ପରେ ମନ୍ତ୍ରୀ ପୁଅଙ୍କ ଅଡୁଆ ବଢିଲା

0

ଲକ୍ଷ୍ନୌ: ଉତ୍ତରପ୍ରଦେଶ ଲଖିମପୁର ମାମଲାରେ ଆଜି ସୁପ୍ରିମକୋର୍ଟରେ ପୁଣି ଶୁଣାଣି ହେବ। ଆଜି ଷ୍ଟାଟସ ରିପୋର୍ଟ ଦାଖଲ କରିବେ ଯୋଗୀ ସରକାର। ଏହି ରିପୋର୍ଟରେ ମୃତକଙ୍କ ସଂପର୍କରେ ତଥ୍ୟ, ମାମଲାରେ ଏଯାଏ କାହାକୁ ଗିରଫ କରାଯାଇଛି କି ନାହିଁ, ତଦନ୍ତ ପାଇଁ କମିଟି ଗଠନ କରାଯାଇଛି କି ନାହିଁ ସେ ନେଇ ନେଇ ବିସ୍ତୁତ ରିପୋର୍ଟ ଦାଖଲ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ରହିଛି। ପ୍ରଧାନବିଚାରପତି ଏନଭି ରମଣା, ବିଚାରପତି ସୂର୍ଯ୍ୟକାନ୍ତ ଓ ବିଚାରପତି ହିମା କୋହଲିଙ୍କୁ ନେଇ ଗଠିତ ତିନି ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରିବେ।

ସେପଟେ ଗତକାଲି ସୁପ୍ରିମକୋର୍ଟଙ୍କ କଡ଼ା ଆଭିମୁଖ୍ୟ ପରେ ମାମଲାରେ ୨ ଜଣଙ୍କୁ ଗିରଫ କରାଯାଇଛି। ଲବ କୁଶ ଓ ଆଶିଷ ପାଣ୍ଡେଙ୍କୁ ଗିରଫ କରାଯିବା ପରେ ଉଭୟଙ୍କୁ ପଚରାଉଚରା କରାଯାଉଛି। ଏହି ଘଟଣାରେ ଲବ କୁଶ ଓ ଆଶିଷ ପାଣ୍ଡେ ସଂପୃକ୍ତ ଥିଲେ ଏବଂ ଦୁଇ ଜଣ ଆହତ ମଧ୍ୟ ହୋଇଥିଲେ।ସେହିଭଳି କେନ୍ଦ୍ରଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରାଙ୍କୁ ସମନ ପଠାଯାଇଛି। ଦିନ ୧୦ଟା ସୁଦ୍ଧା ହାଜର ପାଇଁ କୁହାଯାଇଛି। ଏପରିକି ପଚରାଉଚରା ପାଇଁ ପ୍ରମାଣ ସହିତ ଆସିବାକୁ କୁହାଯାଇଛି। ଘଟଣା ପରଠୁ ଆଶିଷ ମିଶ୍ରା ଫେରାର ଅଛନ୍ତି। ଏଣୁ ଅଜୟ ମିଶ୍ରାଙ୍କ ଘର ବାହାରେ ଏକ ନୋଟିସ ଲଗାଯାଇଛି।

ରେଞ୍ଜ ଆଇଜି ଲକ୍ଷ୍ମୀ ସିଂହ ଗଣମାଧ୍ୟମକୁ କହିଛନ୍ତି ଯେ, ଘଟଣାରେ ସଂପୃକ୍ତ ୩ ଅଭିଯୁକ୍ତଙ୍କ ସୂଚନା ମିଳିଛି କିନ୍ତୁ ସେମାନଙ୍କ ମୃତ୍ୟୁ ହୋଇସାରିଛି। ଏହା ସହ ଘଟଣା ସ୍ଥଳରୁ ଖୋଖା ଜବତ ହୋଇଛି। ଯାହାର ଫରେନସିକ ଯାଂଚ କରାଯାଉଛି। ଲଖିମପୁର ମାମଲାରେ ସୁପ୍ରିମକୋର୍ଟରେ ଗୁରୁବାର ଗୁରୁତ୍ୱପୂର୍ଣ୍ଣ ଶୁଣାଣି ହୋଇଥିଲା। କୋର୍ଟ ଦିନକ ଭିତରେ ୟୁପି ସରକାରଙ୍କୁ ଷ୍ଟାଟସ ରିପୋର୍ଟ ଦାଖଲ କରିବାକୁ କହିବା ସହ ମୃତ କୃଷକ ଲଭପ୍ରୀତ ସିଂହଙ୍କ ମାଆଙ୍କ ଚିକିତ୍ସା ପାଇଁ ସମସ୍ତ ସହାୟତା ଯୋଗାଇଦେବାକୁ କହିଛନ୍ତି। ପୁଅର ମୃତ୍ୟୁ ଖବର ଶୁଣିବା ପରେ ଲଭପ୍ରୀତଙ୍କ ମାଆ ସେବେଠୁ ଅସୁସ୍ଥ ଅଛନ୍ତି।

ଲଖିମପୁର ହିଂସାକାଣ୍ଡ ମାମଲାରେ ୪ ଜଣ କୃଷକଙ୍କ ସମେତ ୮ ଜଣଙ୍କ ମୃତ୍ୟୁ ହୋଇଥିଲା। ସେମାନଙ୍କ ମଧ୍ୟରେ ୨ ଜଣ ବିଜେପି କର୍ମୀ, ଜଣେ ଡ୍ରାଇଭର ଓ ଜଣେ ସାମ୍ବାଦିକ ଥିଲେ। ମାମଲାରେ କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ମିଶ୍ରାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ଆଶିଷ ମିଶ୍ରା କାର ଚଢେଇ କୃଷକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରାଯାଇଥିଲା। କୋର୍ଟଙ୍କ କଡା ଆଭିମୁଖ୍ୟଙ୍କ ପରେ ଅଜୟ ମିଶ୍ରାଙ୍କ ରାଜନୈତିକ ଭବିଷ୍ୟତ କଣ ହେବ, କେନ୍ଦ୍ର ସରକାର ତାଙ୍କୁ ଅଧିକ ସମୟ ବରଦାସ୍ତ କରିବେ ନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ସହଯୋଗୀ ପଦରୁ ତଡ଼ିଦେବେ, ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି।

Leave A Reply

Your email address will not be published.