ପ୍ରମୁଖ ଖବର

ଖୁବଶୀଘ୍ର ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ନୂଆ ରାସନ କାର୍ଡ
ୟୁନେସ୍କୋ ମେମୋରୀ ଅଫ ଦ ଓ୍ବର୍ଲ୍ଡ ରେଜିଷ୍ଟରରେ ସ୍ଥାନ ପାଇଲା ‘ଭଗବଦ ଗୀତା’ ଓ ‘ନାଟ୍ୟଶାସ୍ତ୍ର’
ମାଲେସିଆ ଗସ୍ତରେ ଯିବେ ଓଡ଼ିଶା ଚାଷୀ
ଛତିଶଗଡ଼ ସୁକମାରେ ୯ ମହିଳା ନକ୍ସଲଙ୍କ ସମେତ ୨୨ ଜଣଙ୍କ ଆତ୍ମସମର୍ପଣ କରିଛନ୍ତି
କ୍ରୀଡ଼ା ବିକାଶ ପାଇଁ ୪ ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ ଓଡ଼ିଶା ସରକାର
ସଂସଦୀୟ ବ୍ୟାପାର ସଚିବ ଭାବେ ନିଯୁକ୍ତ ହେଲେ ଆଇଏଏସ ନିକୁଞ୍ଜ ବିହାରୀ ଧଳ
୩୫ଟି ଔଷଧ ଉପରେ କଟକଣା ଲଗାଇଲେ ସରକାର

କ୍ୟାପଟେନ ଗଢିବେ ନୂଆ ଦଳ

0

ପଞ୍ଜାବ ପୂର୍ବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ ଆଜି ସାମ୍ବାଦିକ ସମ୍ମିଳନୀ କରି ବଡ଼ ଘୋଷଣା କରିଛନ୍ତି । ଅମରିନ୍ଦର କହିଛନ୍ତି ଯେ, ସେ ଏକ ନୂଆ ରାଜନୈତିକ ଦଳ ଗଠନ କରିବାକୁ ଯାଉଛନ୍ତି । ଯାହାର ନାମ ଖୁବ ଶୀଘ୍ର ଘୋଷଣା କରିବେ । ଦଳର ଚିହ୍ନ ମଧ୍ୟ ଖୁବ ଶୀଘ୍ର ସ୍ଥିର ହେବ । ନୂଆ ଦଳ ନେଇ ନିର୍ବାଚନ କମିସନଙ୍କୁ ଅନୁରୋଧ କରାଯାଇଥିବା ଅମରିନ୍ଦର କହିଛନ୍ତି ।

ପ୍ରେସମିଟରେ ଅମରିନ୍ଦର ପ୍ରଥମେ, ନିଜ କାର୍ଯ୍ୟକାଳରେ ହୋଇଥିବା କାର୍ଯ୍ୟ ଗୁଡିକ ବିଷୟରେ ସଚୂନା ଦେଇଥିଲେ । ତେବେ ଏହା ସ୍ପଷ୍ଟ କରିନାହାଁନ୍ତି ଯେ , ୨୦୨୨ ପଞ୍ଜାବ ନିର୍ବାଚନରେ ବିଜେପି କିମ୍ବା ଅନ୍ୟ ଦଳ ସହ ରହିବେ କି ନାହିଁ । ଅମରିନ୍ଦର ସିଂହ ନବଜୋତ ସିଂ ସିଦ୍ଧୁଙ୍କୁ ଘେରିଥିଲେ । ସେ କହିଥିଲେ ଯେ, ସିଦ୍ଧୁ ମୋ ସମର୍ଥକମାନଙ୍କୁ ଧମକାଉଛନ୍ତି । ଯେଉଁଠି ସିଦ୍ଧୁ ଛିଡାହେବେ ସେଠୁ ନିର୍ବାଚନ ଲଢିବୁ ବୋଲି କହିଛନ୍ତି । ସିଦ୍ଧୁ ପ୍ରଦେଶ ଅଧ୍ୟକ୍ଷ ହେବା ପରେ କଂଗ୍ରେସର ଲୋକପ୍ରିୟତା ୨୫ ପ୍ରତିଶତ ହ୍ରାସ ହୋଇଛି ବୋଲି କହିଛନ୍ତି ଅମରିନ୍ଦର ।

ମୁଖ୍ୟମନ୍ତ୍ରୀ ରହିବା ସମୟରେ ତାଙ୍କ ଉପରେ ଉଠାଯାଇଥିବା ପ୍ରଶ୍ନର ମଧ୍ୟ ସେ ଜବାବ ଦେଇଛନ୍ତି । କହିଛନ୍ତି,ଯେଉଁମାନେ ସୁରକ୍ଷା ବ୍ୟବସ୍ଥା ନେଇ ମୋତେ ପରିହାସ କରନ୍ତି,ସେମାନେ ଜାଣନ୍ତି ଯେ, ମୁଁ ୧୦ ବର୍ଷ ହେବ ସେନାରେ ଥିଲି । ଅନ୍ୟପଟେ ମୁଁ ସା‌ଢ଼େ ୯ ବର୍ଷ ପାଇଁ ପଞ୍ଜାବର ଗୃହମନ୍ତ୍ରୀ ଥିଲି ଏବଂ ସମ୍ବେଦନଶୀଳ ପ୍ରସଙ୍ଗ ଗୁଡିକ ମୋ ଅଧିନରେ ଥିଲା । ହେଲେ ଯିଏ ଏକ ମାସ ପାଇଁ ଗୃହମନ୍ତ୍ରୀ ଥିଲେ ସେ ମୋଠୁ ଅଧିକ ଜାଣିଥିବା କହୁଛନ୍ତି।

ଅମରିନ୍ଦର ସିଂହ ପ୍ରେସମିଟରେ ପା ବର୍ଷ ପୁରୁଣା କଂଗ୍ରେସର ଘୋଷଣା ପତ୍ର ଦେଖାଇଥିଲେ । କ୍ୟାପଟେନ ତାଙ୍କ କାର୍ଯ୍ୟକାଳରେ କେତେ କାମ ହୋଇଛି ସେ ନେଇ କହିଛନ୍ତି । ପଞ୍ଜାବରେ ଅନେକ କାମ କରାଯାଇଥିବା ବେଳେ ଘୋଷଣା ପତ୍ରରେ ଥିବା ୯୨ ପ୍ରତିଶତ କାମ ହୋଇଥିବା କହିଛନ୍ତି । କ୍ୟାପଟେନ ଅମରିନ୍ଦର ହାଇକମାଣ୍ଡଙ୍କୁ ବି ଜବାବ ଦେଇଛନ୍ତି । ୧୮ ପଏଂଟ କାର୍ଯ୍ୟକ୍ରମରେ ସେ କହିଛନ୍ତି, ସୋନିଆ ଗାନ୍ଧୀ ଓ ମଲ୍ଲିକାର୍ଜୁନ ଖଡଗେଙ୍କ ସହ ବୈଠକ କରି ସେ ଜଣାଇଦେଇଥିଲେ ଯେ କଣ କାମ କରିଛନ୍ତି ।

Leave A Reply

Your email address will not be published.