ପ୍ରମୁଖ ଖବର

ପୁରୀ ହୋଟେଲ୍‌ରୁ ଦୁଇ ମୃତଦେହ ଉଦ୍ଧାର: ଆତ୍ମହତ୍ୟା ସନ୍ଦେହ
ସ୍ୱାଧୀନତା ଦିବସ ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ଗଡ଼ିବ ସ୍ପେଶାଲ ଟ୍ରେନ୍
ନୂଆ ଢାଞ୍ଚାରେ ମେଟ୍ରୋ ପାଇଁ ବୈଷୟିକ କମିଟି ଗଠନ ହେବ: ନଗର ଉନ୍ନୟନ ମନ୍ତ୍ରୀ
ଜମ୍ମୁ-କାଶ୍ମୀରରେ ବାଦଲ ଫଟା ବର୍ଷା ; ୧୦ ମୃତ୍ୟୁ ସନ୍ଦେହ
ପୋଲିସ ଏନକାଉଣ୍ଟରରେ ଦୁଇ ମାଓବାଦୀ ନିହତ

କ୍ରୁଜ ଯାଇ ପସ୍ତଉଛି!

0

ବଲିଉଡ ଷ୍ଟାର ଶାହାରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କ ଜାମିନ ଆବେଦନ ଶୁଣାଣି ଘୁଞ୍ଚିବାରେ ଲାଗିଛି । ଗତ ଦୁଇ ଦିନ ହେବ ଲଗାତର ଶୁଣାଣି ପରେ ବି ଜାମିନ ମିଳିପାରୁନି ଆର୍ୟନଙ୍କୁ । ଆଜି ଅପରାହ୍ନରେ ଆର୍ୟନଙ୍କ ଜାମିନ ଆବେଦନ ପରେ ଶୁଣାଣୀ ହେବ । ତେବେ ଆଜି ଆଉ ଆସନ୍ତାକାଲି ମାମଲାର ନିଷ୍ପତ୍ତି ଆସିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କାରଣ ଏହା ପରେ କୋର୍ଟରେ ଦୀପାବଳି ଛୁଟି ଆରମ୍ଭ ହୋଇଯିବ ।

ବମ୍ବେ ହାଇକୋର୍ଟଙ୍କୁ ଆଜି ଓ ଆସନ୍ତାକାଲି ଆର୍ୟନଙ୍କ ଜାମିନ ଆବେଦନ ଉପରେ ଶୁଣାଣି କରିବାକୁ ହେବ । କାରଣ ଏହି ଦୁଇ ଦିନରେ ଜାମିନ ଯଦି ନମିଳେ ଆର୍ୟନଙ୍କୁ ୧୫ ନଭେମ୍ବର ଯାଏଁ ଜେଲରେ ରହିବାକୁ ପଡିବ । ବମ୍ବେ ହାଇକୋର୍ଟର ଦୀପାବଳି ଛୁଟି ନଭେମ୍ବର ୧ରୁ ଆରମ୍ଭ ହେବ । ୧୩, ୧୪ ନଭେମ୍ବରରେ ଶନିବାର, ରବିବାର କାରଣରୁ କୋର୍ଟ ବନ୍ଦ ରହିବ । ଦୀପାବଳି ଛୁଟି ପୂର୍ବରୁ ବମ୍ବେ ହାଇକୋର୍ଟକୁ କାମ କରିବାର ଶେଷ ଦିନ ହେଉଛି ଅକ୍ଟୋବର ୨୯ ତାରିଖ । ଏହା ପରେ ନଭେମ୍ବର ୧୫ରେ ବମ୍ବେ ହାଇକୋର୍ଟ ଖୋଲିବ । ବୁଧବାର କୋର୍ଟରେ ଶୁଣାଣି ବେଳେ ଓକିଲ ଅମିତ ଦେଶାଇ ଓ ମୁକୁଲ ରୋହତଗୀ ଜଜ୍‌ଙ୍କ ସାମନାରେ ନିଜର ପକ୍ଷ ଉପସ୍ଥାପନ କରିଥିଲେ ।

ଆର୍ୟନ ଖାନଙ୍କ ଓକିଲ କୋର୍ଟରେ ଶୁଣାଣି ବେଳେ ଯୁକ୍ତି ରଖିଥିଲେ ଯେ:

  • ଆର୍ୟନ ଖାନଙ୍କ ଗିରଫ ଅସାମ୍ବିଧାନିକ
  • ଆର୍ଟିକିଲ ୨୨, ସିଆରପିସି ୫୦ ଅପେକ୍ଷା ଅଧିକ ଗୁରୁତ୍ୱପୂର୍ଣ୍ଣ
  • ଆର୍ଟିକିଲ ୨୨ (ଦୋଷ ନଜଣାଇ କାହାକୁ ଗିରଫ କରାଯାଇପାରିବ ନାହିଁ
  • ଆର୍ଟକିଲ ୨୨( ନିଜ ଅନୁସାରେ ଓକିଲଙ୍କ ପରାମର୍ଶ ନେଇପାରିବେ)
  • ଆର୍ୟନଙ୍କ ଅପରାଧ ପ୍ରମାଣିତ ହୋଇନାହିଁ,ଆର୍ୟନ ଗ୍ରାହକ ନଥିଲେ
  • କ୍ରୁଜ ପାର୍ଟିରେ ସେ ଅତିଥି ଥିଲେ, ଆର୍ୟନ ଡ୍ରଗ୍ସ କିଣିନଥିଲେ
  • ଆର୍ୟନଙ୍କ ଫୋନ ଜବତ କରିଛି ଏନସିବି,ରିମାଣ୍ଡ ମେମୋରେ ଫୋନ ଜବତ ହେବାର ଉଲ୍ଲେଖ ନାହିଁ
  • କଣ ପ୍ରମାଣ ପାଇଛନ୍ତି ତାହା ଜଣାନାହିଁ, ଭୁଲ ତଥ୍ୟ ଦେଇ ବାଟବଣା କରୁଛନ୍ତି ଅଧିକାରୀ
  • ଗିରଫ ସହ ହ୍ୱାଟସ ଆପ ଚାଟ୍‌ର କୌଣସି ସଂପର୍କ ନାହିଁ

ଆଜି ଆର୍ୟନଙ୍କ ସମତେ ଅରବାଜ ମର୍ଚାଣ୍ଟ ଓ ମୁନମୁନ ଧାମେଚାଙ୍କ ଜାମିନ ଆବେଦନ ଉପରେ ମଧ୍ୟ ଶୁଣାଣି ହେବ । ତେବେ ଜାମିନ ଆବେଦନର ଶୁଣାଣି ନେଇ ତାରିଖ ପରେ ତାରିଖ ଘୁଞ୍ଚିଚାଲିଥିବାରୁ ଆର୍ୟନ ଜେଲରେ ଗଭୀର ଅବସାଦରେ ଅଛନ୍ତି । ଅକ୍ଟୋବର ୨ରୁ ମନ୍ନତ ଯାଇନଥିବା ବେଳେ କେବେ ଘରକୁ ଫେରିବେ ଦିନ ଗଣୁଛନ୍ତି ।

ଆର୍ୟନ ଖାନ ଗତ ୨୨ ଦିନରୁ ଆର୍ଥର ରୋଡ ଜେଲରେ ଅଛନ୍ତି । ସ୍ୱତନ୍ତ୍ର କୋର୍ଟ ଦୁଇ ଥର ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି । ଆର୍ୟନ ଖାନଙ୍କ ଓକିଲ ଓ ପରିବାର ଲୋକଙ୍କୁ ବମ୍ବେ ହାଇକୋର୍ଟରୁ ବହୁତ ଆଶା ରହିଛି । ଡ୍ରଗ୍ସ ମାମଲାରେ କୋର୍ଟ ଦୁଇ ଜଣଙ୍କୁ ମଙ୍ଗଳବାର ଜାମିନ ଦେଇସାରିଛନ୍ତି । ଅକ୍ଟୋବର ୨ରେ ଆର୍ୟନ ଖାନଙ୍କୁ ଏନସିବି ଗିରଫ କରିଥିଲା ।

Leave A Reply

Your email address will not be published.