ପ୍ରମୁଖ ଖବର

ପଶ୍ଚିମବଙ୍ଗରେ ମୁକ୍ତ, ନିରପେକ୍ଷ ଓ ଶାନ୍ତିପୂର୍ଣ୍ଣ ନିର୍ବାଚନ, ନିର୍ବାଚନ କମିଶନଙ୍କ ପ୍ରାଥମିକତା
ଦାଦନ ଶ୍ରମିକ ଯିବାରେ ବଲାଙ୍ଗୀର ଜିଲ୍ଲା ସର୍ବାଗ୍ରେ
ପୁରୀ: ପୋଲିସର ନିର୍ଯାତନା ସହି ନପାରି ଯୁବକଙ୍କ ଆତ୍ମହତ୍ୟା
ଓଡିଶାର ୯ଟି ଷ୍ଟେସନ ଦେଇ ଚାଲିବ ଅମୃତ ଭାରତ ଟ୍ରେନ୍
ସିବିଏସଇ ଅଷ୍ଟମ ଶ୍ରେଣୀ ସାମାଜିକ ବିଜ୍ଞାନ ପୁସ୍ତକକୁ ନେଇ କ୍ଷମା ପ୍ରାର୍ଥନା କଲା ଏନସିଇଆରଟି
କରୁର ଦଳାଚକଟା ମାମଲାରେ ଅଭିନେତା ବିଜୟଙ୍କୁ ପୁଣିଥରେ ସିବିଆଇ ସମନ୍
ଦିଲ୍ଲୀ ଦଙ୍ଗା ମାମଲାରେ ଶର୍ଜିଲ ଇମାମଙ୍କୁ ୧୦ ଦିନ ପାଇଁ ଅନ୍ତରୀଣ ଜାମିନ
ରାଜ୍ୟରେ ଖାଲି ପଡ଼ିଛି ୪,୬୦୭ ଡାକ୍ତର ପଦବୀ: ସ୍ୱାସ୍ଥ୍ୟମନ୍ତ୍ରୀ

ଫେସବୁକ,ଇନଷ୍ଟାଗ୍ରାମ ହଟାଇ କମାଇଲେ ଓଜନ!

0

ଲଣ୍ଡନରେ ରହୁଥିବା ୩୩ ବର୍ଷୀୟା ମହିଳା ବ୍ରେଣ୍ଡା ଫିନ ଦାବି କରିଛନ୍ତି ଯେ, ସୋସିଆଲ ମିଡିଆରୁ ଦୂରରେ ରହି ସେ ନିଜର ଓଜନ ହ୍ରାସ କରିଛନ୍ତି । ବ୍ରେଣ୍ଡା ଗୋଟିଏ ବର୍ଷରେ ୩୦ କିଲୋ ଓଜନ କମ କରିଥିବା କହିଛନ୍ତି । ଆଉ ଓଜନ କମ କରିବାର ଯାତ୍ରା ନେଇ ସେ ଅନ୍ୟମାନଙ୍କ ସହ ସେୟାର କରିଛନ୍ତି । ‘ଡେଲି ଷ୍ଟାର’ ଅନୁସାରେ ବ୍ରେଣ୍ଡା ଫିନଙ୍କୁ ଦିନସାରା କିଛି ନା କିଛି ଖାଇବାର ଅଭ୍ୟାସ ଥିଲା । ୨୦୧୬ରୁ ୨୦୧୯ ଭିତରେ ଅଧିକ ଖାଇବା ଯୋଗୁଁ ତାଙ୍କ ଓଜନ ବୃଦ୍ଧି ଘଟିଥିଲା । ଗୋଟେ ସମୟରେ ବ୍ରେଣ୍ଡାଙ୍କ ଓଜନ ୯୫ କେଜିରେ ପହଞ୍ଚିଯାଇଥିଲା । ଯାହା ପାଇଁ ତାଙ୍କୁ ଅନେକ ସମସ୍ୟାରେ ସମ୍ମୁଖୀନ ହେବାକୁ ପଡିଥିଲା ।

ବ୍ରେଣ୍ଡାଙ୍କ କହିବା ଅନୁସାରେ, ତାଙ୍କ ଓଜନ ବୃଦ୍ଧି ପାଇଁ ସୋସିଆଲ ମିଡିଆ ବି ଦାୟୀ। ଅନଲାଇନରେ ସୁସ୍ଥ ରହିବାକୁ ଅନେକ ଟିପ୍ସ ଦେଇଥାନ୍ତି ,ଯାହାକୁ ନେଇ ସେ ଅଧିକ ଚିନ୍ତିତ ହୋଇଯାଇଥିଲେ । ଏସବୁରୁ ବିରକ୍ତ ହୋଇ ବ୍ରେଣ୍ଡା ନିଜର ସମସ୍ତ ସୋସିଆଲ ମିଡିଆ ଆକାଉଣ୍ଟକୁ ଡିଲେଟ କରିଦେଇଥିଲେ । ମହିଳା ଜଣକ ଫେସବୁକ, ଟ୍ୱିଟର, ଇନଷ୍ଟାଗ୍ରାମ ଆକାଉଣ୍ଟ ଡିଲେଟ କରି ସୋସିଆଲ ମିଡିଆରୁ ଦୂରରେ ରହୁଥିଲେ । ବ୍ରେଣ୍ଡା ଫିନ ନିଜର ଓଜନ ହ୍ରାସ ନେଇ ଉଲ୍ଲେଖ କରିଛନ୍ତି । ସେ ଦାବି କରିଛନ୍ତି ,ହଠାତ ତାଙ୍କ ଓଜନ କମ ହେବାର ଲାଗିଲା ।

ବ୍ରେଣ୍ଡାଙ୍କ ଅନୁସାରେ, ଯଦି ସେ ସୋସିଆଲ ମିଡିଆରୁ ଦୂରରେ ରହିନଥାନ୍ତେ, ତାହା ହେଲେ ଓଜନ କମ କରିବା ସମ୍ଭବ ହୋଇନଥାନ୍ତା । ସେ କିଛି ସମୟ ନିଜେ ରୋଷଇ କରିବା ସ୍ୱାସ୍ଥ୍ୟକର ଖାଦ୍ୟ ବନାଉଥିଲେ । ସେ ଜଙ୍କ ଫୁଡ଼୍‌ରୁ ମଧ୍ୟ ନିଜକୁ ଦୂରେଇ ରଖିଥିଲେ । ଏହି ସବୁ କରିବା ପରେ ସେ ବର୍ଷକରେ ୩୧ କିଲୋ ଓଜନ କରିଥିଲେ । ଓଜନ କମ କରିବା ପରେ ସେ ପୂର୍ବର ଓ ପରର ଫଟୋ ସେୟାର କରିଛନ୍ତି ।

Leave A Reply

Your email address will not be published.