ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ୟୁଏଇ ଗସ୍ତର ପ୍ରଥମ ଦିନରେ ଓଡ଼ିଶାରେ ନିବେଶ ଓ ବାଣିଜ୍ୟିକ ସହଯୋଗ ବୃଦ୍ଧି ନେଇ ଏକାଧିକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା
ଭୋଟର ତାଲିକାରେ ନାମର ବନାନ ତ୍ରୁଟି; ଭାରତ ରତ୍ନ ବୈଜ୍ଞାନିକ ସିଏନଆର ରାଓଙ୍କୁ ନୋଟିସ୍‌
ଫାୟାର ସେଫ୍ଟି ନିୟମ ଭାଙ୍ଗିଲେ ବନ୍ଦ ହେବ କୋଚିଂ ସେଣ୍ଟର; ସେପ୍ଟେମ୍ବର ୧୫ରୁ ସ୍ୱତନ୍ତ୍ର ଯାଞ୍ଚ
ଇରାନ-ଆମେରିକା ମୁହାଁମୁହିଁ; ଖାର୍ଗ ଦ୍ୱୀପ ନିକଟରେ ୫ ତୈଳ ଟ୍ୟାଙ୍କର ଧ୍ୱଂସ
୧୧ରେ ମୋଦୀ-ପୁଟିନ୍‌ ଦ୍ୱିପାକ୍ଷିକ ଆଲୋଚନା
୭ଟି ହାଇ-ଡେନ୍ସିଟି ରେଳ କରିଡୋରକୁ ଫୋର୍‌-ଲେନ୍‌ କରିବାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର, ୩ ଦିନ ଯାଏଁ ବର୍ଷା ସମ୍ଭାବନା
ସମ୍ ରେ ପଂଚମ ମଲ୍‌ଟିପଲ୍ କ୍ୟାଡାଭେରିକ୍ ଅର୍ଗାନ୍ ରିଟ୍ରିଭାଲ୍‌

ନରେନ୍ଦ୍ର ଗିରି ମୃତ୍ୟୁ: ସିବିଆଇ ଚାର୍ଜସିଟରେ ସତ!

0

ଅଖିଳ ଭାରତୀୟ ଆଖଡା ପରିଷଦର ଅଧ୍ୟକ୍ଷ ଆଚାର୍ଯ୍ୟ ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ମାମଲାରେ ସିବିଆଇ ଦାଖଲ କରିଥିବା ଚାର୍ଜିସିଟରେ ଏକ ବଡ଼ ଖୁଲାସା ହୋଇଛି । ନରେନ୍ଦ୍ର ଗିରିଙ୍କୁ ହତ୍ୟା କରାଯାଇନି, ବଂର ଆତ୍ମହତ୍ୟା ପାଇଁ ବାଧ୍ୟ କରାଯାଇଛି ବୋଲି ସିବିଆଇ ଚାର୍ଜସିଟରେ ଉଲ୍ଲେଖ ରହିଛ ।

ସିବିଆଇ ଚାର୍ଜସିଟ ଅନୁସାରେ ଗତ ମେ ମାସରେ ଶିଷ୍ୟ ଆନନ୍ଦ ଗିରି , ନରେନ୍ଦ୍ର ଗିରିଙ୍କୁ ଫୋନରେ ଏକ ଧମକ ଦେଇଥିଲେ । ସେ କହିଥିଲେ ଯେ, ତାଙ୍କ ପାଖରେ ଏଭଳି ଏକ ଭିଡିଓ ଅଛି ଯାହା ଜାଣିଲେ ତାଙ୍କ ପାଦ ତଳୁ ମାଟି ଖସିଯିବ । ଆନନ୍ଦ ଗିରିଙ୍କ ଏହି ଧମକ ପରେ ନରେନ୍ଦ୍ର ଗିରି ଏତେ ଚିନ୍ତିତ ହୋଇପଡିଥିଲେ ଯେ, ସେ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଥିଲେ ।

ସିବଆଇ ହାତରେ ଏହି ଧମକପୂର୍ଣ୍ଣ ଅଡିଓଟି ଲାଗିଛି । ଏହି ଅଡିଓ ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ଉପରୁ ପରଦା ଉଠାଇବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ଯେତେବେଳେ ଗୁରୁ ଓ ଶିଷ୍ୟ ଅର୍ଥାତ ନରେନ୍ଦ୍ର ଗିରି ଓ ଆନନ୍ଦ ଗିରିଙ୍କ ମଧ୍ୟରେ ବିବାଦ ଆରମ୍ଭ ହେଲା । ସେତେବେଳେ ଦୁଇ ଜଣଙ୍କ ମଧ୍ୟରେ ଓ ସେମାନଙ୍କ ସମର୍ଥକଙ୍କ ମଧ୍ୟରେ ଶଦ୍ଦ ଯୁଦ୍ଧ ମଧ୍ୟ ଆରମ୍ଭ ହେଲା ।ପରସ୍ପର ଉପରେ ଆରୋପ ,ପ୍ରତ୍ୟାରୋପ କରିଥିଲେ ତେବେ ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ମାମଲାରେ ସିବିଆଇ ପ୍ରୟାଗରାଜ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ କୋର୍ଟରେ ଚାର୍ଜସିଟ ଦାଖଲ କରିଛି । ସେଥିରେ ନରେନ୍ଦ୍ର ଗିରିଙ୍କ ଶିଷ୍ୟ ଆନନ୍ଦଗିରି, ଆହ୍ମାବାଦର ବଡେ ହନୁମାନ ମନ୍ଦିରର ପୂଜକ ଆଦ୍ୟା ପ୍ରସାଦ ତିୱାରୀ, ଓ ତାଙ୍କ ପୁଅ ସନ୍ଦୀପ ତିୱାରଙ୍କ ନାଁ ରହିଛି ।ସମସ୍ତଙ୍କ ବିରୋଧରେ ଅପରାଧର ଷଡଯନ୍ତ୍ର ଓ ଆତ୍ମହତ୍ୟା କରିବାକୁ ବାଧ୍ୟ କରିବା ଭଳି ଦଫା ଲାଗିଛି ।

ଆସନ୍ତା ନଭେମ୍ବର ୨୫ରେ ମାମଲାର ଶୁଣାଣି ହେବ । ଏଥିସହ କୋର୍ଟ ମଧ୍ୟ ୩ ଅଭିଯୁକ୍ତଙ୍କ ବିଚାର ବିଭାଗୀୟ ହାଜତ ମିଆଦକୁ ଆସନ୍ତା ୨୫ ପର୍ଯ୍ୟନ୍ତ ବଢାଇ ଦେଇଛନ୍ତି । ଆହ୍ଲାବାଦର ବାଘମ୍ବରୀ ମଠରେ ଗତ ସେପ୍ଟେମ୍ବର ୨୦ରେ ନରେନ୍ଦ୍ର ଗିରିଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଥିଲା । ସେଠାରେ ପୁଲିସକୁ ଏକ ସୁଇସାଇଡ ନୋଟ ମିଳିଥିଲା । ଯେଉଁଥିରେ ନରେନ୍ଦ୍ର ଗିରି ନିଜର ଇଛା ପତ୍ର ଲେଖିବା ସହ ବାରମ୍ବାର ତାଙ୍କୁ ହଇରାଣ କରୁଥିବା କିଛି ବ୍ୟକ୍ତିଙ୍କ ନାମ ଉଲ୍ଲେଖ କରିଥିଲେ ।

Leave A Reply

Your email address will not be published.