ପ୍ରମୁଖ ଖବର

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ

ନରେନ୍ଦ୍ର ଗିରି ମୃତ୍ୟୁ: ସିବିଆଇ ଚାର୍ଜସିଟରେ ସତ!

0

ଅଖିଳ ଭାରତୀୟ ଆଖଡା ପରିଷଦର ଅଧ୍ୟକ୍ଷ ଆଚାର୍ଯ୍ୟ ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ମାମଲାରେ ସିବିଆଇ ଦାଖଲ କରିଥିବା ଚାର୍ଜିସିଟରେ ଏକ ବଡ଼ ଖୁଲାସା ହୋଇଛି । ନରେନ୍ଦ୍ର ଗିରିଙ୍କୁ ହତ୍ୟା କରାଯାଇନି, ବଂର ଆତ୍ମହତ୍ୟା ପାଇଁ ବାଧ୍ୟ କରାଯାଇଛି ବୋଲି ସିବିଆଇ ଚାର୍ଜସିଟରେ ଉଲ୍ଲେଖ ରହିଛ ।

ସିବିଆଇ ଚାର୍ଜସିଟ ଅନୁସାରେ ଗତ ମେ ମାସରେ ଶିଷ୍ୟ ଆନନ୍ଦ ଗିରି , ନରେନ୍ଦ୍ର ଗିରିଙ୍କୁ ଫୋନରେ ଏକ ଧମକ ଦେଇଥିଲେ । ସେ କହିଥିଲେ ଯେ, ତାଙ୍କ ପାଖରେ ଏଭଳି ଏକ ଭିଡିଓ ଅଛି ଯାହା ଜାଣିଲେ ତାଙ୍କ ପାଦ ତଳୁ ମାଟି ଖସିଯିବ । ଆନନ୍ଦ ଗିରିଙ୍କ ଏହି ଧମକ ପରେ ନରେନ୍ଦ୍ର ଗିରି ଏତେ ଚିନ୍ତିତ ହୋଇପଡିଥିଲେ ଯେ, ସେ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଥିଲେ ।

ସିବଆଇ ହାତରେ ଏହି ଧମକପୂର୍ଣ୍ଣ ଅଡିଓଟି ଲାଗିଛି । ଏହି ଅଡିଓ ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ଉପରୁ ପରଦା ଉଠାଇବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ଯେତେବେଳେ ଗୁରୁ ଓ ଶିଷ୍ୟ ଅର୍ଥାତ ନରେନ୍ଦ୍ର ଗିରି ଓ ଆନନ୍ଦ ଗିରିଙ୍କ ମଧ୍ୟରେ ବିବାଦ ଆରମ୍ଭ ହେଲା । ସେତେବେଳେ ଦୁଇ ଜଣଙ୍କ ମଧ୍ୟରେ ଓ ସେମାନଙ୍କ ସମର୍ଥକଙ୍କ ମଧ୍ୟରେ ଶଦ୍ଦ ଯୁଦ୍ଧ ମଧ୍ୟ ଆରମ୍ଭ ହେଲା ।ପରସ୍ପର ଉପରେ ଆରୋପ ,ପ୍ରତ୍ୟାରୋପ କରିଥିଲେ ତେବେ ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ମାମଲାରେ ସିବିଆଇ ପ୍ରୟାଗରାଜ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ କୋର୍ଟରେ ଚାର୍ଜସିଟ ଦାଖଲ କରିଛି । ସେଥିରେ ନରେନ୍ଦ୍ର ଗିରିଙ୍କ ଶିଷ୍ୟ ଆନନ୍ଦଗିରି, ଆହ୍ମାବାଦର ବଡେ ହନୁମାନ ମନ୍ଦିରର ପୂଜକ ଆଦ୍ୟା ପ୍ରସାଦ ତିୱାରୀ, ଓ ତାଙ୍କ ପୁଅ ସନ୍ଦୀପ ତିୱାରଙ୍କ ନାଁ ରହିଛି ।ସମସ୍ତଙ୍କ ବିରୋଧରେ ଅପରାଧର ଷଡଯନ୍ତ୍ର ଓ ଆତ୍ମହତ୍ୟା କରିବାକୁ ବାଧ୍ୟ କରିବା ଭଳି ଦଫା ଲାଗିଛି ।

ଆସନ୍ତା ନଭେମ୍ବର ୨୫ରେ ମାମଲାର ଶୁଣାଣି ହେବ । ଏଥିସହ କୋର୍ଟ ମଧ୍ୟ ୩ ଅଭିଯୁକ୍ତଙ୍କ ବିଚାର ବିଭାଗୀୟ ହାଜତ ମିଆଦକୁ ଆସନ୍ତା ୨୫ ପର୍ଯ୍ୟନ୍ତ ବଢାଇ ଦେଇଛନ୍ତି । ଆହ୍ଲାବାଦର ବାଘମ୍ବରୀ ମଠରେ ଗତ ସେପ୍ଟେମ୍ବର ୨୦ରେ ନରେନ୍ଦ୍ର ଗିରିଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଥିଲା । ସେଠାରେ ପୁଲିସକୁ ଏକ ସୁଇସାଇଡ ନୋଟ ମିଳିଥିଲା । ଯେଉଁଥିରେ ନରେନ୍ଦ୍ର ଗିରି ନିଜର ଇଛା ପତ୍ର ଲେଖିବା ସହ ବାରମ୍ବାର ତାଙ୍କୁ ହଇରାଣ କରୁଥିବା କିଛି ବ୍ୟକ୍ତିଙ୍କ ନାମ ଉଲ୍ଲେଖ କରିଥିଲେ ।

Leave A Reply

Your email address will not be published.