ପ୍ରମୁଖ ଖବର

ଭାରତର ୨ ମୋଷ୍ଟ ୱାଣ୍ଟେଡ ଅପରାଧୀ ଆମେରିକାରେ ଗିରଫ
ଧାମରା ବନ୍ଦରରେ ଅନୁପ୍ରବେଶକାରୀ ହେବେ ସାବାଡ୍, ଜଗିବ ସ୍ବତନ୍ତ୍ର ଡ୍ରୋନ୍
ବିଜେଡି ନେତା ମନୋଜ ମିଶ୍ରଙ୍କ ଘରେ ଆଇଟି ରେଡ୍
ଆସନ୍ତା ୧୩ରେ ମୁଖ୍ୟମନ୍ତ୍ରୀଙ୍କ ବାଲେଶ୍ୱର ଗସ୍ତ
ଆଣ୍ଡାମାନ ନିକୋବରରେ ଶକ୍ତିଶାଳୀ ଭୂମିକମ୍ପ

କେବିସି ପାଇଁ କାହିଁକି ହଁ ମାରିଥିଲେ ଅମିତାଭ?

0

ମହାନାୟକ ଅମିତାଭ ବଚ୍ଚନ କେବଳ ବଡ଼ ପରିଦାରେ ସୀମିତ ନାହାନ୍ତି ,ଛୋଟ ପରଦାରେ ମଧ୍ୟ ସେ ନିଜର ଜଲୱା ଦେଖାଇସାରିଛନ୍ତି । କୌନ ବନେଗା କରୋଡପତି ଆଜି ଭାରତୀୟ ଟେଲିଭିଜନର ସବୁଠୁ ଲୋକପ୍ରିୟ ଶୋ । ଏହା କେବେଳ ଗେମ କିମ୍ବା କୋଟିଏ ଟଙ୍କାର ପୁରସ୍କାର ପାଇଁ ନୁହେଁ ବଂର ଅମିତାଭଙ୍କ ଉପସ୍ଥିତି ପାଇଁ ଘରେ ଘରେ ଲୋକପ୍ରିୟ ହୋଇପାରିଛି । ଅମିତାଭଙ୍କ ବିନା ଏହି ଶୋର କଳ୍ପନା ବି କରିହେବନି । ତେବେ ଅମିତାଭ ଫିଲ୍ମ ମଧ୍ୟରେ କାହିିଁକ କେବିସି ପାଇଁ ରାଜି ହୋଇଥିଲା,ତାର କାରଣ ଦର୍ଶକଙ୍କ ଆଗରେ କହିଛନ୍ତି ।

କେବିସି ହଜାରେ ଏପିସୋଡ ପୁରା କରିବା ଅବସରରେ ଅମିତାଭଙ୍କ ଝିଅ ଶ୍ୱେତା ଓ ନାତୁଣୀ ନବ୍ୟା ନବେଲି ନନ୍ଦୀ ଶୋରେ ପହଁଞ୍ଚିଥିଲେ । ଶୋ ର ଆରମ୍ଭରୁ ଶେଷ ପଯ୍ୟନ୍ତ ନବ୍ୟାଙ୍କ ସମସ୍ତ ପ୍ରଶ୍ନର ଖୋଲିକି ଜବାବ ଦେଇଥିଲେ ଅମିତାଭ । ଅମିତାଭ କହିଥିଲେ, ୨୧ ବର୍ଷ ହୋଇଯାଇଛି । ୨୦୦୦ ମସିହାରେ ଶୋର ଆରମ୍ଭ ହୋଇଥିଲା । ଆଉ ସେତେବେଳେ ଲୋକେ କହିଥିଲେ, ଫିଲ୍ମରୁ ଟେଲିଭିଜନ ଯାଉଛ,ବଡ଼ ପରଦାରୁ ଛୋଟ ପରଦାକୁ ଯାଉଛ, ଇମେଜ ଉପରେ ଏହା ପ୍ରଭାବ ପକାଇବ । କିନ୍ତୁ ଏହାର ପ୍ରକୃତ କାରଣ ଅଲଗା ଥିଲା ।

ଅମିତାଭ କହିଛନ୍ତି, କିଛି ଏଭଳି ପରିସ୍ଥିତି ସେତେବେଳେ ଥିଲା,ଯେତେବେଳେ ଫିଲ୍ମରେ କାମ ମିଳୁନଥିଲା । ତେଣୁ କେବିସିରେ ହୋଷ୍ଟିଂ ପାଇଁ ହଁ କରିଥିଲେ । କିନ୍ତୁ କେବିସି ପ୍ରସାରଣ ପରେ ଲୋକମାନେ ଏମିତି ଏହାକୁ ପସନ୍ଦ କରିଥିଲେ ଯେ, ପୁରା ଦୁନିଆ ବଦଳିଯାଇଛି । ବିଗ୍ ବିଙ୍କ ଏହି କଥା ଦର୍ଶକଙ୍କ ମନକୁ ଛୁଇଁଥିଲା । ଅମିତାଭ ଏହା ବି କହିଥିଲେ ଯେ, ଶୋରେ ଆଜି ଯାଏଁ ଯେତେ ପ୍ରତିଯୋଗୀ ଆସିଛନ୍ତି,ସମସ୍ତଙ୍କଠୁ କିଛି କିଛି ଶିଖିବାକୁ ମିଳିଛି ।

କୌନ ବନେଗା କରୋଡପତି ୨୧ବର୍ଷରେ ପହଞ୍ଚିଛି । କିନ୍ତୁ ଆଜି ବି ଶୋରେ ଅମିତାଭଙ୍କ ଚମତ୍କାରିତା ଅକ୍ଷୁର୍ଣ୍ଣ ରହିଛି । ଏହା କହିବା ପରେ ଅମିତାଭ ଭାବବିହ୍ୱଳ ହୋଇଯାଇଥିଲେ ଏବଂ ନିଜ ଆଖିରୁ ଲୁହ ପୋଛୁଥିବା ନଜର ଆସିଥିଲେ ।

Leave A Reply

Your email address will not be published.