ପ୍ରମୁଖ ଖବର

ସରକାରୀ ବାସଭବନ ନ ଛାଡିବା ନେଇ ସ୍ପଷ୍ଟିକରଣ ରଖିଲେ ପୂର୍ବତନ ସିଜେଆଇ ଚନ୍ଦ୍ରଚୂଡ
ପ୍ରବଳ ବର୍ଷା ଯୋଗୁଁ ବନ୍ଦ ହେଲା କେଦାରନାଥ ଯାତ୍ରା
ହସ୍ପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ
ପ୍ରକାଶ ପାଇଲା ଯୁକ୍ତ ଦୁଇ ପ୍ରଥମ ମେଧା ତାଲିକା, ଆଗରେ ରେଭେନ୍ସା
ବିଜେପି ରାଜ୍ୟ ସଭାପତି ହେବେ ମନମୋହନ, ଭରିଲେ ନାମାଙ୍କନ
ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ମାଓବାଦୀ ନେତା ସୋଡ଼ି କନ୍ନା ନିହତ

ବିଧାନସଭାରେ ଚାଲିଲା ହାଇଡ୍ରାମା…

0

ବିଧାନସଭା ଗୃ୍ହରେ ବାଜିଲା ଘଣ୍ଟ,ପଡିଲା ଗଙ୍ଗା ଜଳ । ବିରୋଧୀଙ୍କ ହଟ୍ଟଗୋଳ କାରଣରୁ ଆଜିକୁ ଚାରିଦିନ ହେବ ଚାଲିପାରୁନି ଗୃହ । ଆଜି ଗୃହରେ କଂଗ୍ରେସ ପକ୍ଷରୁ ଅଭିନବ ପ୍ରତିବାଦ କରାଯାଇଛି । ଘଣ୍ଟ ବଜାଇ ପ୍ରତିବାଦ କରାଯାଇଛି । କଂଗ୍ରେସ ସଦସ୍ୟ ଗୃହରେ ପୋଡିୟମ ଚାରିପଟେ ଗଙ୍ଗାଜଳ ଛିଞ୍ଚିଲେ। ତେବେ ବିରୋଧୀଙ୍କ ଏଭଳି ହଙ୍ଗାମା ଯୋଗୁଁ ପ୍ରତିଦିନ ଗୃହକୁ ମୁଲତବି କରିବାକୁ ପଡୁଛି । ଆଜି ବି ଦିନ ୪ଟା ଯାଏ ଗୃହକୁ ମୁଲତବି କରିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ।

ଚାରି ଦିନ ହେବ ବିରୋଧୀ ମାନେ ନିଜ ନିଜ ଜିଦରେ ଅଡି ବସିଛନ୍ତି । ମମିତା ମେହେର ହତ୍ୟା ପ୍ରସଙ୍ଗରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବି ଜିଦରେ ଅଟଳ ରହିଛନ୍ତି ବିରୋଧୀ । ଫଳରେ ବିଧାସନଭସଭାରେ ଅଚଳାବସ୍ଥାରେ ଜାରି ରହିଛି । ଆଜ ଗୃହ ଆରମ୍ଭ ହେବା ମାତ୍ରେ ମନ୍ତ୍ରୀ ଦିବ୍ୟଶଙ୍କର ବହିଷ୍କାର ଦାବି କରି ହଟ୍ଟଗୋଳ କରିଥିଲେ ବିରୋଧୀ । ଗୃହର ମଧ୍ୟଭାଗକୁ ଆସି କଂଗ୍ରେସ ବିଧାୟକ ହୋହାଲ୍ଳା କରିଥିଲେ । କଂଗ୍ରେସ ବିଧାୟକ ତାରାବାହିନୀ ପତି ପୂଜକ ବେଶରେ ଆସି ଗୃହରେ ପୋଡିୟମ ଚାରିପଟେ ଗଙ୍ଗାଜଳ ଛିଞ୍ଚିଲେ । ଆଉ ପଛରେ ଅନ୍ୟ ବିଧାୟକ ମାନେ ଘଣ୍ଟ ବଜାଇଥିଲେ ।

ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଆସନରେ ଗଙ୍ଗାଜଳ ଛିଞ୍ଚି ଶୋଧନ କରିଥିବା କହିଛନ୍ତି ତାରା ବାହିନୀପତି । ମନ୍ତ୍ରୀ ଗୃହକୁ ଆସିବା ପରେ ପବିତ୍ର ଗୃହ ଅପବିତ୍ର ହୋଇଛି । ତେଣୁ ଗୃହରେ ଗଙ୍ଗାଜଳ,ଗୋବର ପାଣି ଛିଞ୍ଚି ପବିତ୍ର କରାଯାଇଥିବା କହିଛନ୍ତି । ସେହିପରି ବିଜେପି ବିଧାୟକ ମାନେ ମଧ୍ୟ ହାତରେ ପ୍ଲାକାର୍ଡ ଧରି ନାରାବାଜି ଦେଇଥିଲେ । ଗତ ତିନି ଦିନ ହେବ ମଧ୍ୟ ସମାନ ଚିତ୍ର ଦେଖିବାକୁ ମିଳିଥିଲା । ଗତକାଲି ମଧ୍ୟ ଗୃହ ବାହାରେ ବିଜେପି ବିଧାୟକ ଗୋବର ପାଣି ଓ ଗଙ୍ଗା ଜଳ ଛିଞ୍ଚିଲେ । ମମିତା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିବୃତ୍ତି ରଖିବା ପରେ ମଧ୍ୟ ବିରୋଧୀ ହଟ୍ଟଗୋଳ ଜାରି ରଖିଛନ୍ତି ।

ଗତକାଲି ମୁଖ୍ୟମନ୍ତ୍ରୀ ବିରୋଧୀଙ୍କୁ ଅନୁରୋଧ କରିଥିଲେ । ମମିତା ପ୍ରସଙ୍ଗରେ ରାଜନୀତିକରଣ କରାନଯାଉ । ଏବଂ ଯିଏ ଦୋଷୀ ତା ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମଧ୍ୟ କହିଥିଲେ । ଏପରିକି ଯଦି କାହା ପାଖରେ କିଛି ପ୍ରମାଣ ଅଛି କୋର୍ଟରେ ଦେବାକୁ କହିଥିଲେ ମୁଖ୍ୟମନ୍ତ୍ରୀ । କିନ୍ତୁ ଏହା ପରେ ବି ବିରୋଧୀ ମାନେ ଆଜି ଗୃହ ଆରମ୍ଭ ହେବା ମାତ୍ରେ ସମାନ ପ୍ରସଙ୍ଗରେ ହଟ୍ଟଗୋଳ ଓ ନାରାବାଜି ଦେଇଛନ୍ତି ।

Leave A Reply

Your email address will not be published.