ପ୍ରମୁଖ ଖବର

ମହିଳା କବାଡିରେ ଭାରତକୁ ସ୍ୱର୍ଣ୍ଣ
ନାଗାଲାଣ୍ଡରେ ବିଷାକ୍ତ ମଦ ନେଲା ୧୯ ଜୀବନ
ପାରାଦୀପକୁ ମିଳିଲା ମେଗା ବନ୍ଦର ମାନ୍ୟତା
ଆଇଆଇଟି ଛାତ୍ର ମୃତ୍ୟୁ ଘଟଣା: ଡିନ୍‌ ପଦରୁ ନିଲମ୍ବିତ ପ୍ରଫେସର ସୂର୍ଯ୍ୟନାରାୟଣ ଡୁଲ୍ଲା
୭୦୦ ଗ୍ରାମ୍‌ ଓଜନ ପାଇଁ ଅଟକିଲା ଗୋଲ୍ଡ ସ୍ୱପ୍ନ, ସୁଚିକାଙ୍କୁ ଏସିଆନ୍ ଗେମ୍ସରେ ବ୍ରୋଞ୍ଜ
ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ
୩.୩୫ କେଜି ହେରୋଇନ୍‌ ସହ ପଞ୍ଜାବ ପୁଲିସ୍‌ ଇନ୍‌ସପେକ୍ଟର ଗିରଫ
ଓଡ଼ିଶାରେ ବେଦାନ୍ତର ୧ ଲକ୍ଷ କୋଟି ନିବେଶ ଯୋଜନା, ଢେଙ୍କାନାଳରେ ହେବ ସ୍ମେଲ୍ଟର ପ୍ଲାଣ୍ଟ
ପାକିସ୍ତାନରେ ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ, ୧୧ ମୃତ; ୩୦ ଆହତ
ପାକିସ୍ତାନରେ ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ, ୧୧ ମୃତ; ୩୦ ଆହତ

ସଂସଦ ଭବନରେ ପଶିଲା କରୋନା

0

ନୂଆଦିଲ୍ଲୀ: ଦିଲ୍ଲୀରେ ରକେଟ୍ ସ୍ପିଡରେ କରୋନା ବ୍ୟାପୁଥିବା ବେଳେ ସଂସଦରେ ଭବନରେ ବ୍ୟାପିଲା ସଂକ୍ରମଣ। ଗତ ୬ ଓ ତାରିଖରେ ସଂସଦ ଭବନରେ କାମ କରୁଥିବା କର୍ମଚାରୀ ଓ ସୁରକ୍ଷା କର୍ମୀଙ୍କ କରୋନା ଟେଷ୍ଟ ହୋଇଥିଲା। ସେଥିରୁ ୪୦୦ ଶହରୁ ଅଧିକ କର୍ମଚାରୀ ସଂକ୍ରମିତ ଥିବା ଜଣାପଡିଛି । ସମସ୍ତଙ୍କ ଆଇସୋଲେସନରେ ରଖାଯାଇଛି।

ଦିଲ୍ଲୀରେ ଦୈନିକ ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଦ୍ୱିତୀୟ ଲହର ସମୟରେ ଦିଲ୍ଲୀରେ ସ୍ଥିତି ଉଦବେଗଜନକ ରହିଥିଲା । ରାଜ୍ୟରେ ଅକ୍ସିଜେନର ଘୋର ଅଭାବ ଯୋଗୁଁ ଅନେକ ଲୋକଙ୍କ ଜୀବନ ଯାଇଥିଲା। ଏବେ ପୁଣି ସମାନ ସ୍ଥିତି ଫେରିଛି । ସଂକ୍ରମଣ ବଢୁଥିବାରୁ ଦିଲ୍ଲୀକୁ ଆଲର୍ଟ କରାଯାଇଛି। ସପ୍ତାହାନ୍ତ ସଟଡାଉନ ଜାରି କରାଯାଇଛି । ଏହି ସମୟରେ ଲୋକେ ବିନା କାରଣରେ ଘରୁ ବାହାରକୁ ଯାଇପାରିବେ ନାହିଁ । କିନ୍ତୁ ଜରୁରୀକାଳୀନ କାମ ପାଇଁ କିଛି କଟକଣା କୋହଳ ରଖାଯାଇଛି।

ସେପଟେ ମୁମ୍ବାଇରେ ମଧ୍ୟ ସ୍ଥିତି ଗମ୍ଭୀର ରହିଛି। ମୁମ୍ବାଇରେ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ସର୍ବାଧିକ ରହିଛି । ଆଜିଠୁ ରାତି ୧୧ଟାରୁ ମହାରାଷ୍ଟ୍ରରେ ନାଇଟ କର୍ଫ୍ୟୁ ଲାଗୁ ହେବ। ସୋମବାର ସକାଳ ୫ଟା ଯାଏଁ କଟକଣା ବଳବତ୍ତର ରହିବ। କରୋନା ସ୍ଥିତି ନେଇ ଟୁଇଟ କରିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ। ସରକାର ଲକଡାଉନ ଚାହୁଁନାହାଁନ୍ତି ,ତେଣୁ ଅନାବଶ୍ୟକ ଭିଡ ବଜାରରେ ନକରିବାକୁ ଅନୁରୋଧ କରିଛନ୍ତି। କୋଭିଡ ନିୟମ କଡାକଡି ପାଳନ ନକଲେ କୌଣସି କଟକଣା ଫଳପ୍ରଦ ହେବନି ବୋଲି କହିଛନ୍ତି।

Leave A Reply

Your email address will not be published.